ଆମ ଜିଲା ଖବର

ଗୋଟିଏ ଜୁଇରେ ଜଳିଲେ ମା’ପୁଅ

ବେଲପଡ଼ା,୧୮।୨(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର କାନୁଟ ଗ୍ରାମର ନର୍ସରି ମଶାଣିରେ ରବିବାର ଗୋଟିଏ ଜୁଇରେ ମା’ ଓ ପୁଅଙ୍କ ମୃତଦେହ ଜଳିଛି। ପୁଅ ଦ୍ରୋଣଙ୍କୁ ବାପା ସୁରଥ ମହାଖୁଡ ଓ ମା’ ମାଳତୀଙ୍କୁ ବଡ଼ପୁଅ ଲଳିତ ମୁଖାଗ୍ନି…

ଛାତରୁ ମିଳିଲା ଆଇଟିଆଇ ଛାତ୍ରଙ୍କ ମୃତଦେହ

ରାଉରକେଲା,୧୮।୨(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦାସ୍ଥିତ ଏକ ଘରୋଇ ଆଇଟିଆଇରେ ପଢୁଥିବା ଜଣେ ଛାତ୍ରଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ହାତୀବାରି ବାଂଶଯୋର ନୂଆଟୋଲିର ଅତୁଲିଅନ୍‌ ଯୋଯୋ(୧୯)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ…

ଭଡାଘରୁ ମିଳିଲା ଶିକ୍ଷକଙ୍କ ମୃତଦେହ

ନିରାକାରପୁର,୧୮।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର କଲେଜ ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ଥିବା ଏକ ଭଡାଘରୁ ଜଣେ ଶିକ୍ଷକଙ୍କ ମୃତଦେହ ନିରାକାରପୁର ପୋଲିସ ଜବତ କରିଛି। ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ରବିବାର ହସ୍ତାନ୍ତର…

ବାପା-ଝିଅଙ୍କୁ ଛୁରାମାଡ଼

ବ୍ରଜରାଜନଗର,୧୮ା୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅଞ୍ଚଳରେ ରବିବାର ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଛୁରାମାଡ଼ ହୋଇଛି। ଏଥିରେ ବାପାଝିଅ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଓରିଏଣ୍ଟ ଥାନା ଅଧିକାରିଣୀ ରୋଜାଲିନ ପଟେଲଙ୍କ ସୂଚନା ଅନୁଯାୟୀ, ଇନ୍ଦିରା ଗାନ୍ଧୀ ମହିଳା…

ଚାଲିଥିଲା ଝିଅ ବାହାଘର: ମିଳିଲା ବାପାଙ୍କ ମୃତଦେହ

ହିଞ୍ଜିଳିକାଟୁ,୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ଝିଅ ବାହାଘର ଦିନ ବାପାଙ୍କ ମୃତଦେହ ଏକ ମୁଗ କିଆରିରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଏହି ଘଟଣା ଅଞ୍ଚଳରେ…

ଖଟିଆରେ ବୁହାହୋଇ ହସ୍ପିଟାଲ ଆସୁଥିଲେ ଗର୍ଭବତୀ: ବାଟରେ ହେଲା ପ୍ରସବ

ଜୁନାଗଡ଼,୧୮।୨(ଅଂଶୁମାନ ଯୋଷୀ): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ତାହାପୁଣି ଜିଲାର ଜୁନାଗଡ଼ ବ୍ଲକରେ। ବ୍ଲକର ଦାସିଗଁା ପଞ୍ଚାୟତ କିଞ୍ଜିକନା ଗ୍ରାମକୁ ଯିବା ପାଇଁ ଭଳ ରାସ୍ତାଟିଏ ନାହଁି। ଏଭଳି ସ୍ଥିତିରେ ରବିବାର ଗ୍ରାମର ରାଇମତି ମାଝୀ(୨୭)ଙ୍କ ପ୍ରସବ ବେଦନା…

ଫୁଲ ତୋଳିବାକୁ ଯାଇ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର,୧୮ା୨(ସନ୍ତୋଷ କୁମାର ରାଉତ): ଆନନ୍ଦପୁର ପୌରପରିଷଦ ୭ ନଂ ଓ୍ବାର୍ଡର ଜଣେ ଯୁବକ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଏହି ଓ୍ବାର୍ଡର ଦଶରାପଦା ସାହିର କେ.ଏନ. ପାପାରାଓଙ୍କ ପୁଅ ମୂର୍ତ୍ତି ରାଓ(୪୦)। ପରିବାର ଲୋକଙ୍କ କହିବା ଅନୁଯାୟୀ, ମୂର୍ତ୍ତି…

ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ବେଳେ ଓଲଟିଲା ପିକ୍‌ଅପ୍‌, ୩୫ ଆହତ

ଉମରକୋଟ,୧୮ା୨(ସନ୍ତୋଷ ଶତପଥୀ): ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉମରକୋଟ, ଝରିଗାଁ ଓ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନରେ ଥିବା ଏକମ୍ବା…

ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ

ଚାନ୍ଦବାଲି,୧୮ା୨(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନସ୍ଥ ଚରଦିଆ ପଞ୍ଚାୟତ ତ୍ରିନାଥ ଜାର ସାର୍ବଜନୀକ ସରସ୍ବତୀ ପଡ଼ିଆରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଚରଦିଆ ସାର୍ବଜନୀନ ସରସ୍ବତୀ ପଡ଼ିଆରେ ଯାତ୍ରା ହେଉଥିବା ବେଳେ ଶନିବାର ରାତିରେ ଯାତ୍ରା ପଡ଼ିଆରେ ପୂର୍ବ…

ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ, ପଞ୍ଚାୟତରେ ବିକାଶମୂଳକ କାମ ପାଇଁ କଲେ ଅନୁରୋଧ

କେନ୍ଦୁଝର,୧୮।୨: ପଞ୍ଚାୟତରେ ହେଉନି ବିକାଶମୂଳକ କାର୍ଯ୍ୟ, ତହସିଲଦାରଙ୍କ ଗୋଡ଼ ଧରି ନେହୁରା ହେଲେ ସରପଞ୍ଚ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ହାତିଡିହି ତହସିଲରେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ସରକାରୀ…

ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୧୮ା୨(କାର୍ତ୍ତିକ ସାହୁ): ପୁରୀଘାଟ ଥାନା ପୋଲିସ ଏକ ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ଦୀପକ ପ୍ରଧାନ (୧୯), ଭୋଳା ପ୍ରଧାନ (୨୪)…

୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ: ପ୍ରସବ ଯନ୍ତ୍ରଣା ସହି ନ ପାରି

କନ୍ଧମାଳ,୧୮।୨: କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟରରୁ ଅଧିକ ରାସ୍ତା ଖଟିଆରେ ବୁହା ହୋଇଛି। ମହିଳା ଜଣକ ପ୍ରସବ ବେଦନା ସହ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?