ପୁରୀରେ ପିଲା ନିଖୋଜ ଘଟଣା ବୃଦ୍ଧିପାଉଛି

ପୁରୀ,୫ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାରେ ପିଲା ନିଖୋଜ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୬ବର୍ଷ ମଧ୍ୟରେ ୧୫୦ରୁ ଊର୍ଦ୍ଧ୍ୱ ପିଲା ନିଖୋଜ ହୋଇଥିବା ଜଣାପଡ଼ିଛି। ଗତ ୨୦୧୮ରୁ ୨୦୨୪ ମାର୍ଚ୍ଚ ମାସ ମଧ୍ୟରେ ପୁରୀ ସହର ସମେତ ଜିଲାରେ ୧୮ ବର୍ଷରୁ କମ୍‌ ନାବାଳିକା ଓ ନାବାଳକ ନିଖୋଜ ନେଇ ବିଭିନ୍ନ ଥାନାରେ ଅଭିଯୋଗ ରହିଛି। ଏପରିକି ଗତବର୍ଷ ପୁରୀ ସହରରୁ ଜଣେ ଶିଶୁକନ୍ୟା ନିଖୋଜ ହୋଇଥିବା ନେଇ ପୋଲିସକୁ ଅଭିଯୋଗ ମିଳିଥିଲା। ଏହି ଘଟଣା ନେଇ ସେତେବେଳେ ପିଲାଚୋର ଆତଙ୍କ ସୃଷ୍ଟି ହୋଇଥିବାବେଳେ ପୁରୀ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା।ସୂଚନା ଅନୁଯାୟୀ, କଟକ ନିଆଳି ଅଞ୍ଚଳର ସସ୍ମିତା ମଲ୍ଲିକ ଓ ସଞ୍ଜୟ ମଲ୍ଲିକ ପୁରୀ ଚାଲିଆସି ବଳିଆପଣ୍ଡା ଥାନା ଅନ୍ତର୍ଗତ ଲାଇଟହାଉସ୍‌ ବେଳାଭୂମି ନିକଟରେ ରହି ପଇଡ଼ ବେପାର କରୁଥିଲେ। ଗତବର୍ଷ ଜୁଲାଇ ୨୬ ତାରିଖ ସନ୍ଧ୍ୟାରେ ଏହି ବେଳାଭୂମି ନିକଟରେ କେତେଜଣ ଦୁର୍ବୃତ୍ତ ଏକ କାର୍‌ ରଖି ପଇଡ଼ ପିଇବା ସହ ସଞ୍ଜୟ ଓ ସସ୍ମିତାଙ୍କ ଅଲକ୍ଷରେ ତାଙ୍କ ଅଢେଇ ବର୍ଷର ଝିଅ ରାଧାଙ୍କୁ ଅପହରଣ କରିନେଇଥିଲେ। ଏନେଇ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଅଭିଯୋଗ କରାଯାଇଥିଲା। ପୁରୀରେ ଅଙ୍ଗତସ୍କରୀ ଓ ପିଲାଚୋରି ର଼୍ୟାକେଟ୍‌ ସକ୍ରିୟ ଥିବା ନେଇ ସଞ୍ଜୟ ଆଶଙ୍କା ପ୍ରକଟ କରି ତତ୍କାଳୀନ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ଛାନଭିନ୍‌ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ତେବେ ଘଟଣାର ପ୍ରାୟ ୯ ମାସ ପରେ ମଧ୍ୟ ପୋଲିସ ରାଧାଙ୍କୁ ଠାବ କିମ୍ବା ଦୁର୍ବୃତ୍ତଙ୍କୁ ଗିରଫ କରିପାରିନଥିଲା। ଅନ୍ୟପକ୍ଷରେ ଜିଲାରେ ଏଭଳି ଘଟଣା ନେଇ ୩୬୩ ଆଇପିସିରେ ଅନେକ ମାମଲା ରୁଜୁ ହୋଇଥିଲା, ଯାହା ପୋଲିସ ପାଇଁ ଚିନ୍ତାର କାରଣ ସାଜିଥିଲା। ତେଣୁ ପିନାକ ମିଶ୍ର ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏ ସମ୍ପର୍କିତ ମାମଲା ଉପରେ ଗୁରୁତ୍ୱ ଦେଇଥିଲେ। ଫଳରେ ଗତ ଏକ ମାସ ହେବ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଥିଲା। ନିଖୋଜ ଥିବା ନାବାଳିକା, ନାବାଳକମାନଙ୍କୁ ଟ୍ରେସ୍‌ କରିବା ପାଇଁ ପୋଲିସ ପ୍ରୟାସ ଚଳାଇଥିଲା। ଫଳରେ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ସେମାନଙ୍କ ମାତାପିତା ତଥା ଲିଗାଲ ଗାର୍ଡିଆନମାନଙ୍କୁ ହସ୍ତାନ୍ତର କରାଯାଇଛି। ଉକ୍ତ ପିଲାମାନଙ୍କ ମଧ୍ୟରେ ପିପିଲି ସବ୍‌ଡିଭିଜନ୍‌ର ବିଭିନ୍ନ ଥାନା ଅଞ୍ଚଳରୁ ୩୫, ନିମାପଡ଼ା ଡିଭିଜନରୁ ୫୫, ପୁରୀ ସଦର ଡିଭିଜନରୁ ୨୮ ଏବଂ ପୁରୀ ସହର ଡିଭିଜନରୁ ୨୭ଜଣ ରହିଛନ୍ତି। ଏସ୍‌ପି ମିଶ୍ର କହିଛନ୍ତି, ଏଭଳି ଡ୍ରାଇଭ ଆଗକୁ ମଧ୍ୟ ଜାରି ରହିବ। ଯେତେ ମାଇନର ରିଲେଟେଡ୍‌ କେସ ରହିଛି ତାହାକୁ ପୋଲିସ ଗୁରୁତ୍ୱର ସହ ନେଉଛି। ସେହିପରି ବଳିଆପଣ୍ଡା ଥାନା ଅନ୍ତର୍ଗତ ସମୁଦ୍ରକୂଳ ଅଞ୍ଚଳରୁ ଛୋଟ ଝିଅ ନିଖୋଜ ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଛି। ଏ କ୍ଷେତ୍ରରେ କ୍ରାଇମବ୍ରାଞ୍ଚର ସହାୟତା ନିଆଯାଉଛି। ନିଖୋଜ ଛୁଆଙ୍କ ମା’ ବାପା ଯେଉଁମାନଙ୍କ ନାମରେ ଅଭିଯୋଗ ଆଣିଛନ୍ତି, ସେମାନଙ୍କର ଲାଇଭ ଡିଟେକସନ୍‌ କରିବାକୁ ଅନୁମତି ମଗାଯାଇଛି। ସେହିପରି ତାଙ୍କ ମା’ ଅଭିଯୁକ୍ତକୁ ଦେଖିଛନ୍ତି ବୋଲି କହିଛନ୍ତି। ତେଣୁ କୋର୍ଟଙ୍କ ଅନୁମତି ଅଣାଯାଇ ପୋର୍ଟରାଇଟ କରାଯାଇ ସମସ୍ତ ଥାନାକୁ ପଠାଯିବ। ପୋଲିସ ଖୁବଶୀଘ୍ର ନିଖୋଜ ରାଧାଙ୍କୁ ଉଦ୍ଧାର କରିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?