ଦଳଡିଆଁ ନେତାଙ୍କ ପତିଆରା ଅଧିକ

ଯାଜପୁର,୧୧।୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଦଳଡିଆଁରେ ରେକର୍ଡ କରୁଥିବା ନେତାଙ୍କ ପତିଆରା ଏଥର ଢେର ଅଧିକ ଦେଖିବାକୁ ମିଳିଛି। ହେଲେ ଗୋଟିଏ ଦଳରେ ଦଶନ୍ଧି ଓ ବର୍ଷ ବର୍ଷ ଧରି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ନେତାଙ୍କୁ ଅଣଦେଖା କରାଯାଉଛି। ସବୁ ଦଳର ପୁରୁଖା ନେତା ଓ ଆଶାୟୀମାନେ ଉପରକୁ ଅନେଇ ରହିଛନ୍ତି। ପୁଣି ଦଳଡିଆଁ ନେତାମାନେ ଅଞ୍ଚଳର ବିକାଶ କରିବା ସହ ଲୋକଙ୍କ ସାଥିରେ ଅଛନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି। କିନ୍ତୁ ଯେଉଁମାନେ ବାସ୍ତବରେ ଅଞ୍ଚଳର ବିକାଶ କରିବାକୁ ଚାହାନ୍ତି ସେମାନଙ୍କୁ କୌଣସି ଦଳର ଆବଶ୍ୟକତା ପଡେ ନାହିଁ ବରଂ ଦଳ ଡିଆଁ ରାଜନୀତି ନିଜ ସ୍ବାର୍ଥ ସାଧନ କରିବାର ଏକ ମାଧ୍ୟମ ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ଏବେ ଜିଲାର କୋରେଇ, ବରୀ ଓ ବଡ଼ଚଣାରେ ଉଭୟ ବିଜେଡି ଓ ଭାଜପା ଟିକେଟ୍‌ ଅପେକ୍ଷାରେ ଏକାଧିକ ନେତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳଡିଆଁ ନେତା ଓ ନେତ୍ରୀ ରହିଥିବାବେଳେ ଟିକେଟ୍‌ ନ ମିଳିଲେ ପୁଣି ଅନ୍ୟ ଦଳ ଡେଇଁବାକୁ ଗୋଡ ଟେକି ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ବର୍ଷ ବର୍ଷ ଧରି ରାଜ୍ୟ ଦଳୀୟ କାର୍ଯ୍ୟାଳୟ ଚକ୍କର କାଟିଥିବା ଆଶାୟୀମାନେ ଏଥର ଜଳକା ହୋଇ ଚାହିଁ ରହିଛନ୍ତି। କେତେକ ରାଜ୍ୟ କାର୍ଯ୍ୟାଳୟକୁ ନିଜ ସମର୍ଥକଙ୍କ ସହ ଯାଇ ହୋହାଲ୍ଲା କରି ପୁଣି ପ୍ରତିଶ୍ରୁତି ପାଇ ଫେରି ଆସୁଛନ୍ତି। ଆଉ କେତେକ ଟିକେଟ୍‌ ଘୋଷଣାକୁ ଚାହିଁ ରହିଛନ୍ତି। ଏଠାରେ ଯାଜପୁର ଜିଲାର କୋରେଇ, ବରୀ ଓ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳଗୁଡିକର ଟିକେଟ୍‌ ଘୋଷଣାକୁ ଆଶାୟୀମାନେ ଚାହିଁ ରହିଛନ୍ତି। ବରୀରେ ଟିକେଟ୍‌ ଆଶାୟୀମାନେ ଛକାଛକିରେ ରହିଛନ୍ତି। ଭାଜପା ସମର୍ଥନରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଏବଂ ୨୦୧୯ରେ ବିଜେଡି ଟିକେଟ୍‌ରେ ବିଧାୟିକା ହୋଇଥିବା ସୁନନ୍ଦା ଦାସଙ୍କୁ ଏଥର ଟିକେଟ୍‌ ଅପେକ୍ଷାରେ ରହିବାକୁ ପଡିଛି। ସେ ଜଣେ ମହିଳା ନେତ୍ରୀ ଭାବେ ସାରା ଦେଶରେ ହୋଇଥିବା ସର୍ଭେ ତାଲିକାରେ ସ୍ଥାନ ପାଇ ସାରିଛନ୍ତି। ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବିଷୟ ଭାଷଣର ଶୀର୍ଷକ ହେଉଥିବାବେଳେ ତଥାପି ବିଜେଡି କାହା ଅପେକ୍ଷାରେ ତାଙ୍କୁ ଝୁଲାଇ ରଖିଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ପ୍ରଥମେ କଂଗ୍ରେସ ଓ ପରେ ସ୍ବାଧୀନ ଏବଂ ଭାଜପାରୁ ନିର୍ବାଚନ ଲଢି ବିଜେଡିକୁ ଡିଆଁମାରି ନେତା ସାଜିଥିବା ବିଶ୍ୱରଞ୍ଜନ ମଲିକ ଟିକେଟ୍‌ ଆଶାରେ ରହିଛନ୍ତି। ବିଶ୍ୱଙ୍କ ସମର୍ଥକମାନେ ତାଙ୍କୁ ଗରିବଙ୍କ ସାହା ବୋଲି କହୁଛନ୍ତି। ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ଅନନ୍ୟ ବୋଲି ଦିଣ୍ଡିମ ପିଟୁଛନ୍ତି। ତେଣୁ ବିଜେଡି ପାଇଁ ସେ ପ୍ରଥମ ଦାବିଦାର ବୋଲି ତାଙ୍କ ସମର୍ଥକମାନେ ମତପ୍ରକାଶ କରୁଛନ୍ତି। କିନ୍ତୁ ବରୀରେ ଏଯାଏ ବନ୍ୟା ମୁକାବିଲା ହୋଇ ପାରିନାହିଁ। ଏବେବି ଏକାଧିକ ବନ୍ୟା ମୁକାବିଲା ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡି ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଅନେକ ମୌଳିକ ସମସ୍ୟା ବରୀ ଅଞ୍ଚଳରେ ଲାଗି ରହିଛି। କେବଳ ବରୀ ନୁହେଁ ସାରା ଯାଜପୁର ଜିଲାର ଗ୍ରାମାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ଅନେକ ସମସ୍ୟା ରହିଥିଲେ ହେଁ କୌଣସି ନିର୍ବାଚିତ ଲୋକ ପ୍ରତିନିଧି ଆନ୍ତରିକତାର ସହ ସମାଧାନ କରିବାକୁ ଆଗେଇ ଆସୁ ନାହାନ୍ତି। ଅଧିକାଂଶ ଠିକାଦାରୀ ରାଜନୀତିରେ ମାତି ନିଜର ବ୍ୟାଙ୍କ ବାଲାନ୍ସ ବଢେବାରେ ଲାଗିଛନ୍ତି ବୋଲି ସାଧାରଣ ଜନତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଅନ୍ୟପକ୍ଷେ ଜିଲାରେ ୧୦ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପ କମ୍ପାନୀ ପ୍ରତିଷ୍ଠା ହେବା ସହ ଖଣି ଖନନ ଚାଲିଥିଲେ ହେଁ ଜିଲାର ହଜାର ହଜାର ଶିକ୍ଷିତ ଯୁବତୀଯୁବକ ବେକାର ହୋଇ ବୁଲୁଛନ୍ତି। ଏଠାରେ ଠିକାସଂସ୍ଥା ହେଉ କିମ୍ବା ନିଯୁକ୍ତି କ୍ଷେତ୍ରରେ ଅଣଓଡ଼ିଆଙ୍କୁ ଅଧିକ ସୁଯୋଗ ମିଳୁଛି। ଏହାର ପ୍ରତିବାଦ କରିବାକୁ କୌଣସି ନିର୍ବାଚିତ ଲୋକ ପ୍ରତିନିଧି ଆଗେଇ ଆସୁନାହାନ୍ତି। ତେଣୁ ଜିଲାର ସମସ୍ତ ଆଶାୟୀ ନେତାମାନଙ୍କ ଯଦି ଦମ୍‌ ଅଛି ତେବେ କୌଣସି ଦଳୀୟ ଟିକେଟ୍‌ରେ ନୁହେଁ ବରଂ ସ୍ବାଧୀନ ପ୍ରାର୍ଥୀ ହୋଇ ଲଢି ଜିତିଲେ ବାସ୍ତବରେ ସେହି ଅଞ୍ଚଳର ବିକାଶ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆହ୍ବାନ ଦିଆଯାଉଛି। ସେହିପରି ବିଜେଡିରୁ ଭାଜପାକୁ ଡିଆଁ ମାରିଥିବା ଦେବାଶିଷ ନାୟକ ମଧ୍ୟ ଟିକେଟ୍‌ ଆଶାରେ ରହିଛନ୍ତି। ଅନ୍ୟପକ୍ଷେ କଂଗ୍ରେସରୁ ଭାଜପାକୁ ଯାଇଥିବା ଉମେଶ ଜେନା ଭାଜପା ସଙ୍ଗଠନକୁ ସୁଧାରିବାରେ କିଛି କାମ କରିଥିବାବେଳେ ସେ ମଧ୍ୟ ଟିକେଟ୍‌ ଦୌଡରେ ଅଛନ୍ତି। କୋରେଇରେ ଏଥର ବିଜେଡିରୁ ଭାଜପାକୁ ଡିଆଁ ମାରି ଆକାଶ ଦାସନାୟକ ଖୁବ୍‌ କମ ଦିନରେ ଟିକେଟ୍‌ ହାତେଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସରୁ ଭାଜପାକୁ ଡିଆଁ ମାରିଥିବା ବିଶ୍ୱଜିତ୍‌ ନାୟକ ଏଥର ନିରାଶ ହୋଇଛନ୍ତି। ସେହିପରି ଆଲେକଜାଣ୍ଡାର ଦାସ ଭାଜପାରୁ ରାଜନୈତିକ ଜୀବନ ଆରମ୍ଭ କରିବା ସହ ସଙ୍ଗଠନକୁ ସୁଦୃଢ କରିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ୩ ଦଶନ୍ଧି ଧରି ଭାଜପାର ମଙ୍ଗ ଧରିଥିବା ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡାଙ୍କୁ ମଧ୍ୟ ଅଣଦେଖା କରାଯାଇଛି। ବିଭିନ୍ନ ଦଳରୁ ଅନ୍ୟ ଦଳକୁ ଯିବା ରାଜନୀତିର ଏକ ଅଂଶବିଶେଷ ହୋଇଥିଲେ ବି ଏଥର ସମ୍ବେଦନଶୀଳ ହଜି ଯାଇଛି ବୋଲି ବରିଷ୍ଠମାନେ କହୁଛନ୍ତି। ଅନ୍ୟପକ୍ଷେ ବିଜେଡି ବିଧାୟକ ଅଶୋକ ବଳ ଏଯାଏ ଝୁଲି ରହିଛନ୍ତି। ସେହିପରି ବଡ଼ଚଣାରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଝୁଲାଇ ରଖିଥିବାବେଳେ ସେଠାରେ ଏକାଧିକ ନେତା ଟିକେଟ୍‌ ଆଶାୟୀ ରହିଛନ୍ତି। ଏହିକ୍ରମରେ ନିଜ ଦଳରେ ଆଲେଡା ହେଲେ ନୂଆ ଦଳରେ ମିଶିଲେ ଟିକେଟ୍‌ ମିଳିବା ପ୍ରାୟ ନିଶ୍ଚିତ ହୋଇ ଯାଉଛି। ତେଣୁ ଏବେ ବି ଏକାଧିକ ନେତା ସେହି ଅପେକ୍ଷାରେ ରହିଥିବା ଜିଲାସାରା ଚର୍ଚ୍ଚାର ବିଷୟ ହୋଇଛି।
ଏ ସଂକ୍ରାନ୍ତରେ ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ସୁବିଧା ଦେଖି ନେତାମାନେ ଅନ୍ୟ ଦଳର ଆଶ୍ରା ନେଇ ଯାଉଛନ୍ତି। ନୀତି ଆଦର୍ଶ କେବଳ ପ୍ରହସନ ସାଜିଛି। କଳେବଳେ କୌଶଳେ କ୍ଷମତା ଦଖଲ ମୂଳ ମନ୍ତ୍ର ହେଉଛି। ଦଳ ହେଉ ବା ବ୍ୟକ୍ତି ବିଶେଷ କ୍ଷମତାକୁ ଆସିବାକୁ ସମସ୍ତେ ବ୍ୟାକୁଳ। ଡାଳ ଡିଆଁ ପଶୁଙ୍କଠାରୁ ଦଳଡିଆଁ ମଣିଷ ବୁକେଇ ଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?