ଆମ ଜିଲା ଖବର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଆହତ

ଜୟପୁର,୧୦।୩: କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।…

ବିଜେଡି ଗଡ଼ ପତନ ପାଇଁ ଭାଜପା କରୁଛି ଏମିତି ରଣନୀତି

ଚିକିଟି,୧୦ା୪(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାର ଚିକିଟି ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବରେ ପରିଚିତ। ମନ୍ତ୍ରୀ ଉଷା ଦେବୀ ଦୀର୍ଘ ୨୪ବର୍ଷ ଧରି ଅକ୍ତିଆର କରି ରହିଥିବା ଏହି ଆସନ ପାଇଁ ତାଙ୍କ ସୁପୁତ୍ର ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କୁ ଚଳିତ ବର୍ଷ ସାଧାରଣ…

ଏଥର ବିକଳ୍ପ ଖୋଜୁଛନ୍ତି ଭୋଟର

ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୬୭ରୁ ଏଯାବତ ସଂରକ୍ଷିତ ଆସନ ହୋଇ ରହିଛି। ଅଞ୍ଚଳବାସୀ ଏନେଇ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ କମିଶନରଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ…

୬ ଦିନରେ ୩,୦୨,୯୫୦ କଇଁଛଙ୍କ ଅଣ୍ଡାଦାନ

ରାଜନଗର,୧୦ା୪(ଭାସ୍କର ରାଉତରାୟ):ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ଲକ୍ଷାଧିକ କଇଁଛଙ୍କ ଅଣ୍ଡାଦେବା ପ୍ରକ୍ରିୟାରେ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତମାସ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଛି। ଅନୁକୂଳ ପାଗର ସୁଯୋଗ…

ଭୋଟକୁ ଓଲଟପାଲଟ କରିପାରେ ଚାଷୀ ସଙ୍ଗଠନ

ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକସଭା ଆସନ ସମେତ ଜିଲାର ୭ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଷୀ ସଙ୍ଗଠନ, ବିଦ୍ରୋହୀ ଓ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଭାବଶାଳୀ ଉପସ୍ଥିତି ପ୍ରତିଦ୍ୱନ୍ଦ୍ୱିତାର ଚିତ୍ରକୁ ପ୍ରଭାବିତ କରୁଛି ା ମୋଟାମୋଟି ଭାବେ ସବୁଠି କଡ଼ା ମୁକାବିଲା ହେବାର…

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ (ଏଆରଆଇ) ନିଲମ୍ବିତ ହୋଇଛନ୍ତି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର…

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୧୦।୪: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିପାଇଁ ସା ୬ରୁ ରାତି ୧୦ଟା ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଭୋଗ…

ଭାଜପା ଆଶାୟୀଙ୍କ ମଧ୍ୟରେ ଟଣାଓଟରା

ପଟ୍ଟାମୁଣ୍ଡାଇ,୧୦ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି। ବିଜେଡି ପୁଣି ଧ୍ରୁବ ସାହୁଙ୍କୁ…

୧୬ ମାଛର ଓଜନ ୨୧୫ କେଜି

ପାରାଦୀପ,୧୦।୪(ଶରତ ରାଉତ):ପାରାଦୀପ ମାଛଧରା ବନ୍ଦରକୁ ମଙ୍ଗଳବାର ପାର୍ବତୀ ନାମକ ବୋଟ୍‌ରେ ୧୬ଟି ତେଲିଆ ବୋରେଇ ମାଛ ଆସିଥିଲା। ସେଗୁଡ଼ିକର ଓଜନ ୨୧୫ କେଜି ରହିଛି। ଉକ୍ତ ମାଛକୁ ବିକ୍ରି ପାଇଁ ବୋଟ୍‌ ମାଲିକ ସନ୍ଧ୍ୟାରେ କଲିକତା ଦୀଘା ନେଇ ଯାଇଛନ୍ତି। ଏସବୁ…

୧୧ରେ ପାଳନ ହେବ ଇଦ୍‌

କଟକ,୧୦ା୪ (କାର୍ତ୍ତିକ ସାହୁ):ଆସନ୍ତା ୧୧ ତାରିଖରେ ଇଦ୍‌ ପର୍ବ ପାଳନ ହେବ। ଏନେଇ କଟକ ଦିଓ୍ବାନବଜାରସ୍ଥିତ ଅଞ୍ଜୁମାନ ଇସ୍‌ଲାମିଆ ଅହେଲ ସୁନତ ଓ ଜମାତ୍‌ ଚାନ୍ଦ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସମ୍ପାଦକ ଲିଆକତ୍‌ଉଦ୍ଦିନ୍‌ ଅହେମ୍ମଦ ମଙ୍ଗଳବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି।…

ପୋଲିସକୁ କାମୁଡ଼ିି ଖସିଗଲେ ଅଭିଯୁକ୍ତ

ରାମଚନ୍ଦ୍ରପୁର, ୧୦ା୪ (ଗଣେଶ୍ୱର ସା):ହତ୍ୟା ଉଦ୍ୟମ କରି ଦୀର୍ଘଦିନ ହେଲା ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁୁ ଗିରଫ କରିବା ସମୟରେ ସେ ପୋଲିସ କର୍ମଚାରୀଙ୍କୁ କାମୁଡ଼ି ରକ୍ତାକ୍ତ କରି ଖସି ପଳାଇବା ଘଟଣା ଆନନ୍ଦପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଅଭିଯୁକ୍ତ…

ତୁଟୁନି ବିଜେଡିର ଟିକେଟ ଝମେଲା

ଭୁବନେଶ୍ୱର,(ଅନିଲ ଦାସ)/ ଅନୁଗୋଳ, ୧୦ା୪ (ଅମିତ କୁମାର ସାମଲ):ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଟିକେଟ ଝମେଲା ତୁଟୁନି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?