ବିଷାକ୍ତ ପାଣି ଛାଡୁଛନ୍ତି ରାଇସ୍‌ ମିଲ୍‌

ଯାଜପୁର ଅଫିସ୍‌/କୋରେଇ (ଡି.ଏନ୍‌.ଏ.),୯ା୪: ଯାଜପୁର ଜିଲାର ବିଭିନ୍ନ ରାଇସ୍‌ ମିଲ୍‌ରୁ ବାହାରୁଥିବା ବର୍ଜ୍ୟ ପାଣି ପରିବେଶ ଏବଂ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଛି। ଏହାର ବିଶୋଧନ ପାଇଁ ଉନ୍ନତମାନର ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଇଟିପି) ଲଗାଯାଇ ନ ଥିବାରୁ ବେଳକୁ ବେଳ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଭୂଗର୍ଭ ଜଳ, ବାୟୁମଣ୍ଡଳ ଓ ମାଟିକୁ ଏହା ବିଷାକ୍ତ କରିବାରେ ଲାଗିଛି। କୋରେଇ ବ୍ଲକ ପଥରପଦା ପଞ୍ଚାୟତ ମୁଲରି ମୌଜାରେ ଥିବା ଆଶୀର୍ବାଦ ରାଇସ୍‌ ମିଲ୍‌ ବିଷାକ୍ତ ପାଣି ବାହାରକୁ ଛାଡୁଥିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କ ନିକଟରେ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବାୟୁ ଓ ଜଳ ପ୍ରଦୂଷଣ ଆଇନ-୧୯୮୧ର ଧାରା ୩୩(କ)ର ଖୋଲା ଉଲ୍ଲଂଘନ ହୋଇଥିବା ଦର୍ଶାଇ ୨୦୦୯ରେ ହାଇକୋର୍ଟ ସମସ୍ତ ରାଇସ୍‌ ମିଲ୍‌ରେ ଇଟିପି ସ୍ଥାପନ ବାଧ୍ୟତାମୂଳକ ବୋଲି ରାୟ ଦେଇଥିଲେ। ଇଟିପି ସ୍ଥାପନ କରୁ ନ ଥିବା ରାଇସ୍‌ ମିଲ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ଏହି ନିର୍ଦ୍ଦେଶ ପରେ ଯାଜପୁର ଜିଲାର ବିଭିନ୍ନ ରାଇସ୍‌ ମିଲ୍‌ରେ ଇଟିପି ସ୍ଥାପନ ହୋଇଥିଲା। ପରବର୍ତ୍ତୀ ସମୟରେ ଉନ୍ନତମାନର ଇଟିପି ସ୍ଥାପନ ଏବଂ ନବୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ପାଣିକୋଇଲି ଓ ବଡ଼ଚଣା ଅଞ୍ଚଳର କେତେକ ପୁରୁଣା ରାଇସ୍‌ ମିଲ୍‌ ଏ ପର୍ଯ୍ୟନ୍ତ ନବୀକରଣ କରି ନ ଥିବା ଅଭିଯୋଗ ହୋଇଛି। ଇଟିପି ନିର୍ମାଣ ଏବଂ ନକ୍ସା ମଞ୍ଜୁରରେ ମଧ୍ୟ ଦୁର୍ନୀତି ହୋଇଥିବା କୁହାଯାଉଛି। ନିମ୍ନମାନର ଇଟିପି ସ୍ଥାପନ ଏବଂ ଇଟିିପି ବାହାର ରାସ୍ତା ଦେଇ ବର୍ଜ୍ୟପାଣି ଛଡ଼ା ଯାଉଥିବାରୁ ଜଳ ପ୍ରଦୂଷଣ ଉତ୍କଟ ହେଉଛି। ଅଭିଯୋଗ ଅନୁସାରେ ରାଇସ୍‌ ମିଲ୍‌ରେ ଧାନ ବତୁରାଇବାକୁ ଦୈନିକ ୧ ଲକ୍ଷ ଲିଟର ଯାଏ ପାଣି ବ୍ୟବହାର କରିଥାନ୍ତି। ସେଥିରୁ ପ୍ରାୟ ୧୫ ପ୍ରତିଶତ ପାଣି ଧାନ ଶୋଷି ନେଇଥାଏ। ୮ଘଣ୍ଟା ଧାନ ବତୁରାଯିବା ପରେ ସେହି ପାଣିକୁ ବାହାରେ ଛାଡ଼ି ଦିଆଯାଏ। ଏହି ବର୍ଜ୍ୟପାଣି ମାଟିର ଉର୍ବରତାକୁ ନଷ୍ଟ କରିଦେବା ସହ ବାୟୁ ଓ ଜଳ ପ୍ରଦୂଷଣ ସୃଷ୍ଟି କରୁଛି। ଏଥିଯୋଗୁ ଲୋକେ ନାନା ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ବର୍ଜ୍ୟପାଣିକୁ ଅତି ସତର୍କତାର ସହ ପରିଚାଳନା କରିବା ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛି।
ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ, ଆଶୀର୍ବାଦ ମିଲ୍‌ରୁ ପ୍ରତିଦିନ ରାତି ପ୍ରାୟ ୧୦ଟା ପରେ ବିଷାକ୍ତ ଜଳ ନିର୍ଗତ ହେଉଛି। ତାହା ନିକଟସ୍ଥ ନାଳ ଦେଇ ପୋଖରୀଗୁଡ଼ିକରେ ମିଶୁଛି। ଫଳରେ ବିଭିନ୍ନ ଗୃହପାଳିତ ପ୍ରାଣୀ ଏବଂ ଚାଷୀକୁଳ ପ୍ରଭାବିତ ହେଉଛନ୍ତି। ରାଇସ୍‌ ମିଲ୍‌ ପଛପଟେ ମୁଲରି ଗ୍ରାମର କୈଳାସ କବି ବ୍ୟାଙ୍କ ଋଣ ନେଇ ନିଜ ଚାଷ ଜମିରେ ପୋଖରୀ ଖନନ କରି ମାଛ ଚାଷ କରିଥିଲେ। ହେଲେ ରାଇସ୍‌ ମିଲ୍‌ରୁ ନିର୍ଗତ ବର୍ଜ୍ୟଜଳ ପ୍ରଭାବରେ କୈଳାସଙ୍କ ପୋଖରୀରୁ ସବୁ ମାଛ ମରିଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। କେବଳ କୈଳାସ ନୁହନ୍ତି, ଗତ ୪ ତାରିଖରେ ଗ୍ରାମର ଅକ୍ଷୟ ସାମଲ, ମଦନମୋହନ ଯେନା, ଗୋଲେଖ ଧଳ, ଆଲୋକ ବେହେରା, ପ୍ରକାଶ ମଲ୍ଲିକ, ସତୀଶ ଧଳ ପ୍ରମୁଖ ଗ୍ରାମବାସୀ ଏସ୍‌ପିସିବି ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ଏକ ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଆଶୀର୍ବାଦ ରାଇସ୍‌ ମିଲ୍‌ ମ୍ୟାନେଜର ବାବୁଲା ଦାସ ଉପରୋକ୍ତ ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି। ପ୍ରାୟ ୧୫ ବର୍ଷ ହେଲା ରାଇସ୍‌ ମିଲ୍‌ ଏସ୍‌ପିସିବିର ଆଇନ ଅନୁସାରେ ଚାଲିଛି। କେବେ କୌଣସି ଅଭିଯୋଗ ଆସି ନ ଥିଲା। ଏବେ ଯେଉଁ ଲୋକମାନେ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?