‘ମଲିଆ ବ୍ରାହ୍ମଣମାନେ ଓଡ଼ିଶାର ପ୍ରାଚୀନ ଅଧିବାସୀ’

ପୁରୀ, ୧୧ା୪(ଅଜିତ୍‌ ମହାନ୍ତି)ମନ୍ଦିର ନଗରୀ ଭୁବନେଶ୍ୱରର ଅନ୍ୟତମ ପ୍ରାଚୀନ ମନ୍ଦିର ହେଉଛି ଶ୍ରୀକପିଳେଶ୍ୱର ମହାଦେବଙ୍କ ମନ୍ଦିର। ସନାତନ ଶାସ୍ତ୍ରରେ ଏହା କପିଳମୁନି ମନ୍ଦିର, କପିଳନାଥ ମନ୍ଦିର, କପିଳେଶ୍ୱର ମନ୍ଦିର ଭାବେ ବର୍ଣ୍ଣିତ ଅଛି। ବର୍ତ୍ତମାନ ଏହା କପିଳେଶ୍ୱର ମନ୍ଦିର ଭାବେ ପ୍ରସିଦ୍ଧ। ଇତିହାସ ଓ ଐତିହାସିକ ଗବେଷଣାରୁ ଜଣାପଡ଼ିଛି ଯେ, କପିଳବସ୍ତୁ ସାମ୍ରାଜ୍ୟର ଆରାଧ୍ୟ ମହାଦେବ ଥିଲେ। ଗଙ୍ଗବଂଶ ଶାସନ କାଳରେ ଏହି ମନ୍ଦିରର ପରିଚାଳନା ଭାର ପୁରୀର ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀଙ୍କୁ ଗଜପତି ଦେଇଥିଲେ। ଏଥିପାଇଁ ଜମି ଖଞ୍ଜା ଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ୱର ମନ୍ଦିରର ପରିଚାଳନା ସୁବିଧାରେ କରିବା ପାଇଁ ଗଜପତି ମହାରାଜା ଶ୍ରୀଲିଙ୍ଗରାଜ ମନ୍ଦିର ସମାନରେ ଶ୍ରୀଶଙ୍କରାନନ୍ଦ ମଠର ଏକ ଶାଖାମଠ ପ୍ରତିଷ୍ଠା କରିଥିଲେ। ମଠର ପ୍ରାଚୀନ ଇତିହାସରୁ ଜଣାଯାଏ ଯେ, ମୂଳରୁ ଶ୍ରୀକପିଳେଶ୍ୱରଙ୍କ ସେବା ପାଇଁ ଛତିଶ ପ୍ରକାର ସେବକ ଖଞ୍ଜା ରହିଥିଲା। ସେଥିପାଇଁ ଛତିଶା ନିଯୋଗ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ବିଭିନ୍ନ ସେବକ ସେବାରତ ଅଛନ୍ତି। ସେବକମାନଙ୍କୁ ଜମି ଖଞ୍ଜା ଗଜପତି ଦେଇଥିଲେ। ଯେଉଁ ବ୍ରାହ୍ମଣ ସେବକ ଦିଅଁଙ୍କ ରୋଷ କାର୍ଯ୍ୟରେ ରହିଥିଲେ, ସେମାନଙ୍କୁ ମଲିଆ ଉପାଧି ଦିଆଯାଇଥିଲା। ଓଡ଼ିଶାରେ ବ୍ରାହ୍ମଣ ନ ହେଲେ ଶିବଙ୍କ ପାଇଁ ରନ୍ଧନ କାର୍ଯ୍ୟ କରିବା ସମ୍ଭବ ନୁହେଁ। ତେଣୁ ନୈଷ୍ଠିକ ବ୍ରାହ୍ମଣମାନଙ୍କୁ ମଲିଆ ଉପାଧି ଦେଇ ରୋଷସେବା ଅର୍ପଣ କରାଯାଇଥିଲା। ମାଲିଆ ବ୍ରାହ୍ମଣମାନଙ୍କ ସମ୍ବନ୍ଧରେ ୨୫ଟି ସଂସ୍କୃୃତ, ଓଡ଼ିଆ ଓ ଇଂଲିଶ ପୁସ୍ତକ ଏବଂ ଦସ୍ତାବିଜରେ ସବିଶେଷ ବର୍ଣ୍ଣନା ଆଜି ବି ମିଳୁଛି ବୋଲି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।
ମନ୍ଦିର ସହିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସମ୍ପର୍କ ଥିଲା। ଏଠାରେ ଶିବଙ୍କ ନୀତିକାନ୍ତି ଶାସ୍ତ୍ର ବିଧାନରେ ହେଉଥିବାରୁ ହରିହର ଉପାସନା ଦୃଷ୍ଟିରୁ ବିଭିନ୍ନ ଯାନିଯାତ୍ରାରେ ଶ୍ରୀମନ୍ଦିରରୁ ଖେଇ ବ୍ୟବସ୍ଥା ଥିଲା। ଦଂଶନାମୀ ସମ୍ପ୍ରଦାୟରେ ଶ୍ରୀଶଙ୍କରାନନ୍ଦ ମଠର ସ୍ବାମୀମାନେ ପରିଚାଳନା ଭାର ନେଇନଥାନ୍ତେ। ତେଣୁ ଷଷ୍ଠ ଶତାବ୍ଦୀର ମଲିଆ କପରପ୍ଲେଟ ଜାରି ହୋଇନଥାନ୍ତା। ଏହି କପରପ୍ଲେଟ ମୁର୍ଶିଦାବାଦ ସଂଗ୍ରହାଳୟରେ ଗଛିତ ଅଛି। ବ୍ରାହ୍ମିନିକ୍‌ ସେଟେଲମେଣ୍ଟ ଇନ୍‌ ଡିଫରେଣ୍ଟ ସବ୍‌ଡିଭିଜନ୍ସ ଅଫ ଆନଣ୍ଟ ବେଙ୍ଗଲ ପୁସ୍ତକରେ ମଲିଆମାନେ ବ୍ରାହ୍ମଣ, ସେମାନଙ୍କ ଗୋତ୍ର କାଶ୍ୟପ, ବେଦ ଶ୍ୟାମବେଦ ଉଲ୍ଲେଖ ରହିଛି। ନାମ ପୂର୍ବରୁ ସେମାନେ ଭଟ୍ଟ ଉପାଧି ବ୍ୟବହାର କରୁଥିଲେ। ସ୍ବୀତି ଦତ୍ତଙ୍କ ଲିଖିତ ମାଇଗ୍ରାଣ୍ଟ ବ୍ରାହ୍ମଣସ୍‌ ଇନ୍‌ ନର୍ଦ୍ଦନ ଇଣ୍ଡିଆ ପୁସ୍ତକରେ ୪୭୫ ମସିହାରୁ ୧୦୩୦ ମସିହା ପର୍ଯ୍ୟନ୍ତ ବ୍ରାହ୍ମଣ ଇତିହାସ ଲେଖାଯାଇଛି। ଏଥିରୁ ଜଣାପଡୁଛି ମଲିଆମାନେ ଭାରତର ବିଭିନ୍ନ ସ୍ଥାନରେ ଥିଲେ। ତେଣୁ ଓଡ଼ିଶାର ପ୍ରାଚୀନ ବ୍ରାହ୍ମଣ କପିଳାବସ୍ତୁ ସାମ୍ରାଜ୍ୟର ଇଷ୍ଟ ଶ୍ରୀକପିଳେଶ୍ୱରଙ୍କ ସେବା କରୁଥିଲେ, ଏବେ ବି କରୁଛନ୍ତି। ଗଜପତି ଦେଇଥିବା ସ୍ଥାବର ସମ୍ପତ୍ତିର କାଗଜାତରେ ଜାତି ବ୍ରାହ୍ମଣ ବୋଲି ଉଲ୍ଲେଖ ରହିଛି। ଜାତିବାଦର କୁହେଳିକା ମଧ୍ୟରେ ମଲିଆ ବ୍ରାହ୍ମଣଙ୍କୁ ସମାଜସ୍ରୋତରେ ଅଣଓଡ଼ିଆ ଅବମାନନା ବୋଲି ଡ. ମିଶ୍ର ମତ ପ୍ରକାଶ କରିଛନ୍ତି। ସମ୍ପ୍ରତି ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର ପରିସରରେ ‘ମଲିଆ ସେବକଙ୍କ ଐତିହ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ହେମନ୍ତ କୁମାର ମହାପାତ୍ର, ଲଳିତ କୁମାର ମଲିଆ, ଅରବିନ୍ଦ ମଲିଆ, ଜିତେନ୍ଦ୍ର ମଲିଆ ପ୍ରମୁଖ ଯୋଗଦେଇଥିଲେ। ଆଲୋଚନା ଚକ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ ଗବେଷଣା ଅଧିକାରୀ ତଥା ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ପ୍ରାଚୀନ ବ୍ରାହ୍ମଣ ସମାଜରେ ମଲିଆ ବ୍ରାହ୍ମଣଙ୍କ ଗୁରୁତ୍ୱ ରହିଥିଲା। ଜାତିର ସଂସ୍କୃତି ପ୍ରତି ସେମାନଙ୍କର ଯଥେଷ୍ଟ ଅବଦାନ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?