ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ସମୁଦ୍ର ମଧ୍ୟକୁ ପ୍ରବେଶ କରିପାରୁନାହିଁ।
କାଂଶବାଂଶ ନଦୀର ଶାଖା ନଈ ଭାବେ ପରିଚିତ ଗମେଈ ନଦୀଟି ବାସୁଦେବପୁରର ବରଣ୍ଡୁଆ, ନରସିଂହପୁର, ସୁଦର୍ଶନପୁର, ଚୂଡ଼ାମଣି, ଅଢ଼ୁଅଁା, ଶାଶୁଭୁଆଶୁଣୀ ଆଦି ୬ଟି ପଞ୍ଚାୟତ ଓ ପୌରପାଳିକାର ଗୁଆଗଁା, ବଳିବିନ୍ଧା, ଭୈରବପୁର, ଗୋପାଳପୁର ଆଦି ୱାର୍ଡ଼ ମଧ୍ୟ ଦେଇ ସିଧାସଳଖ ବଙ୍ଗୋପସାଗରକୁ ଚୁଡ଼ାମଣି ମୁହାଣଠାରେ ଭେଦ କରିଛି। ଏହି ପଞ୍ଚାୟତ ଓ ୱାର୍ଡଗୁଡ଼ିକର ଚାଷୀଙ୍କ ପାଇଁ ଗମେଈ ନଦୀ ଜୀବନଧାରା ହୋଇଥିବା ବେଳେ ଚୁଡ଼ାମଣି, ଅଢ଼ୁଁଆ ଘାଟଠାରୁ ଶତାଧିକ ସଂଖ୍ୟାରେ ବୋଟ୍‌, ଲଞ୍ଚ, ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀଙ୍କ ପେଟପାଟଣାର ମୁଖ୍ୟ ଉତ୍ସ।
କିନ୍ତୁ ଏହି ନଦୀଟିକୁ ଚୁଡ଼ାମଣି ଘାଟ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୧୦ ବର୍ଷ ପୂର୍ବେ ଖନନ କରାଯାଇଥିବା ବେଳେ ଚୂଡ଼ାମଣି ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀଟି ପୋତି ହୋଇ ପଡ଼ିବା ସହିତ ଅଣଓସାରିଆ ହୋଇପଡ଼ିଛି। ଅଣଓସାରିଆ ନଦୀଟିର ଗଭୀର କମ୍‌ ଥିବାରୁ ଠିକ୍‌ ଭାବେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ସମୁଦ୍ର ମଧ୍ୟକୁ ପ୍ରବେଶ କରିପାରୁନାହିଁ। ବୋଟ, ଲଞ୍ଚ ଭୁଟୁଭୁଟିଗୁଡ଼ିକ ଯାଆସ କରିବା ପାଇଁ ସମୁଦ୍ର ଜୁଆରକୁ ମତ୍ସ୍ୟଜୀବୀ, ଲଞ୍ଚବୋଟ, ଭୁଟୁଭୁଟି ମାଲିକମାନେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଚୁଡ଼ାମଣି ଜେଟିର ଅବସ୍ଥା ମଧ୍ୟ ଅତି ଶୋଚନୀୟ ଅଟେ। ଅର୍ଦ୍ଧ୍ୱଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଏହି ଜେଟିଟି ପଡ଼ିରହିଛି। ବର୍ତ୍ତମାନ ଚୁଡ଼ାମଣି ଜେଟି ଅଧୀନରେ ମୋଟ ୨୧୩ଟି ଗିଲନେଟ, ଭୁଟୁଭୁଟି, ଡଙ୍ଗା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୮୮ଟି ଯନ୍ତ୍ରଚାଳିତ ବୋଟ ଗିଲନେଟ, ୧୨୦ଟି ଭୁଟୁଭୁଟି, ୨ଟି ଦେଶୀ ଡଙ୍ଗା ଥିବା ବେଳେ ଏସବୁ ଗିଲନେଟ, ଭୁଟୁଭୁଟି, ଡଙ୍ଗା ସମୁଦ୍ରକୁ ଠିକ୍‌ ଭାବେ ଯାଆସ କରିପାରୁ ନାହଁାନ୍ତି। ଗମେଈ ନଦୀର ଅଧିକାଂଶ ଭାଗ ମୁହାଣ ପର୍ଯ୍ୟନ୍ତ ପୋତି ହୋଇପଡ଼ିଥିବାରୁ ମତ୍ସ୍ୟଜୀବୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏନେଇ ଚୁଡ଼ାମଣି ଟ୍ରେଲର ମାଲିକ ସଂଘ ସମ୍ପାଦକ ଶଶୀକାନ୍ତ ନାୟକଙ୍କୁ ପଚାରିବାରୁ ଗମେଈ ନଦୀର ଉକ୍ତ ଅଞ୍ଚଳ ଖନନ ପାଇଁ ବାରମ୍ବାର ସଂଘ ପକ୍ଷରୁ ଦାବି କରାଯାଉଥିବା ବେଳେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୧୫ ହଜାରରୁ ଊର୍ଦ୍ଧ୍ୱ ମସତ୍‌ୟଜୀବୀ ପରିବାର କ୍ଷତିରେ ପଡ଼ୁଛନ୍ତି। ମତ୍ସ୍ୟଜୀବୀଙ୍କ ମୌଳିକ ସମସ୍ୟାକୁ ସମାଧାନ କରାଗଲେ ମତ୍ସ୍ୟଜୀବୀ ପରିବାରମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି। ଏ ସମ୍ପର୍କରେ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ଜଗଦୀଶ ବାରିକଙ୍କୁ ପଚାରିବାରୁ ଚୁଡ଼ାମଣି ଜେଟିର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯାଉଛି। ପୋତି ହୋଇ ପଡ଼ିଥିବା ନଦୀକୁ ଖନନ କରାଗଲେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ଯିବା ଆସିବା କରିବା ଅଧିକ ସହଜ ହୋଇପାରନ୍ତା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?