୪୫ ୱାର୍ଡସଭ୍ୟ ପଦ ପାଇଁ ୭୫ ପ୍ରାର୍ଥତ୍ପତ୍ର ଦାଖଲ

ଧର୍ମଶାଳା,୭ା୪(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅଞ୍ଚଳରେ ଖାଲିପଡ଼ିଥିବା ୨୯ ପଞ୍ଚାୟତର ୪୫ ୱାର୍ଡ ସଭ୍ୟ ଆସନ ପାଇଁ ମେ’ ୨ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଗୁରୁବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୪୫ ୱାର୍ଡ ପଇଁ ୭୫ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ୨୬ ୱାର୍ଡରେ ଜଣେ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ୧୯ ୱାର୍ଡରେ ୧ରୁ ଅଧିକ ନାମାଙ୍କନପତ୍ର ଦାଖଲ ହୋଇଛି। ବ୍ଲକ୍‌ ଅଧୀନ ଅଭୟପୁର ପଞ୍ଚାୟତର ୱାର୍ଡ ନଂ.୧୨, ଅଞ୍ଜିରା ପଞ୍ଚାୟତର ୮ନଂ., ଅଣ୍ଟିଆ ପଞ୍ଚାୟତର ୧୨ନଂ., ଅରାବଳ ପଞ୍ଚାୟତର ୧୩ ଓ ୧୫, ଆରୁହାର ୧, ୪, ୧୦, ବଡ଼କାଏମାର ୨ ଓ ୧୬, ବୃନ୍ଦାଦେଇପୁରର ୩, ଚହଟାର ୧୦, ଚୋରମୁହଁାର ୬, ଚକ୍ରଧରପୁରର ୫ ଓ ୧୧, ଦେଓଦାର ୧୦ନଂ.ୱାର୍ଡସବ୍ୟ ପାଇଁ ନିର୍ବାଚନ ହେବ।
ସେହିପରି ଗଙ୍ଗାଧରପୁର ପଞ୍ଚାୟତର ୭ ଓ ୮, ହରିଦାସପୁରର ୭, ୧, ୧୪ ଓ ୧୬, ଜାରକାର ୩ ଓ ୪, କମାଗଡ଼ର ୮, କ୍ଷେତ୍ରପାଳର ୬, କୋତପୁରର ୧୦, କୁମାରୀର ୪, ମଧୁପୁରଗଡ଼ର ୩, ମଙ୍ଗଳପୁରର ୧୦, ମର୍ଜାଦାପୁରର ୧୮, ନେଉଳପୁରର ୧୨, ପାଖରର ୬, ପଟୁଣିଆର ୭, ପୁରୁଣାବଉଳମାଳର ୨, ୫, ୭, ୯, ୧୦ ଓ ୧୩, ରାଇଛନ୍ଦାର ୧୨, ସୁନ୍ଦୁରିଆର ୬, ତରଞ୍ଜିଆର ୪ ଓ ଥାନୁଆଳ ପଞ୍ଚାୟତର ୧୦ନଂ. ୱାର୍ଡ ସଭ୍ୟ ପଦବୀ ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଏଥିରୁ ୪୪ ୱାର୍ଡରେ ସଂରକ୍ଷିତ କାରଣରୁ ପ୍ରତିଦ୍ୱନ୍ଦ୍ୱୀ ନ ମିଳିବାରୁ ଏହି ଆସନଗୁଡିକ ଖାଲିପଡ଼ିଥିଲା। ୱାର୍ଡଗୁଡ଼ିକୁ ଅସଂରକ୍ଷିତ କରାଯାଇ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟପଟେ ବଡ଼କାଏମା ପଞ୍ଚାୟତର ୧୬ ନଂ.ୱାର୍ଡ ସଭ୍ୟଙ୍କ ମୃତ୍ୟୁ ଯୋଗୁ ଖାଲିପଡ଼ିଥିବା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୧୦ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ ଓ ୧୨ ତାରିଖ ଅପରାହ୍ନ ୩ଟାରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ମେ’୨ ତାରିଖ ସକାଳ ୭ରୁ ଦିନ ଗୋଟାଏ ମଧ୍ୟରେ ଭୋଟ ଗ୍ରହଣ କରାଯିବ। ମେ’୪ ତାରିଖ ସକାଳ ୮ଟାରେ ବ୍ଲକ କର୍ଯ୍ୟାଳୟରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବିଡିଓ ଦେବେନ୍ଦ୍ର କୁମାର ବଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri