୪୫ ୱାର୍ଡସଭ୍ୟ ପଦ ପାଇଁ ୭୫ ପ୍ରାର୍ଥତ୍ପତ୍ର ଦାଖଲ

ଧର୍ମଶାଳା,୭ା୪(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅଞ୍ଚଳରେ ଖାଲିପଡ଼ିଥିବା ୨୯ ପଞ୍ଚାୟତର ୪୫ ୱାର୍ଡ ସଭ୍ୟ ଆସନ ପାଇଁ ମେ’ ୨ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଗୁରୁବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୪୫ ୱାର୍ଡ ପଇଁ ୭୫ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ୨୬ ୱାର୍ଡରେ ଜଣେ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ୧୯ ୱାର୍ଡରେ ୧ରୁ ଅଧିକ ନାମାଙ୍କନପତ୍ର ଦାଖଲ ହୋଇଛି। ବ୍ଲକ୍‌ ଅଧୀନ ଅଭୟପୁର ପଞ୍ଚାୟତର ୱାର୍ଡ ନଂ.୧୨, ଅଞ୍ଜିରା ପଞ୍ଚାୟତର ୮ନଂ., ଅଣ୍ଟିଆ ପଞ୍ଚାୟତର ୧୨ନଂ., ଅରାବଳ ପଞ୍ଚାୟତର ୧୩ ଓ ୧୫, ଆରୁହାର ୧, ୪, ୧୦, ବଡ଼କାଏମାର ୨ ଓ ୧୬, ବୃନ୍ଦାଦେଇପୁରର ୩, ଚହଟାର ୧୦, ଚୋରମୁହଁାର ୬, ଚକ୍ରଧରପୁରର ୫ ଓ ୧୧, ଦେଓଦାର ୧୦ନଂ.ୱାର୍ଡସବ୍ୟ ପାଇଁ ନିର୍ବାଚନ ହେବ।
ସେହିପରି ଗଙ୍ଗାଧରପୁର ପଞ୍ଚାୟତର ୭ ଓ ୮, ହରିଦାସପୁରର ୭, ୧, ୧୪ ଓ ୧୬, ଜାରକାର ୩ ଓ ୪, କମାଗଡ଼ର ୮, କ୍ଷେତ୍ରପାଳର ୬, କୋତପୁରର ୧୦, କୁମାରୀର ୪, ମଧୁପୁରଗଡ଼ର ୩, ମଙ୍ଗଳପୁରର ୧୦, ମର୍ଜାଦାପୁରର ୧୮, ନେଉଳପୁରର ୧୨, ପାଖରର ୬, ପଟୁଣିଆର ୭, ପୁରୁଣାବଉଳମାଳର ୨, ୫, ୭, ୯, ୧୦ ଓ ୧୩, ରାଇଛନ୍ଦାର ୧୨, ସୁନ୍ଦୁରିଆର ୬, ତରଞ୍ଜିଆର ୪ ଓ ଥାନୁଆଳ ପଞ୍ଚାୟତର ୧୦ନଂ. ୱାର୍ଡ ସଭ୍ୟ ପଦବୀ ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଏଥିରୁ ୪୪ ୱାର୍ଡରେ ସଂରକ୍ଷିତ କାରଣରୁ ପ୍ରତିଦ୍ୱନ୍ଦ୍ୱୀ ନ ମିଳିବାରୁ ଏହି ଆସନଗୁଡିକ ଖାଲିପଡ଼ିଥିଲା। ୱାର୍ଡଗୁଡ଼ିକୁ ଅସଂରକ୍ଷିତ କରାଯାଇ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟପଟେ ବଡ଼କାଏମା ପଞ୍ଚାୟତର ୧୬ ନଂ.ୱାର୍ଡ ସଭ୍ୟଙ୍କ ମୃତ୍ୟୁ ଯୋଗୁ ଖାଲିପଡ଼ିଥିବା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୧୦ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ ଓ ୧୨ ତାରିଖ ଅପରାହ୍ନ ୩ଟାରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ମେ’୨ ତାରିଖ ସକାଳ ୭ରୁ ଦିନ ଗୋଟାଏ ମଧ୍ୟରେ ଭୋଟ ଗ୍ରହଣ କରାଯିବ। ମେ’୪ ତାରିଖ ସକାଳ ୮ଟାରେ ବ୍ଲକ କର୍ଯ୍ୟାଳୟରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବିଡିଓ ଦେବେନ୍ଦ୍ର କୁମାର ବଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri