ସମସ୍ତ ଦ୍ରୁତଗାମୀ ଟ୍ରେନ୍ ରହଣି ଦାବି
ଯାଜପୁର ଅଫିସ,୮।୧: ପ୍ରମୁଖ ଷ୍ଟିଲ ହବ୍ ଭାବେ ପରିଚିତ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଯାଜପୁର-କେନ୍ଦୁଝର ରୋଡ୍ ରେଳଷ୍ଟେଶନ ସବୁ କ୍ଷେତ୍ରରେ ଅବହେଳିତ। ୧୨୭ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମ୍ସଫର, ଦୁରୋନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶାଲ…
ହାଜତ ମୃତ୍ୟୁ: ବଡ଼ଚଣା ଥାନା ଅଧିକାରୀଙ୍କୁ ବଦଳି
ଚଣ୍ଡିଖୋଲ,୭ା୧(ଡି.ଏନ୍.ଏ.): ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡିରେ ହାଜତ ମୃତ୍ୟୁ ମାମଲାରେ ନୂଆ ଏସ୍ପି ବିନୀତ ଅଗ୍ରଓ୍ବାଲ ଶନିବାର ସାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀଙ୍କ ଧାନମଣ୍ଡଳ ଫାଣ୍ଡି…
୩୨ ବର୍ଷ ବିତିଲା, ସରୁନି ରାସ୍ତା କାମ
ପ୍ରୀତିପୁର,୬ା୧(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏକ ରାସ୍ତା କାମ ୩୨ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନି। ଏଭଳି ଅବହେଳାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରିପାରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ଲକର ଜରି ଛାନ୍ଦମୁଣ୍ଡ ଗ୍ରାମର ବିସିଜେ ହାଇସ୍କୁଲ…
ସଙ୍କୁଚିତ ହେଉଛି ବୈତରଣୀ
ଯାଜପୁର ଅଫିସ,୬ା୧: କେନ୍ଦୁଝର ଜିଲା ଗୋନାସିକା ପାହାଡ଼ରୁ ବାହାରି ଯାଜପୁର ଜିଲା ଦେଇ ପ୍ରବାହିତ ଚିରସ୍ରୋତା ବୈତରଣୀ ନଦୀର କେତେକାଂଶ ଏବେ ନାଳ ପାଲଟିଛି। ନଦୀକୂଳକୁ ପୋତି ବିକାଶ କାମ ଚାଲିଥିବାରୁ ସାଧାରଣରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାସହ ଓସାରିଆ…
ଅସାଧୁ ମେଣ୍ଟ ନଛୋଡ଼ବନ୍ଦା
ଯାଜପୁର ଅଫିସ,୫ା୧: ଧାନ ବିକ୍ରିରେ ଚାଷୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଓଜନ, ଗୁଣମାନ ଓ ଗାଡ଼ି ଭଡା ପାଇଁ ଚାଷୀଙ୍କୁ ପୂର୍ବଭଳି ଆଉ ମିଲ ମାଲିକଙ୍କ ପାଖକୁ ଯିବାକୁ ପଡୁନାହିଁ। ବିକ୍ରି ଧାନର…
କଂଗ୍ରେସ ଛାଡ଼ିଲେ ଉମେଶ
ବରୀ,୩ା୧ (ଡି.ଏନ.ଏ.):ସୋମବାର କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଉମେଶ ଜେନା ା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସେ ପ୍ରଦାନ କରିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଦଳ ତାଙ୍କୁ ଅଣଦେଖା କରିଛି ା କୌଣସି…
ଜନବସତି ଉପରେ ୧୧ କେ.ଭି. ବିଦ୍ୟୁତ୍ ତାର
ରସୁଲପୁର,୨ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ଜନବହୁଳ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି। ଏଠାରେ ଜନବସତି ଉପରେ ୧୧ ଓ ୩୩ କେ.ଭି. ବିଦ୍ୟୁତ୍ ତାର ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। ବିଦ୍ୟୁତ୍ ବିଭାଗର ଟାଳଟୁଳନୀତି…
ଆରମ୍ଭରୁ ରାସ୍ତାକାମ ବନ୍ଦ
ଚଣ୍ଡିଖୋଲ,୨ା୧(ଡି.ଏନ୍.ଏ.):ବଡ଼ଚଣା ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୫୩ନଂର ବନ୍ଦରେଶ୍ୱର ଛକଠାରୁ କେଶରାଇପୁରସ୍ଥିତ ଖାଣ୍ଡୋଲାଇଟ୍ ଖଣି ପର୍ଯ୍ୟନ୍ତ ରାସ୍ତା ନର୍ମାଣ କାମ ଆରମ୍ଭରୁ ବନ୍ଦ ହୋଇଯାଇଛି। ଠିକାଦାର ବିଭିନ୍ନ ସ୍ଥାନରେ ଖନନ କରି ଗାର୍ଡ ୱାଲ ଓ କଲଭର୍ଟ ନିର୍ମାଣ କରୁଥିବାବେଳେ ଏହାକୁ…
ଜୈବିକ ପରିବା ଚାଷ ପ୍ରତି ଆଗ୍ରହ ବଢ଼ିଛି
ଯାଜପୁର ଅଫିସ,୨ା୧:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ସୁକିନ୍ଦା ଓ ଦାନଗଦି ବ୍ଲକର ୨୪ ପଞ୍ଚାୟତର ୮୪ ଗ୍ରାମର ୩୬୧୮ ଜଣ ହିତାଧିକାରୀ ନିଜ ବଗିଚାରେ ଜୈବିକ ପ୍ରଣାଳୀରେ ଦେଶୀ ପରିବା ଚାଷ ପ୍ରତି ଆକୃଷ୍ଟ ହୋଇଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେଶନ୍ (ଟିଏସ୍ଏଫ୍)…
ଅବଧି ପରେ ବି କାମ ସରୁନାହିଁ
କଳିଙ୍ଗନଗର,୨ା୧(ଡି.ଏନ.ଏ.):ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଯାଜପୁର ରୋଡ ଗ୍ରାମ୍ୟ ଉନ୍ନୟନ ସବ୍ଡିଭିଜନ ଅଧୀନରେ ଥିବା ଭିକିପୁର-ପହଙ୍ଗା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ଏହି ରାସ୍ତା ଉପରେ ରସୁଲପୁର,କୋରେଇ ଏବଂ ଦାନଗଦୀ ବ୍ଲକର…
୪ରୁ ଧାନ ସଂଗ୍ରହ
ଯାଜପୁର ଅଫିସ,୧ା୧: ଆସନ୍ତା ଜାନୁୟାରୀ ୪ରୁ ୨୦୨୨-୨୩ ଖରିଫ ଋତୁ ଧାନକିଣା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଧାନ କ୍ରୟ ପାଇଁ ପୁନର୍ବାର ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଜିଲାପାଳ (ପ୍ରଶାସନ) ଦୁଃଖବନ୍ଧୁ…
ଘର ଭାଙ୍ଗିଦେଲେ ଖଣି ନିଗମ ଅଧିକାରୀ
କାଳିଆପାଣି,୧ା୧(ଡି.ଏନ.ଏ.): ସୁକିନ୍ଦା ବ୍ଲକ୍ ଅଧୀନ କାଳିଆପାଣି ଖଣି ଅଞ୍ଚଳରେ ନୂତନ ଖଣି ଖୋଲିବାକୁ ସରକାରୀସ୍ତରରେ ପ୍ରସ୍ତୁତି ଚାଲିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ସେଠାରେ ବର୍ଷବର୍ଷ ଧରି ବସବାସ କରି ରହୁଥିବା ଏକ ଘରକୁ ଓଡ଼ିଶା ଖଣି ନିଗମ(ଓଏମ୍ସି) ଅଧିକାରୀଙ୍କ ତତ୍ତ୍ୱାବଧାନରେ…
Archives


