Posted inTrending, ଖେଳ

ମାହିଙ୍କ ଅବସରରେ ଭାବପ୍ରବଣ ହେଲେ ରୋହିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ ଏମିତି, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂ ଧୋନିଙ୍କ ୧୮ ବର୍ଷର IPL କ୍ୟାରିୟରରେ ଲାଗିଛି ବିରାମ। IPL ୨୦୨୭ ରିଟେନ୍ସନ ପୂର୍ବରୁ ଧୋନୀ ନିଜ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଧୋନୀ IPL ଇତିହାସର ଅନ୍ୟତମ ମହାନ ଓ ସଫଳ ଅଧିନାୟକ ଭାବେ ପରିଚିତ। ତାଙ୍କ ଅବସରକୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଏକ ଯୁଗର ଅନ୍ତ ବୋଲି କୁହାଯାଉଛି। ଧୋନୀଙ୍କ ଅବସରକୁ ନେଇ ଅନେକ ମହାନ କ୍ରିକେଟର ନିଜ ନିଜ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ଏବେ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମଧ୍ୟ ଧୋନୀଙ୍କ ଅବସର ଉପରେ ନିଜର ମତ ରଖିଛନ୍ତି।

ଏମଏସ ଧୋନୀଙ୍କ ଅବସର ପରେ ରୋହିତ ଶର୍ମା ନିଜ X ଆକାଉଣ୍ଟରେ ଏକ ପୋଷ୍ଟ କରି ପ୍ରତିକ୍ରିୟା ଜଣାଇଛନ୍ତି। ରୋହିତ ଧୋନୀଙ୍କୁ ତାଙ୍କ ଚମତ୍କାର IPL କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇବା ସହ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି। ରୋହିତ ଓ ଧୋନୀ IPLରେ କେବେ ଗୋଟିଏ ଦଳରେ ଖେଳିନାହାନ୍ତି। ସବୁବେଳେ ଉଭୟ ପରସ୍ପର ବିପକ୍ଷ ଦଳରେ ରହିଥିଲେ। ତେବେ ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଅନେକ ସ୍ମରଣୀୟ ମୁହୂର୍ତ୍ତ ଏକାଠି ବିତାଇଛନ୍ତି।

ରୋହିତ ନିଜ ପୋଷ୍ଟରେ ଲେଖିଛନ୍ତି, ଧୋନୀ ଭାଇ, ଆପଣଙ୍କ ଏତେ ଚମତ୍କାର IPL କ୍ୟାରିୟର ପାଇଁ ଅଭିନନ୍ଦନ। ଆପଣଙ୍କ ସହ ମଇଦାନରେ ସମୟ ବିତାଇବା ମୋ ପାଇଁ ବହୁତ ଭଲ ଅନୁଭବ ଥିଲା। ଏତେ ବର୍ଷ ମଧ୍ୟରେ ଆପଣଙ୍କ ସହ ମୋର ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି। ଆପଣଙ୍କ ପ୍ରତି ମୋର ଅପାର ସମ୍ମାନ ରହିଛି।

ରୋହିତ ଶର୍ମା ଓ ଏମଏସ ଧୋନୀ IPL ଇତିହାସର ଦୁଇଜଣ ସଫଳତମ ଅଧିନାୟକ। ଉଭୟ ଅଧିନାୟକ ଭାବେ ୫-୫ ଥର IPL ଟ୍ରଫି ଜିତିଛନ୍ତି। ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦୧୦ରେ ପ୍ରଥମ ଥର ପାଇଁ IPL ଟାଇଟଲ ଜିତିଥିଲା। ଏହାପରେ ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ମଧ୍ୟ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି ହାତେଇଥିଲା। ସେହିପରି ରୋହିତ ଶର୍ମା ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ କରାଇଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ IPLର ଦୁଇଟି ସଫଳତମ ଦଳ। ଏହି କାରଣରୁ ଉଭୟ ଦଳ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦ୍ୱିତା ସବୁବେଳେ ସ୍ବତନ୍ତ୍ର ରହିଆସିଛି। MI ବନାମ CSK ମ୍ୟାଚକୁ କ୍ରିକେଟ ଜଗତର ‘ଏଲ କ୍ଲାସିକୋ’ ବୋଲି କୁହାଯାଏ। ଏହାର ଏକ ବଡ଼ କାରଣ ହେଉଛନ୍ତି ରୋହିତ ଶର୍ମା ଓ ଏମଏସ ଧୋନୀ। ଉଭୟ ନିଜ ନିଜ ଦଳର ମହାନ ନେତା ଭାବେ ପରିଚିତ ଏବଂ ଫ୍ରାଞ୍ଚାଇଜର ସଫଳତାରେ ସେମାନଙ୍କର ବଡ଼ ଭୂମିକା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କ ବହି ଲଞ୍ଚିଂ ପରେ ଯାଆ ମେନକାଙ୍କ ଭିଡିଓ ଭାଇରାଲ, କହିଲେ ସେ ମୋର ବନ୍ଧୁ ନୁହନ୍ତି…

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଗ: ଏ ଜର୍ନି ଅଫ ଲଭ’ ଲଞ୍ଚ ହୋଇସାରିଛି। ଏହି ପୁସ୍ତକରେ ସୋନିଆ ଗାନ୍ଧୀ ନିଜର ଗାନ୍ଧୀ ପରିବାରଠାରୁ…

ଗୁଜରାଟ ଛାଡ଼ିଲେ ବିଲ୍‌କିସ ବାନୋ

ଭଦୋଦରା,୧୮ା୧୧: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଜାମିନ ମିଳିବା ପରେ ଏଥିରେ…

ପ୍ରେମିକଙ୍କ ସହ ହେଲା ଝଗଡା, ଶରୀରରେ ନିଆଁ ଲଗାଇଦେଲେ ଯୁବତୀ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୮।୧୧: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମିକଙ୍କ ସହ ମତାନ୍ତରକୁ କେନ୍ଦ୍ର କରି ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ସୂଚନା…

ଫାଇନାଲରେ ପାକିସ୍ତାନକୁ ହରାଇ ଭାରତର ଐତିହାସିକ ବିଜୟ, ପରାଜୟ ପରେ ଚାମ୍ପିୟନ ଟିମ୍‌କୁ ଦେଲା ଗାର୍ଡ ଅଫ ଅନର୍‌!

ନୂଆଦିଲ୍ଲୀ, ୧୮।୧୧: ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ SAFF ଚାମ୍ପିୟନଶିପ ଟାଇଟଲ ନିଜ ନାମରେ କରିଛି ଭାରତ। ଏଥିସହ…

IND vs NZ ଟେଷ୍ଟ ସିରିଜ ପୂର୍ବରୁ WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ୨ ଦଳର ପଏଣ୍ଟ କାଟିଲା ICC, ଜାଣନ୍ତୁ କେତେ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୮।୧୧: ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ୨୦୨୫-୨୭ର ଚକ୍ର ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଫାଇନାଲରେ ପହଞ୍ଚିବା ଦୌଡ଼କୁ ନେଇ ଶୀର୍ଷ ଦଳଗୁଡ଼ିକ ମଧ୍ୟରେ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରାତିଅଧରେ ହାଇଡ୍ରାମା: ଅଟୋରେ ଯୁବତୀଙ୍କୁ ନେଇ ଯାଉଥିବାବେଳେ ଘଟିଲା…

ଭୁବନେଶ୍ୱର,୧୮।୧୧(ତ୍ରିନାଥ ମହାନ୍ତି):ଭରତପୁର ଥାନା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସୋମବାର ବିଳମ୍ବିତ ରାତିର ହାଇଡ୍ରାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅଟୋରେ ଦୁଇ ଜଣ ଯୁବକ ଅପହରଣ କରି ନେଉଥିଲେ।…

ଧୋନୀଙ୍କ ଏହି ୩ IPL ରେକର୍ଡ ଭାଙ୍ଗିବା ଅସମ୍ଭବ: ଏକମାତ୍ର ଖେଳାଳି ଭାବେ କରିଛନ୍ତି ଏମିତି କାରନାମା

ନୂଆଦିଲ୍ଲୀ,୧୮।୧୧: ଆଇପିଏଲ୍‌ରୁ ଖେଳାଳି ଭାବେ ସନ୍ନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଗାମୀ ଦିନରେ ଆଉ ପଡ଼ିଆରେ ହଳଦିଆ ଜର୍ସି ପିନ୍ଧି ଖେଳୁଥିବାର ନଜର ଆସିବେ ନାହିଁ…

ଅନୁରାଧା ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ୫ ରାଶିର ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଧନଲାଭ ସହ ଚାକିରିରେ ବଡ଼ ପ୍ରମୋଶନ

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ମେଷ, ମିଥୁନ, କନ୍ୟା, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ୍‌ ମିଳିବ। ଏହି ୫ଟି ରାଶିର ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?