ରୋଗୀ ଆଟେଣ୍ଡାଣ୍ଟଙ୍କୁ ପିଟିଲା ପୋଲିସ

କଟକ, ୧୧ା୪(ଶିଳ୍ପା ପ୍ରିୟଦର୍ଶିନୀ)କଟକ ଏସ୍‌ସିବି ମେଡିକାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କୁ ମଙ୍ଗଳବାର ରାତିରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବା ପାଇଁ ସେମାନେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ରୋଗୀମାନେ ଆସିଥାନ୍ତି। ସେମାନଙ୍କ ସହିତ ଆଟେଣ୍ଡାଣ୍ଟ ମଧ୍ୟ ଆସିଥାନ୍ତି। ଚିକିତ୍ସା ପାଇଁ ଅଧିକ ସମୟ ଲାଗୁଥିବାରୁ ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ରାତିବେଳା ବିଭିନ୍ନ ବିଭାଗ ନିକଟରେ ଶୋଇଥାନ୍ତି। ମଙ୍ଗଳବାର ରାତିରେ ମଧ୍ୟ ମେଡିକାଲର ରଞ୍ଜନରଶ୍ମି ବିଭାଗ, ରୁମାଟୋଲୋଜି ବିଭାଗ, ମେଡିିସିନ ବିଭାଗ ନିକଟରେ ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ଶୋଇଥିଲେ। ହଠାତ୍‌ ପୋଲିସ ସେଠାରେ ପହଞ୍ଚି ମୋବାଇଲ ଓ ପିଲା ଚୋରି ହେଉଥିବା କହି ସେମାନଙ୍କୁ ପଳାଇବା ପାଇଁ କହିବା ସହ ମାଡ଼ ମାରିଥିଲା। ଏଥିରେ ସେମାନେ ଆହତ ହୋଇଥିଲେ। ଏନେଇ ଏସ୍‌ସିବି ମେଡିକାଲକୁ ଆସିଥିବା ରବୀନ୍ଦ୍ରନାଥ ବେହେରା କହିଛନ୍ତି, ମେଡିକାଲର ନେଫ୍ରୋଲୋଜି ବିଭାଗକୁ ମଙ୍ଗଳବାର ଚିକିତ୍ସା ପାଇଁ ଆସିଥିଲି। ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ରଞ୍ଜନରଶ୍ମି ବିଭାଗ ନିକଟରେ ଧାଡିରେ ଛିଡା ହୋଇଥିଲି। ହେଲେ ନମ୍ବର ନ ପଡିବାରୁ ବୁଧବାର ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଫଳରେ ଘରକୁ ନ ଫେରି ମେଡିକାଲର ରଞ୍ଜନରଶ୍ମି ବିଭାଗ ନିକଟରେ ରାତିରେ ଶୋଇଥିଲି। ହେଲେ ହଠାତ୍‌ ପୋଲିସ ଆସି ମାଡ ମାରିଥିଲା। ମେଡିକାଲକୁ ଚିକିତ୍ସା ପାଇଁ ଆସି ପୋଲିସ ମାଡ଼ରେ ଆହତ ହୋଇଛି। ସେହିପରି ଗଣେଶ ଚନ୍ଦ୍ର ମାହାନା କହିଛନ୍ତି, ମେଡିକାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟ ବିଶ୍ରାମ ନେଉଥିବାବେଳେ ରାତି ଅଧରେ ପୋଲିସ ସେମାନଙ୍କୁ ମାଡ଼ ମାରୁଛି। ଏନେଇ ଏସ୍‌ସିବି ମେଡିକାଲ ପରିସରରେ ଥିବା ମଙ୍ଗଳାବାଗ ଫାଣ୍ଡି ଅଧିକାରୀ ମଣେଶ୍ୱର ପ୍ରଧାନ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ମେଡିକାଲ ପରିସରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟତୀତ ଅନ୍ୟ ଲୋକ ଆସି ରାତିରେ ଆଶ୍ରୟ ନେଉଛନ୍ତି। ଫଳରେ ମେଡିକାଲକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ମୋବାଇଲ ଫୋନ ସହ ଶିଶୁ ଚୋରି ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଗହଳି ନ କରିବା ପାଇ କୁହାଯାଇଥିଲା। ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିନା ଅସୁବିଧାରେ ମେଡିକାଲରେ ଆଶ୍ରୟ ନେଇପାରିବେ। ସେମାନଙ୍କ ବ୍ୟତୀତ ବାହାର ଲୋକଙ୍କୁ ମେଡିକାଲରୁ ବାହାରକୁ ଯିବା ପାଇଁ ପୋଲିସ କର୍ମଚାରୀମାନେ କହିଥିଲେ। ଅପରପକ୍ଷରେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?