ମୂଲ୍ୟବାନ୍‌ ଗଛ କାଟିନେଲେ

ରସୁଲପୁର,୭ା୪(ଡି.ଏନ.ଏ.): ରସୁଲପୁର ତହସିଲ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ସଡ଼ମ୍ବା ଗ୍ରାମ ଦେଇ ଯାଇଥିବା ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରୁ ଗ୍ରାମର ୨ ବ୍ୟକ୍ତି ରାତି ଅଧିଆ ମୂଲ୍ୟବାନ ଜଙ୍ଗଲି ଗଛଗୁଡ଼ିକୁ କାଟି ନେଇଛନ୍ତି। ଏନେଇ ଗ୍ରାମର ବୀରବର ପଲେଇ ଚଣ୍ଡିଖୋଲ ଜଙ୍ଗଲ ବିଭାଗ, ରସୁଲପୁର ତହସିଲଦାର ଓ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ସମ୍ପର୍କରେ ଜାଣି ଗଛକଟାରେ ସମ୍ପୃକ୍ତ ବ୍ୟକ୍ତି ବୀରବରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି।
କଟା ଯାଇଥିବା ଗଛଗୁଡ଼ିକ ବୀରବରଙ୍କ ନିଜସ୍ବ ଜମିରେ ରହିଥିଲା ବୋଲି ସେ ଦାବି କରିଛନ୍ତି। ବୁଧବାର ରାତିରେ ଗଛ କଟାଯାଇଥିଲା। ଗୁରୁବାର ସକାଳେ ଗଛ ଗରିଣ୍ଡାଗୁଡ଼ିକୁ ଗଛକଟାଳି ଖଣ୍ଡଖଣ୍ଡ କରୁଥିବା ସମୟରେ ବୀରବର ପହଞ୍ଚତ୍ ବିରୋଧ କରିଥିଲେ। ଗଛ କଟାଳି ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଥିବା ଗଛ କାଟିଛନ୍ତି ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ କଲେ ସେମାନେ ବୀରବରଙ୍କୁ ଗଛ କାଟିବା ଭଳି କାଟି ଖଣ୍ଡ ଖଣ୍ଡ କରି ଦେବେ ବୋଲି ଧମକ ଦେଇଥିଲେ। ଅନ୍ୟପକ୍ଷରେ ଅଭିଯୋଗ ପରେ ବାରବାଟୀ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଘଟଣାସ୍ଥଳରେ ପଡ଼ିଥିବା କଟା ଗଛର ଅଂଶବିଶେଷକୁ ଓ କଟା ଯାଇଥିବା ଗଛର ମୂଳ ଗୁଡିକର ସ୍ଥାନକୁ ବୁଲି ଦେଖିଥିଲେ। ପରିବେଶ ପ୍ରଦୂଷଣ ଏକ ବଡ଼ ଚାଲେଞ୍ଜ ହୋଇପଡି ଥିବାବେଳେ ବ୍ୟାପକ ଚାରାରୋପଣ ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି। ଅପରପକ୍ଷରେ କାଠ ବ୍ୟବସାୟୀ, ଚୋରାଚାଲାଣକାରୀ ଓ କାଠ ମାଫିଆଙ୍କ ଦ୍ୱାରା ବ୍ୟାପକ ଗଛ କଟା ଯାଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ଗଛ କାଟିବା ଉପରେ ରୋକ ଲଗାଯିବା ଉପରେ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋକୁ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)  କାର୍ଯ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି।…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri