ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ, ଗାଁରେ ପୂରାଇ ଦେବୁନି। ଏଭଳି ଚେତାବନୀ ଦେଇଛନ୍ତି ଗଜପତି ଜିଲା ମୋହନା ସଦର ମହକୁମା ନାରାୟଣନଗରର ୧୪ ନଂ ୱାର୍ଡର ମହିଳାମାନେ। ଦୀର୍ଘଦିନ ହେବ ୱାର୍ଡରେ ଜଳ ଯୋଗାଣ ପାଇଁ ପ୍ରତି ଘର ସାମ୍ନାରେ ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରି ଟ୍ୟାପ ଲଗାଯାଇଛି। ହେଲେ ଜଳ ଯୋଗାଣ ବ୍ୟବସ୍ଥା ହୋଇ ପାରିଲା ନାହିଁ। କେବଳ ସୋଲାର ଟାଙ୍କି ବସାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ସାହିରେ ପ୍ରାୟ ୮୦ ପରିବାରରୁ ଅଧିକ ଅଛନ୍ତି ହେଲେ ସେଥିରେ ମଧ୍ୟ ଠିକରେ ପାଣି ଆସୁନି। ଫଳରେ ପିଇବା ପାଣି ପାଇଁ ୱାର୍ଡ ବାସିନ୍ଦା ଡହଳବିକଳ ହେଉଛନ୍ତି । ଯଦି ସରକାର ବା ପ୍ରଶାସନ ୱାର୍ଡ ବାସିନ୍ଦାଙ୍କୁ ପାଣି ଯୋଗାଇ ନ ଦିଅନ୍ତି ଭୋଟ ବର୍ଜନ କରିବା ସହ କୌଣସି ନେତା ଓ କୁଜିନେତାକୁ ସାହିକୁ ପୁରାଇ ଦେବୁନାହିଁ ବୋଲି ଚେତବନୀ ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବର କହିଛନ୍ତି ଜଳ ଯୋଗାଣ ଅଧିକାରୀଙ୍କୁ ଜଣାଇଛନ୍ତି। ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ସୋଲାର ଟାଙ୍କିର ୨୦ ମିଟର ବ୍ୟବଧାନରେ ଗୋଟିଏ ପାଣଟ୍ୟାପ୍‌ ରହିବା ପରିବର୍ତ୍ତେ ସେଠାରେ ୩ ଗୋଟି ଟ୍ୟାପ୍‌ କରାଯାଇଛି। ଅନ୍ୟପକ୍ଷେ ଦିନକୁ ଦିନ ଖରା ବଢ଼ିବା ସହ ଜଳସ୍ତର କମୁଛି। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରି ଠିକାଦାର ପଠାଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ପ୍ରଥମେ ଛେଳି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri