ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ବୁଦ୍ଧାଦିତ୍ୟ

କଟକ,୧୧ା୪ (କାର୍ତ୍ତିକ ସାହୁ)ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରୁଥିବା ନେଇ ସେ ବିଡ଼ାନାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇନାହିଁ। ହେଲେ ଚଳଚ୍ଚିତ୍ର ପ୍ରଯୋଜକ ଓ କଳାକାରଙ୍କ ମଧ୍ୟରେ ଏଭଳି ଆରୋପ-ପ୍ରତ୍ୟାରୋପ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବୁଦ୍ଧାଦିତ୍ୟ ଏନେଇ ତୁଳସୀପୁରଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ ଜରିଆରେ ଗଣମାଧ୍ୟମ ଆଗରେ ନିଜର ପକ୍ଷ ରଖିଛନ୍ତି।
ବୁଦ୍ଧାଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ, ପ୍ରଯୋଜକ ଜଣଙ୍କ ଗତ ୭ ମାସ ହେବ ତାଙ୍କ ମାଉସୀ ତଥା ବର୍ଷୀୟାନ ଅଭିନେତ୍ରୀ ମହାଶ୍ବେତା ରାୟ ଓ ତାଙ୍କ ବିରୋଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଛନ୍ତି। ପ୍ରଯୋଜକ ଜଣଙ୍କ ବୁଦ୍ଧାଦିତ୍ୟଙ୍କ ଅଭିନୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ବୁଦ୍ଧାଦିତ୍ୟ କେବଳ ଟେଲିସିନେମା ଓ ସିରିଏଲ କରୁଛନ୍ତି। ଗୁଣାତ୍ମକ ସିନେମାରେ ତାଙ୍କର କୌଣସି ଦଖଲ ନାହିଁ। ସେଥିପାଇଁ ବୁଦ୍ଧାଦିତ୍ୟଙ୍କୁ କାମ ମିଳୁ ନ ଥିବା ନେଇ ପ୍ରଯୋଜକ ଜଣଙ୍କ ଅପପ୍ରଚାର ଚଳାଇଛନ୍ତି। ତେବେ ଓଡ଼ିଆ ସିନେମା ପ୍ରଥାକୁ ବିଭିନ୍ନ ସିନେମା ହଲରେ ବିରୋଧ କରାଯିବା ଏବଂ ପୋଷ୍ଟର ଚିରା ଯିବାବେଳେ ସିନେମାର ପ୍ରଯୋଜକ ସନଲିସା ପଟେଲଙ୍କୁ ବୁଦ୍ଧାଦିତ୍ୟ ସମର୍ଥନ କରିଥିଲେ। ସେ ଭୁବନେଶ୍ୱରରେ ସନଲିସାଙ୍କୁ ସମର୍ଥନ କରି ଧାରଣାରେ ବସିଥିଲେ। ତେବେ ସନଲିସାଙ୍କ ସମର୍ଥନରେ ବାହାରିବା ପରଠାରୁ ପ୍ରଯୋଜକ ଜଣକ ତାଙ୍କୁ ଟାର୍ଗେଟ କରିଆସୁଥିବା କୁହାଯାଉଛି। ଇନ୍‌ଷ୍ଟାଗ୍ରାମ ଏବଂ ଓଲିଉଡ୍‌ ପେଜ୍‌-୩ ନାମକ ଏକ ହ୍ବାଟ୍ସଆପ୍‌ ଗ୍ରୁପରେ ତାଙ୍କୁ ଟାର୍ଗେଟ କରି ସମାଲୋଚନା କରାଯାଉଛି। ବୁଦ୍ଧାଦିତ୍ୟ ୧୫ ଦିନ ତଳେ ଏହି ଘଟଣାକୁ ନେଇ ବିଡାନାସୀ ଥାନାରେ ଅଭିଯୋଗ କରିଥିଲେ। ଏବେ ପୁଣି ଥରେ ସମାନ ଅଭିଯୋଗ ନେଇ ବିଡାନାସୀ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ବିଡାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁ କହିଛନ୍ତି, ବୁଦ୍ଧାଦିତ୍ୟଙ୍କୁ ଜଣେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ପ୍ରଯୋଜକଙ୍କୁ ଥାନାକୁ ଡାକି ଘଟଣାର ଆପୋସ ସମାଧାନ କରାଯାଇଛି। ଭବିଷ୍ୟତରେ ସେ ଏଭଳି ସାମାଜିକ ଗଣମାଧ୍ୟମରେ ଲେଖିବେ ନାହିଁ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ବୁଦ୍ଧାଦିତ୍ୟଙ୍କ କହିବା କଥା ଯେଉଁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନା କରାଯାଇଛି, ସେହି ସାମାଜିକ ଗଣମାଧ୍ୟମରେ ସେ ଭବିଷ୍ୟତରେ ଏଭଳି କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦିଅନ୍ତୁ। ତା’ହେଲେ ସମସ୍ତେ ଏ ବିଷୟରେ ଅବଗତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?