ପାଇପ୍‌ ବିଛା ନାଁରେ ଟଙ୍କା ଚଳୁ ଉଦ୍ୟମ

କୋରେଇ,୭ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନରେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ରେ ଦୁର୍ନୀତି ବଢ଼ି ଚାଲିଛି। କେତେଜଣ ଅଧିକାରୀ ଠିକାଦାରଙ୍କ ସ୍ବାର୍ଥରେ ମାତି ସରକାରୀ ତହବିଲରୁ ବିପୁଳ ଟଙ୍କା ହରିଲୁଟ କରୁଛନ୍ତି। ନିର୍ମାଣ ହେଉଥିବା ପ୍ରକଳ୍ପଗୁଡ଼ିକରେ ବ୍ଲକର କିଛି ପ୍ରଭାବଶାଳୀ ନେତାଙ୍କ ହାତ ରହୁଥିବାରୁ ଉଚ୍ଚ ପଦସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବକୁ ଭୟ କରୁଥିବା ଆଲୋଚନା ହେଉଛି। ଏଠାରେ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ ଚାଲୁଥିବା ପାଇପ୍‌ ବିଛା କାର୍ଯ୍ୟକୁ ଉଦାହରଣ ଭାବେ ନିଆଯାଇଛି।
କଡ଼ମା-କାମୁଡେଇ ରାସ୍ତା ସମ୍ପ୍ରସାରଣ ନିମନ୍ତେ ସାଇଡ୍‌ ଫିଲିଂ ପାଇଁ ଠିକାଦାର ରାସ୍ତା କଡ଼ରୁ ୧ ଫୁଟ୍‌ ଲେଖାଏ ଖନନ କରିଥିଲେ। ଏହାଦ୍ୱାରା ୪ଟି ଗ୍ରାମକୁ ଜଳ ଯୋଗାଣ ପାଇଁ ରଗଡ଼ି ଛକର ମା’ କାମୁଡେଇ ନିକଟରେ ଥିବା ବସୁଧା ଯୋଜନା ଓଭରହେଡ୍‌ ପାଣିଟାଙ୍କିରୁ କଡ଼ମା ଗ୍ରାମକୁ ବିଛାଯାଇଥିବା ପାଇପଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ କଡ଼ମା ଗ୍ରାମର ଆଇଚିପୁର, ମାଦଳା, ଉଆସପୋଖରୀ ଆଦି ୪ଟି ବସ୍ତିର ପ୍ରାୟ ୪୮୦ ପରିବାରର ପାଖାପାଖି ୨ ହଜାରରୁ ଊଦ୍ଧର୍‌ବ ଲୋକ ୨ ମାସ ହେବ ଜଳକଷ୍ଟ ଭୋଗୁଛନ୍ତି। ଏନେଇ ଧରିତ୍ରୀରେ ‘କଡ଼ମାରେ ଜଳସଂକଟ ଉତ୍କଟ’ ଶୀର୍ଷକ ଖବର ପ୍ରକାଶ ପରେ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏହାର ମରାମତି ତଥା ପାଇପ ବିଛାଇବା ପାଇଁ ୧୮ ଲକ୍ଷ ଟଙ୍କାର ଅନୁଦାନ ବରାଦ କରାଯାଇଛି।
ମାତ୍ର ବିନା କୌଣସି ଟେଣ୍ଡରରେ ବ୍ଲକର ଜଣେ ପ୍ରଭାବଶାଳୀ ନେତାଙ୍କ ପାଖ ଠିକାଦାର ଏହାର କାର୍ଯ୍ୟାଦେଶ ପାଇ କାମକୁ ଆଗେଇ ନେଉଛନ୍ତି। ବିଡ଼ମ୍ବନାର ବିଷୟ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଯେନତେନ ପ୍ରକାର କାମ କରି ଠିକାଦାର ଆବଣ୍ଟିତ ଅର୍ଥରାଶି ହରିଲୁଟ କରିବାକୁ ବସିଥିବା ଆଲୋଚନା ହେଉଛି। ନିୟମ ଅନୁଯାୟୀ କୌଣସି କାମ ହେଉନାହିଁ। ଏଷ୍ଟିମେଟ ଅନୁଯାୟୀ ପାଇପ୍‌ ବ୍ୟବହାର ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ମାଟିରୁ ୩ ଫୁଟ୍‌ ତଳେ ପାଇପ ପୋତିବାକୁ ଅନୁମତି ରହିଥିଲେ ହେଁ ଠିକାଦାର ନିଜ ମନମୁତାବକ ୧ ଫୁଟରୁ ୧.୫ ଫୁଟ ମଧ୍ୟରେ ପାଇପ ବିଛାଇ ମାଟି ଢାଙ୍କି ଦେଉଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତ୍ତିରି ବୁଝାମଣା ହୋଇଥିବା ଚର୍ଚ୍ଚା ହେଉଛି।
ବ୍ଲକର ଏକାଧିକ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ ଓ ମେଗା ପ୍ରକଳ୍ପ ନିର୍ମାଣ ପାଇଁ ଠିକାଦାର ପାଇପଗୁଡ଼ିକ ତାଡ଼ି ନଷ୍ଟ କରିଥିବାରୁ ଜଳଯୋଗାଣ ବନ୍ଦ ରହିଥିବା ସୂଚନା ମିଳିଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ପାଇପଗୁଡ଼ିକ ୩ ଫୁଟ ତଳେ ପୋତିବାକୁ ଅନୁମତି ରହିଛି। ପୂର୍ବରୁ ପ୍ରକଳ୍ପ ନିର୍ମାଣ ସମୟରେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ କାମ ହୋଇଥିଲା। କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କୁ ହାତକରି ଠିକାଦାର ଏକାଧିକ ପ୍ରକଳ୍ପରେ କେଉଁଠି ୧ ଫୁଟ ତ କେଉଁଠି ମାଟି ଉପରେ ପାଇପ ବିଛାଇ ଅନେକ କୋଟି ଟଙ୍କାର ଅର୍ଥ ଆତ୍ମସାତ କରିଥିଲେ। ଫଳରେ ଏବେ ଏକାଧିକ ପଞ୍ଚାୟତରେ ବସୁଧା ପ୍ରକଳ୍ପ ଥିଲେ ମଧ୍ୟ ପାଇପ ଗୁଡ଼ିକ ନଷ୍ଟ ହୋଇ ଅନେକ ଗ୍ରାମକୁ ଜଳଯୋଗାଣ ବନ୍ଦ ରହିଛି। ସାଧାରଣ ଲୋକ ଜଳକଷ୍ଟ ଭୋଗୁଛନ୍ତି। ଏଥିପ୍ରତି ସଜାଗ ନ ହେଲେ ଆଗକୁ ମଧ୍ୟ ଏହିପରି ଅସୁବିଧା ଭୋଗିବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ସେ ଏଥିପ୍ରତି ଦୃଷ୍ଟି ଦେବା ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?