ଯାଜପୁର

ଏକାଧିକ କ୍ରଶର ଉପରେ ଆୟକର ବିଭାଗର ଚଢ଼ାଉ

ଚଢ଼େଇଧରା, ୪।୪(ଡି.ଏନ.ଏ.): ଧର୍ମଶାଳା ବ୍ଲକର ବରଡା, ଲୁଣିବେର, ବିଛାଖଣ୍ଡି ଓ ରାହାଡପୁରଠାରେ ଥିବା ଏକାଧିକ କ୍ରସର ଉପରେ ସୋମବାର ଆୟକର ବିଭାଗ ତରଫରୁ ଚଢାଉ କରାଯାଇଛି। ସକାଳୁ ଆରମ୍ଭ ହୋଇଥିବା ଚଢାଉରେ ବହୁ ସଂଖ୍ୟକ କର୍ମଚାରୀ ସାମିଲ ହୋଇଥିଲେ। ବରଡା ମୌଜାରେ…

କାର୍ଯ୍ୟାନୁଷ୍ଠାନରେ ରଫାଦଫା

ଯାଜପୁର ଅଫିସ/କୋରେଇ (ଡି.ଏନ୍‌.ଏ.),୩ା୪: ନକଲି ଜାତିଗତ ପ୍ରମାଣପତ୍ର ଅଭିଯୋଗରେ ୨ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାବେଳେ ସମାନ ଜାତିର ଅନ୍ୟ ୯ ଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି। ଯାଜପୁର ଜିଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆର୍‌ଡିସିଙ୍କ ନିର୍ଦ୍ଦେଶକୁ ତହସିଲ କର୍ତ୍ତୃପକ୍ଷ…

ବିପଜ୍ଜନକ ଅବସ୍ଥାରେ ଶଙ୍ଖଚିଲା ଏଟିଏମ୍‌

ଯାଜପୁର ରୋଡ,୩ା୪(ଡି.ଏନ.ଏ.): ଯାଜପୁର ରୋଡ୍‌ ଷ୍ଟେଟ ବ୍ୟାଙ୍କ ଅଧୀନରେ ଥିବା ଏଟିଏମ୍‌ଗୁଡିକରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠି ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କାମ କରୁନି ଆଉ କେଉଁଠି ଗ୍ରାହକ ଯିବା ପାଇଁ ଡ୍ରେନ୍‌ ଉପରେ ସ୍ଲାବ ନାହିଁ। ଏଟିଏମ୍‌ ଥିବା ଘରେ…

ବର୍ଷା, କୁଆପଥର ମାଡ଼ରେ ବ୍ୟାପକ ଫସଲ କ୍ଷତି

ସିଂହପୁର,୩ା୪(ଡି.ଏନ.ଏ.): ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଚିନାବାଦାମ, ମୁଗ ଓ ଅନ୍ୟାନ୍ୟ ଫସଲ କ୍ଷୟକ୍ଷତି ହୋଇଛି। ଅମଳ ସମୟରେ ଫସଲ କ୍ଷତି ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ହଜାରହଜାର…

ଅନ୍ତର୍ଜାତୀୟସ୍ତରରେ ଆଇଶା ପ୍ରଥମ

ଝୁମ୍ପୁରୀ,୩ା୪(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଚମ୍ପେଇପାଳ ପଞ୍ଚାୟତ ଓଡ଼େଇ(ନୂଆଗାଁ) ଗ୍ରାମର ପାର୍ଥସାରଥୀ ମଲ୍ଲିକ ଓ ବାଣୀଶ୍ରୀ ମଲ୍ଲିକଙ୍କ ଝିଅ ଆଇଶା ୨୦୨୨-୨୩ ଇଂଲିଶ ଅଲିମ୍ପିଆଡ୍‌ ପରୀକ୍ଷାରେ ଅନ୍ତର୍ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସିଲଭରଜୋନ ଅନ୍ତର୍ଜାତୀୟ ଇଂଲିଶ ସେକେଣ୍ଡ ପରୀକ୍ଷାରେ…

କିଡ୍‌ନୀ ରୋଗରେ ଆକ୍ରାନ୍ତ ସଦାନନ୍ଦ

ପ୍ରୀତିପୁର/ବିଞ୍ଝାରପୁର,୩ା୪ (ଡି.ଏନ.ଏ.): ଦିନେ ରାଜ୍ୟ ବାହାରେ ଦାଦନ ଖଟି ପରିବାର ମୁହଁରେ ଦେଉଥିଲେ ଦାନା। ଆଜି ସେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ଗ୍ରାମର…

ବିଧବା ମା’ଙ୍କୁ ଘରୁ ତଡ଼ିଦେଲେ ୩ ପୁଅ

ବରୀ,୩ା୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭଅଁରା ପଞ୍ଚାୟତର ଜଣେ ବିଧବା ସଜନୀ କରଙ୍କୁ ତାଙ୍କ ୩ ପୁଅ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏବେ ସଜନୀଙ୍କୁ ଯାଜପୁର ଜିଲା ମହିଳା ସହାୟତା କେନ୍ଦ୍ରରେ ରଖାଯାଇଛି। ପୁଅମାନେ…

୬ରେ ଅଟକିଛି ଆଦର୍ଶ ଗ୍ରାମ ଯୋଜନା

ଯାଜପୁର ଅଫିସ,୨।୪: ଆଦର୍ଶ ଗ୍ରାମ ଯୋଜନା ସାଧାରଣ ଲୋକଙ୍କୁ ସମ୍ମାନ ଓ ସ୍ବାଭିମାନର ସହ ଜୀବନ ନିର୍ବାହର ଏକ ସର୍ବୋତ୍ତମ ଯୋଜନା। କେବଳ ସରକାରୀ ବିଭାଗ ବା ଦାୟିତ୍ୱ ନିର୍ବାହକାରୀ ସଂସ୍ଥା କୌଣସି ଅଞ୍ଚଳର ବିକାଶ ବା ଉନ୍ନୟନ କରିବା ସମ୍ଭବ…

ପୂର୍ବ ଶତ୍ରୁତାରୁ ପିଟି ମାରି ଦେଇଥିଲେ

ରସୁଲପୁର,୨।୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ଢିଅସାହିର ବିକାଶ ଲେଙ୍କା ହତ୍ୟା ମାମଲାରେ ସାମିଲ ଗୋଟିଏ ପରିବାରର ବାପା ଓ ୨ପୁଅଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବାପା ହରେକୃଷ୍ଣ ବରାଳ, ବଡ଼ପୁଅ ଗରୁଡ଼ ଓରଫ୍‌…

କୋରେଇ ପାଇଁ ଚିନ୍ତାରେ ବିଜେଡି

ଯାଜପୁର ଅଫିସ,୧ା୪: ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହା ପରେ କେହି ଜଣେ ନେତା ତିଷ୍ଠି ପାରିନାହାନ୍ତି। ଏବେ ପୁଣି ବାହାର ଅଞ୍ଚଳ ନେତାଙ୍କ ନଜର ଏହି ନିର୍ବାଚନ ମଣ୍ଡଳୀ ଉପରେ ପଡ଼ିିଛି। ୨୦୦୦ ପୂର୍ବରୁ ଏଠାରେ ଅଶୋକ…

ତଦନ୍ତରେ ବାଧକ ସାଜିଲା ଝଡ଼ବର୍ଷା

ରସୁଲପୁର,୧ା୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର କୁଳମଣି ଲେଙ୍କାଙ୍କ ପୁଅ ବିକାଶ ଲେଙ୍କାଙ୍କ ହତ୍ୟା ମାମଲାର ତତନ୍ତ ଆରମ୍ଭ ହୋଇଥିବାବେଳେ ଝଡ଼ବର୍ଷା ଏଥିରେ ବାଧକ ସୃଷ୍ଟି କରିଛି। ଶୁକ୍ରବାର ସକାଳୁ ପୋଲିସ ବିକାଶଙ୍କ ଘରୁ ତଦନ୍ତ ଆରମ୍ଭ କରିଛି।…

ରାସ୍ତାକଡ଼ରେ ଗଜା ଗଛ ଗୋଦାମ

କାଳିଆପାଣି,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଗୁରୁଜଙ୍ଗ ଓସ୍ତପାଳ ଗ୍ରାମରେ ବହୁଳ ଭାବେ ଗଜା (ଛୋଟ) ଗଛ କଟାଯାଇ ରାସ୍ତାକଡ଼ରେ (ଗୋଦାମ)ପରି ଗଦା ହୋଇଥିବା ଦେଖିବାକୁ ମିଳିଛି। ହେଲେ ଏଥିପ୍ରତି ବନ ବିଭାଗର ନଜର ପଡୁନାହିଁ। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?