ବିଷାକ୍ତ ପାଣି ଛାଡୁଛନ୍ତି ରାଇସ୍‌ ମିଲ୍‌

ଯାଜପୁର ଅଫିସ୍‌/କୋରେଇ (ଡି.ଏନ୍‌.ଏ.),୯ା୪: ଯାଜପୁର ଜିଲାର ବିଭିନ୍ନ ରାଇସ୍‌ ମିଲ୍‌ରୁ ବାହାରୁଥିବା ବର୍ଜ୍ୟ ପାଣି ପରିବେଶ ଏବଂ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଛି। ଏହାର ବିଶୋଧନ ପାଇଁ ଉନ୍ନତମାନର ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଇଟିପି) ଲଗାଯାଇ ନ ଥିବାରୁ ବେଳକୁ ବେଳ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଭୂଗର୍ଭ ଜଳ, ବାୟୁମଣ୍ଡଳ ଓ ମାଟିକୁ ଏହା ବିଷାକ୍ତ କରିବାରେ ଲାଗିଛି। କୋରେଇ ବ୍ଲକ ପଥରପଦା ପଞ୍ଚାୟତ ମୁଲରି ମୌଜାରେ ଥିବା ଆଶୀର୍ବାଦ ରାଇସ୍‌ ମିଲ୍‌ ବିଷାକ୍ତ ପାଣି ବାହାରକୁ ଛାଡୁଥିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କ ନିକଟରେ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବାୟୁ ଓ ଜଳ ପ୍ରଦୂଷଣ ଆଇନ-୧୯୮୧ର ଧାରା ୩୩(କ)ର ଖୋଲା ଉଲ୍ଲଂଘନ ହୋଇଥିବା ଦର୍ଶାଇ ୨୦୦୯ରେ ହାଇକୋର୍ଟ ସମସ୍ତ ରାଇସ୍‌ ମିଲ୍‌ରେ ଇଟିପି ସ୍ଥାପନ ବାଧ୍ୟତାମୂଳକ ବୋଲି ରାୟ ଦେଇଥିଲେ। ଇଟିପି ସ୍ଥାପନ କରୁ ନ ଥିବା ରାଇସ୍‌ ମିଲ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ଏହି ନିର୍ଦ୍ଦେଶ ପରେ ଯାଜପୁର ଜିଲାର ବିଭିନ୍ନ ରାଇସ୍‌ ମିଲ୍‌ରେ ଇଟିପି ସ୍ଥାପନ ହୋଇଥିଲା। ପରବର୍ତ୍ତୀ ସମୟରେ ଉନ୍ନତମାନର ଇଟିପି ସ୍ଥାପନ ଏବଂ ନବୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ପାଣିକୋଇଲି ଓ ବଡ଼ଚଣା ଅଞ୍ଚଳର କେତେକ ପୁରୁଣା ରାଇସ୍‌ ମିଲ୍‌ ଏ ପର୍ଯ୍ୟନ୍ତ ନବୀକରଣ କରି ନ ଥିବା ଅଭିଯୋଗ ହୋଇଛି। ଇଟିପି ନିର୍ମାଣ ଏବଂ ନକ୍ସା ମଞ୍ଜୁରରେ ମଧ୍ୟ ଦୁର୍ନୀତି ହୋଇଥିବା କୁହାଯାଉଛି। ନିମ୍ନମାନର ଇଟିପି ସ୍ଥାପନ ଏବଂ ଇଟିିପି ବାହାର ରାସ୍ତା ଦେଇ ବର୍ଜ୍ୟପାଣି ଛଡ଼ା ଯାଉଥିବାରୁ ଜଳ ପ୍ରଦୂଷଣ ଉତ୍କଟ ହେଉଛି। ଅଭିଯୋଗ ଅନୁସାରେ ରାଇସ୍‌ ମିଲ୍‌ରେ ଧାନ ବତୁରାଇବାକୁ ଦୈନିକ ୧ ଲକ୍ଷ ଲିଟର ଯାଏ ପାଣି ବ୍ୟବହାର କରିଥାନ୍ତି। ସେଥିରୁ ପ୍ରାୟ ୧୫ ପ୍ରତିଶତ ପାଣି ଧାନ ଶୋଷି ନେଇଥାଏ। ୮ଘଣ୍ଟା ଧାନ ବତୁରାଯିବା ପରେ ସେହି ପାଣିକୁ ବାହାରେ ଛାଡ଼ି ଦିଆଯାଏ। ଏହି ବର୍ଜ୍ୟପାଣି ମାଟିର ଉର୍ବରତାକୁ ନଷ୍ଟ କରିଦେବା ସହ ବାୟୁ ଓ ଜଳ ପ୍ରଦୂଷଣ ସୃଷ୍ଟି କରୁଛି। ଏଥିଯୋଗୁ ଲୋକେ ନାନା ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ବର୍ଜ୍ୟପାଣିକୁ ଅତି ସତର୍କତାର ସହ ପରିଚାଳନା କରିବା ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛି।
ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ, ଆଶୀର୍ବାଦ ମିଲ୍‌ରୁ ପ୍ରତିଦିନ ରାତି ପ୍ରାୟ ୧୦ଟା ପରେ ବିଷାକ୍ତ ଜଳ ନିର୍ଗତ ହେଉଛି। ତାହା ନିକଟସ୍ଥ ନାଳ ଦେଇ ପୋଖରୀଗୁଡ଼ିକରେ ମିଶୁଛି। ଫଳରେ ବିଭିନ୍ନ ଗୃହପାଳିତ ପ୍ରାଣୀ ଏବଂ ଚାଷୀକୁଳ ପ୍ରଭାବିତ ହେଉଛନ୍ତି। ରାଇସ୍‌ ମିଲ୍‌ ପଛପଟେ ମୁଲରି ଗ୍ରାମର କୈଳାସ କବି ବ୍ୟାଙ୍କ ଋଣ ନେଇ ନିଜ ଚାଷ ଜମିରେ ପୋଖରୀ ଖନନ କରି ମାଛ ଚାଷ କରିଥିଲେ। ହେଲେ ରାଇସ୍‌ ମିଲ୍‌ରୁ ନିର୍ଗତ ବର୍ଜ୍ୟଜଳ ପ୍ରଭାବରେ କୈଳାସଙ୍କ ପୋଖରୀରୁ ସବୁ ମାଛ ମରିଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। କେବଳ କୈଳାସ ନୁହନ୍ତି, ଗତ ୪ ତାରିଖରେ ଗ୍ରାମର ଅକ୍ଷୟ ସାମଲ, ମଦନମୋହନ ଯେନା, ଗୋଲେଖ ଧଳ, ଆଲୋକ ବେହେରା, ପ୍ରକାଶ ମଲ୍ଲିକ, ସତୀଶ ଧଳ ପ୍ରମୁଖ ଗ୍ରାମବାସୀ ଏସ୍‌ପିସିବି ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ଏକ ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଆଶୀର୍ବାଦ ରାଇସ୍‌ ମିଲ୍‌ ମ୍ୟାନେଜର ବାବୁଲା ଦାସ ଉପରୋକ୍ତ ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି। ପ୍ରାୟ ୧୫ ବର୍ଷ ହେଲା ରାଇସ୍‌ ମିଲ୍‌ ଏସ୍‌ପିସିବିର ଆଇନ ଅନୁସାରେ ଚାଲିଛି। କେବେ କୌଣସି ଅଭିଯୋଗ ଆସି ନ ଥିଲା। ଏବେ ଯେଉଁ ଲୋକମାନେ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri