ବିଦେଶୀଙ୍କୁ ବିଦା କରିବେ, ଗେହ୍ଲା ପୁଅକୁ ଆଶୀର୍ବାଦ ଦେବେ

ରାଜନଗର, ୫ା୪ (ଭାସ୍କର ରାଉତରାୟ):ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ରାଜନଗର ଦେବୀ ମଣ୍ଡପରୁ ଗୁରୁବାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆରମ୍ଭରୁ ସାଂସଦ ପ୍ରାର୍ଥୀ ଅଂଶୁମାନ ରାଜନଗରରୁ ବିଜେଡିର ଡବଲ ଇଞ୍ଜିନ ଆରମ୍ଭ ହେବ। ଏ ମାଟିର ଦୁଇଜଣ ବିଜୟୀ ହେବେ। ଆପଣଙ୍କ ଗେହ୍ଲା ପୁଅ ଏଠୁ ବିଦେଶୀଙ୍କୁ ବିଦା କରିବେ। ଅଧିକରୁ ଅଧିକ ସ୍ନେହ ଶ୍ରଦ୍ଧା ଆପଣମାନେ ଅଜାଡ଼ି ଦେବେ ବୋଲି ସାଂସଦ ପ୍ରାର୍ଥୀ ଅଂଶୁମାନ କହିଛନ୍ତି। ଏଥିସହ ଇତିହାସରେ ପ୍ରଥମଥର ପାଇଁ ପଟ୍ଟାମୁଣ୍ଡାଇ ରାଜନଗର ମାଟିର ପୁଅ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଦୁଇଜଣଙ୍କୁ ଡାକି ଦୁଇପାର୍ଶ୍ୱରେ ୨ଜଣଙ୍କୁ ଛିଡା କରି ଆମେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇ ଓଡ଼ିଶାରେ ଇତିହାସ ଯେପରି ରଚିବୁ ସେ ନେଇ ପରାମର୍ଶ ଦେଇଥିଲେ। ରାଜନଗରରେ ଯେଉଁ ବିକାଶ ଧାରା ଚାଲିଛି, ସେହି ବିକାଶ ଧାରାକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବା ପାଇଁ ଆଶ୍ରୀର୍ବାଦ କାମନା କରିଥିଲେ। ରାଜନଗର ବିଧାୟକ ତଥା ବିଜେଡିର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଆମେ ଦୁଇଜଣ ହାତକୁ ହାତ ମିଶାଇ ବିଜୁବାବୁଙ୍କ ସ୍ବପ୍ନର ରାଜନଗର ଗଢ଼ିବାକୁ ସଂକଳ୍ପ ନେଇଛୁ। ଏ ମାଟି ବିଜୁବାବୁଙ୍କର, ଏ ମାଟି ଅଜାତଶତ୍ରୁ ନଳିନୀ ବାବୁଙ୍କର। ଅଂଶୁମାନ ନିଜ ପରିବାରକୁ ଫେରିଛନ୍ତି। ନଳିନୀଙ୍କ ପଟ୍ଟଶିଷ୍ୟ ଭାବେ ମୁଁ କାମ କରିଛି। ଏବେ ତାଙ୍କ ସୁପୁତ୍ର ଓ ତାଙ୍କ ପଟ୍ଟଶିଷ୍ୟ ଏକାଠି ହୋଇ ରାଜନଗର-ପଟ୍ଟାମୁଣ୍ଡାଇର ବିକାଶକୁ ଆଗକୁ ନେବୁ ବୋଲି କହିଛନ୍ତି। ଏଥିସହ ରାଜନଗର-ପଟ୍ଟାମୁଣ୍ଡାଇରେ ଅନେକ କାମ ହୋଇଛି, ବିକାଶରେ ଏତିକିରେ ଅଟକି ନାହିଁ, ବିକାଶ ଶୀର୍ଷରେ ପହଞ୍ଚତ୍ବ। ନବୀନ ଓଡ଼ିଶାର ସାରଥି ଭାବେ ଆପଣମାନେ ଚାଲିବେ, ଆପଣମାନଙ୍କ ସହ ଆମେ ଦୁଇଭାଇ ଚାଲିବୁ ବୋଲି କହିଥିଲେ।
ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଅଂଶୁମାନ ଓ ରାଜନଗର ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଧ୍ରୁବ ଗୁରୁବାର ରାଜନଗରରେ ମିଳିତ ଭାବେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଅଂଶୁମାନ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପରେ ପ୍ରଥମଥର ପାଇଁ ରାଜନଗର ଗସ୍ତରେ ଆସିଥିଲେ। ମଦନପୁର କଲେଜ ଛକରୁ ଏକ ବାଇକ୍‌ ଶୋଭାଯାତ୍ରାରେ ଉଭୟ ନେତାଙ୍କୁ ଦଳର କର୍ମୀମାନେ ପାଛୋଟି ଆଣିଥିଲେ। ରାଜନଗର ଅଞ୍ଚଳର ଆରାଧ୍ୟ ଦେବତା ଗୋସିଗଁାର ବାବା ଗର୍ତ୍ତେଶ୍ୱର ମହାଦେବ ପୀଠରେ ପହଞ୍ଚତ୍ ପୂଜାର୍ଚ୍ଚନା କରିବା ସହ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ। ପରେ ଶୋଭାଯାତ୍ରାରେ ଆସି ବିଜୁ ପଟ୍ଟନାୟକ ଶିଶୁ ପ୍ରମୋଦ ଉଦ୍ୟାନରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ତ୍ରିନାଥ ବଜାର ଛକରେ ଥିବା ରାଜନଗରର ଭୂମିପୁତ୍ର ନଳିନୀକାନ୍ତ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଶୋଭାଯାତ୍ରା କେରେଡାଗଡରେ ପହଞ୍ଚତ୍ ଥିଲା। କେରେଡାଗଡସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଓ ନାମାଚାର୍ଯ୍ୟ ଶ୍ରୀମଦ୍‌ ବାୟାବାବାଙ୍କ ଜନ୍ମପୀଠ ଆଶ୍ରମରେ ପୂଜାର୍ଚ୍ଚନା କରିଥିଲେ। ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଧ୍ରୁବ ଓ ଅଂଶୁମାନ ଗୋଟିଏ ଦଳରୁ ପ୍ରାର୍ଥୀ ହେବା ପରେ ପ୍ରଥମଥର ପାଇଁ ଏକାସଙ୍ଗରେ ନିଜ ଜନ୍ମମାଟିକୁ ଆସିଥିବାରୁ ବାଟସାରା ସମର୍ଥକ ଓ ମହିଳାମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶୋଭାଯାତ୍ରାରେ ରାଜନଗର ବଜାର ପରିକ୍ରମା କରି ଶ୍ରୀଦଧିବାମନଜୀଉଙ୍କ ଦର୍ଶନ କରିଥିଲେ। ଦୁର୍ଗା ମଣ୍ଡପରେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପରେ ଉପସ୍ଥିତ କର୍ମୀ ଓ ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ ଦୁଇଭାଇ ମିଳିମିଶି ରାଜନଗରର ବିକାଶ କରିବେ ବୋଲି କହିଥିଲେ। ଧ୍ରୁବ ଓ ଅଂଶୁମାନଙ୍କ ସମର୍ଥକ ପ୍ରଥମଥର ପାଇଁ ମିଳିତ ଭାବେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?