ମାଟିଆଗୁଣ୍ଡି ପୋକ ଆତଙ୍କ
ଯାଜପୁର ଅଫିସ,୧୧ା୧୧: ଲଗାତର ବନ୍ୟା ଓ ମରୁଡ଼ି ଜିଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହାସହ ଚଳିତବର୍ଷ ଧାନ ଅମଳ ଆରମ୍ଭ ହେବା ବେଳକୁ ଯାଜପୁର ଜିଲାର କୋରେଇ ବ୍ଲକ ୩ ପଞ୍ଚାୟତର ପ୍ରାୟ ୫ ଖଣ୍ଡ ଗାଁରେ ମାଟିଆଗୁଣ୍ଡି ପୋକ…
ଘୋଷଣା କରି ପ୍ରତାରଣା
ଯାଜପୁର ଅଫିସ,୧୧ା୧୧:ଗତ ୩ ବର୍ଷ ମଧ୍ୟରେ ମହାମାରୀ କରୋନା ସମେତ ସାମୁଦ୍ରିକ ଝଡ଼ ହୁଡ୍ହୁଡ୍, ତିତ୍ଲି, ଫନି, ଅମ୍ଫନ, ଜୱାଦ ଯାଜପୁର ସମେତ ଉପକୂଳ ଜିଲାଗୁଡ଼ିକର ଚାଷୀଙ୍କୁ ତଳିତଳାନ୍ତ କରିଦେଇଛି। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୧-୨୨ ଓ…
ଆଦାୟ ହୋଇପାରେ ୭ଶହ କୋଟି
ଯାଜପୁର ଅଫିସ/ଧର୍ମଶାଳା/ ଚଢ଼େଇଧରା,୧୦ା୧୧ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ ଉପରେ ସାଟେଲାଇଟ ମାପଚୁପ ସମ୍ପନ୍ନ ହୋଇଛି। ବୁଧବାର ଯାଜପୁର ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର…
ଚୋରି ଲୁଚାଇବାକୁ ରାତିଆଧିଆ ଖାଦାନ ପୋତା
ଯାଜପୁର ଅଫିସ,୧୦ା୧୧:ଅନୁମତିଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ ଅଭିଯୋଗର ସାଟେ ଲାଇଟ୍ ତଦନ୍ତକୁ ତ୍ୱରାନ୍ବିତ କରିବା ପରେ ଅନ୍ୟ ଲିଜ୍ଧାରୀଙ୍କ ମଧ୍ୟରେ ଛନକା ପଶିଛି। ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଧୀନରେ ଏହି ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବାକୁ ବରଡା…
୬୦ବର୍ଷ ପୂର୍ବରୁ ୧୫ ହିତାଧିକାରୀ ଭତ୍ତା ଯୋଜନାରେ ସାମିଲ
ଯାଜପୁର ଅଫିସ,୧୦ା୧୧: ଦୁର୍ବଳ ପ୍ରଶାସନିକ ନିୟନ୍ତ୍ରଣ କାରଣରୁ ଯାଜପୁର ଜିଲାରେ ମଧୁବାବୁ ପେନସନ ଯୋଜନା, ବିଧବାଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ବ୍ୟାପକ ହେରାଫେରି ହେଉଛି। ୬୦ ବର୍ଷ ନ ପୁରୁଣୁ ଭେଣ୍ଡିଆ ଟୋକା ଏବଂ ମୃତ ବ୍ୟକ୍ତି ଭତ୍ତା ପାଉଛନ୍ତି।…
କାର୍ଯ୍ୟକାରୀ ହେଉନି ଯୋଜନା
ଯାଜପୁର ଅଫିସ,୧୦ା୧୧: ରାଜ୍ୟ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଜାତୀୟ ଉପତ୍ାଦନ ବିନିଯୋଗ କ୍ଷେତ୍ର (ନ୍ୟାଶନାଲ ମ୍ୟାନୁଫାକ୍ଚରିଂ ଇନ୍ଭେଷ୍ଟମେଣ୍ଟ ଜୋନ୍) ଭାବେ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା। ସାରା ଭାରତ…
ଆର୍ପିଏଫ୍ କନ୍ଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍ ଯାତ୍ରୀଙ୍କ ଜୀବନ ବଞ୍ଚିଲା
ଯାଜପୁର ଅଫିସ,୯ା୧୧: ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍ ସମୟରେ ଜଣେ ଯାତ୍ରୀ ଧଉଳି ଏକ୍ସପ୍ରେସକୁ ଚଢୁଥିବା ସମୟରେ ହଠାତ୍ ଖସି ପଡ଼ିଥିଲେ ା ମାତ୍ର କିଛି ମିନିଟ୍ ବିଳମ୍ବ ହୋଇଥିଲେ ସମ୍ପୃକ୍ତ ଯାତ୍ରୀ…
ଭିତିରି ବୁଝାମଣା ଉଦ୍ୟମ
ଯାଜପୁର ଅଫିସ,୯ା୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ପ୍ରଶାସନର ଅନୁମୋଦନ ଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ୍ ଏବଂ ଜରିମାନା ଆଦାୟ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ଲୁଟ୍ ପରିମାଣର ମାପଚୁପ ପାଇଁ ପ୍ରଶାସନ ପକ୍ଷରୁ…
ଆଜି ପାଣିକୋଇଲି ଟୋଲ୍ପ୍ଲାଜା ସ୍ଥାନାନ୍ତର
ଯାଜପୁର ଅଫିସ, ୯ା୧୧: ନ୍ୟାଶନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚ୍ଏଆଇ) ଅଧୀନରେ ଥିବା ଯାଜପୁର ଜିଲା ପାଣିକୋଇଲି ଟୋଲ୍ ପ୍ଲାଜା ଦୀର୍ଘ ୬ ବର୍ଷର ପ୍ରତୀକ୍ଷା ପରେ ଯାଜପୁର-ଭଦ୍ରକ ସୀମାନ୍ତବର୍ତ୍ତୀ ନେଉଳିଆ ଛକକୁ ବୁଧବାର ସ୍ଥାନାନ୍ତର ହେବ। ଏଥିପାଇଁ ନେଉଳିଆ…
ଧୂଳି ଧୂଆଁରେ ଜନଜୀବନ ଅସ୍ତବ୍ୟସ୍ତ
ଚଣ୍ଡିଖୋଲ,୮ା୧୧(ଡି.ଏନ.ଏ.):ଯାଜପୁର ଜିଲାର ବାଲିଚନ୍ଦ୍ରପୁରଠାରୁ ଦେକୁଡ଼ି ପର୍ଯ୍ୟନ୍ତ ହେଉଥିବା ପୂର୍ତ୍ତବିଭାଗ ରାସ୍ତା କାମ ମନ୍ଥର ଗତିରେ ଚାଲିଛି। କ୍ରସର ଗୁଣ୍ଡ ପଡ଼ିଥିବା ହେତୁ ରାସ୍ତାରେ ଯାତାୟତ ଅସମ୍ଭବ ହୋଇପଡ଼ୁଛି। ଏପରି କି ବାଲିଚନ୍ଦ୍ରପୁର ବଜାର ଲୋକମାନେ ଅଣନିଃଶ୍ୱାସୀ ହେଉଛନ୍ତି। ସେହି ରାସ୍ତାଦେଇ ଯାନବାହାନ…
ଭିନ୍ନକ୍ଷମଙ୍କୁ ମିଳୁନି ଆବାସ ଯୋଜନାରେ ଘର
ଯାଜପୁର ଅଫିସ/କାଏମା(ଡି.ଏନ୍.ଏ.), ୮ା୧୧:ଯାଜପୁର ଜିଲାରେ କେତେକ ଥିଲାବାଲାଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଉଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ବିଡ଼ମ୍ବନା ଯେ, ଭିନ୍ନକ୍ଷମମାନଙ୍କୁ ଏହି ଜନହିତକର ଯୋଜନାରେ ପକ୍କା ଘର ମିଳୁନାହିଁ। ଜିଲାର ଅନେକ…
ନିଯୁକ୍ତି ଦାବିରେ ମେଳି ବାନ୍ଧିଲେ ବିସ୍ଥାପିତ
ଯାଜପୁର ଅଫିସ/କଳିଙ୍ଗନଗର,୭ା୧୧ (ଡି.ଏନ.ଏ.):ଶିଳ୍ପ, ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଅଶାନ୍ତକର ପରିସ୍ଥିତି ଉପୁଜୁଛି। ଆନ୍ତରିକତାର ସହ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଦୃଢୋକ୍ତି ପ୍ରକାଶ କରୁଛନ୍ତି। ଅଥଚ କଳିଙ୍ଗନଗର…
Archives


