Odisha Elections 2024

ବିଦେଶୀଙ୍କୁ ବିଦା କରିବେ, ଗେହ୍ଲା ପୁଅକୁ ଆଶୀର୍ବାଦ ଦେବେ

ରାଜନଗର, ୫ା୪ (ଭାସ୍କର ରାଉତରାୟ):ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ରାଜନଗର ଦେବୀ ମଣ୍ଡପରୁ ଗୁରୁବାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆରମ୍ଭରୁ ସାଂସଦ ପ୍ରାର୍ଥୀ ଅଂଶୁମାନ ରାଜନଗରରୁ ବିଜେଡିର ଡବଲ ଇଞ୍ଜିନ ଆରମ୍ଭ ହେବ। ଏ ମାଟିର ଦୁଇଜଣ ବିଜୟୀ ହେବେ। ଆପଣଙ୍କ ଗେହ୍ଲା ପୁଅ ଏଠୁ ବିଦେଶୀଙ୍କୁ ବିଦା କରିବେ। ଅଧିକରୁ ଅଧିକ ସ୍ନେହ ଶ୍ରଦ୍ଧା ଆପଣମାନେ ଅଜାଡ଼ି ଦେବେ ବୋଲି ସାଂସଦ ପ୍ରାର୍ଥୀ ଅଂଶୁମାନ କହିଛନ୍ତି। ଏଥିସହ ଇତିହାସରେ ପ୍ରଥମଥର ପାଇଁ ପଟ୍ଟାମୁଣ୍ଡାଇ ରାଜନଗର ମାଟିର ପୁଅ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଦୁଇଜଣଙ୍କୁ ଡାକି ଦୁଇପାର୍ଶ୍ୱରେ ୨ଜଣଙ୍କୁ ଛିଡା କରି ଆମେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇ ଓଡ଼ିଶାରେ ଇତିହାସ ଯେପରି ରଚିବୁ ସେ ନେଇ ପରାମର୍ଶ ଦେଇଥିଲେ। ରାଜନଗରରେ ଯେଉଁ ବିକାଶ ଧାରା ଚାଲିଛି, ସେହି ବିକାଶ ଧାରାକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବା ପାଇଁ ଆଶ୍ରୀର୍ବାଦ କାମନା କରିଥିଲେ। ରାଜନଗର ବିଧାୟକ ତଥା ବିଜେଡିର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଆମେ ଦୁଇଜଣ ହାତକୁ ହାତ ମିଶାଇ ବିଜୁବାବୁଙ୍କ ସ୍ବପ୍ନର ରାଜନଗର ଗଢ଼ିବାକୁ ସଂକଳ୍ପ ନେଇଛୁ। ଏ ମାଟି ବିଜୁବାବୁଙ୍କର, ଏ ମାଟି ଅଜାତଶତ୍ରୁ ନଳିନୀ ବାବୁଙ୍କର। ଅଂଶୁମାନ ନିଜ ପରିବାରକୁ ଫେରିଛନ୍ତି। ନଳିନୀଙ୍କ ପଟ୍ଟଶିଷ୍ୟ ଭାବେ ମୁଁ କାମ କରିଛି। ଏବେ ତାଙ୍କ ସୁପୁତ୍ର ଓ ତାଙ୍କ ପଟ୍ଟଶିଷ୍ୟ ଏକାଠି ହୋଇ ରାଜନଗର-ପଟ୍ଟାମୁଣ୍ଡାଇର ବିକାଶକୁ ଆଗକୁ ନେବୁ ବୋଲି କହିଛନ୍ତି। ଏଥିସହ ରାଜନଗର-ପଟ୍ଟାମୁଣ୍ଡାଇରେ ଅନେକ କାମ ହୋଇଛି, ବିକାଶରେ ଏତିକିରେ ଅଟକି ନାହିଁ, ବିକାଶ ଶୀର୍ଷରେ ପହଞ୍ଚତ୍ବ। ନବୀନ ଓଡ଼ିଶାର ସାରଥି ଭାବେ ଆପଣମାନେ ଚାଲିବେ, ଆପଣମାନଙ୍କ ସହ ଆମେ ଦୁଇଭାଇ ଚାଲିବୁ ବୋଲି କହିଥିଲେ।
ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଅଂଶୁମାନ ଓ ରାଜନଗର ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଧ୍ରୁବ ଗୁରୁବାର ରାଜନଗରରେ ମିଳିତ ଭାବେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଅଂଶୁମାନ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପରେ ପ୍ରଥମଥର ପାଇଁ ରାଜନଗର ଗସ୍ତରେ ଆସିଥିଲେ। ମଦନପୁର କଲେଜ ଛକରୁ ଏକ ବାଇକ୍‌ ଶୋଭାଯାତ୍ରାରେ ଉଭୟ ନେତାଙ୍କୁ ଦଳର କର୍ମୀମାନେ ପାଛୋଟି ଆଣିଥିଲେ। ରାଜନଗର ଅଞ୍ଚଳର ଆରାଧ୍ୟ ଦେବତା ଗୋସିଗଁାର ବାବା ଗର୍ତ୍ତେଶ୍ୱର ମହାଦେବ ପୀଠରେ ପହଞ୍ଚତ୍ ପୂଜାର୍ଚ୍ଚନା କରିବା ସହ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ। ପରେ ଶୋଭାଯାତ୍ରାରେ ଆସି ବିଜୁ ପଟ୍ଟନାୟକ ଶିଶୁ ପ୍ରମୋଦ ଉଦ୍ୟାନରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ତ୍ରିନାଥ ବଜାର ଛକରେ ଥିବା ରାଜନଗରର ଭୂମିପୁତ୍ର ନଳିନୀକାନ୍ତ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଶୋଭାଯାତ୍ରା କେରେଡାଗଡରେ ପହଞ୍ଚତ୍ ଥିଲା। କେରେଡାଗଡସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଓ ନାମାଚାର୍ଯ୍ୟ ଶ୍ରୀମଦ୍‌ ବାୟାବାବାଙ୍କ ଜନ୍ମପୀଠ ଆଶ୍ରମରେ ପୂଜାର୍ଚ୍ଚନା କରିଥିଲେ। ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଧ୍ରୁବ ଓ ଅଂଶୁମାନ ଗୋଟିଏ ଦଳରୁ ପ୍ରାର୍ଥୀ ହେବା ପରେ ପ୍ରଥମଥର ପାଇଁ ଏକାସଙ୍ଗରେ ନିଜ ଜନ୍ମମାଟିକୁ ଆସିଥିବାରୁ ବାଟସାରା ସମର୍ଥକ ଓ ମହିଳାମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶୋଭାଯାତ୍ରାରେ ରାଜନଗର ବଜାର ପରିକ୍ରମା କରି ଶ୍ରୀଦଧିବାମନଜୀଉଙ୍କ ଦର୍ଶନ କରିଥିଲେ। ଦୁର୍ଗା ମଣ୍ଡପରେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପରେ ଉପସ୍ଥିତ କର୍ମୀ ଓ ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ ଦୁଇଭାଇ ମିଳିମିଶି ରାଜନଗରର ବିକାଶ କରିବେ ବୋଲି କହିଥିଲେ। ଧ୍ରୁବ ଓ ଅଂଶୁମାନଙ୍କ ସମର୍ଥକ ପ୍ରଥମଥର ପାଇଁ ମିଳିତ ଭାବେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri