୯୮,୨୯୪ ବର୍ଗଫୁଟ୍‌ର ରିବନ୍‌ରେ ମାନସିକ ସ୍ବାସ୍ଥ୍ୟ ସଚେତନତା

ଯାଜପୁର ରୋଡ୍‌,୯ା୪(ଡି.ଏନ୍‌.ଏ.): ଯାଜପୁର ରୋଡ୍‌ର ବ୍ୟାସନଗର ଷ୍ଟାଡିୟମଠାରେ ଶନିବାର ମାନସିକ ସ୍ବାସ୍ଥ୍ୟ ସଚେତନତାକୁ ନେଇ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରାକ୍ଟ କ୍ଳବ ଭୁବନେଶ୍ୱର ରୟାଲ ଓ ରୋଟାରାକ୍ଟ କ୍ଳବ ବ୍ୟାସଭୂମି ଯାଜପୁର ରୋଡ୍‌ର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଛି। ମାନସିକ ସ୍ବାସ୍ଥ୍ୟ ଓ ଚାପ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ନିମନ୍ତେ ଲୋକମାନଙ୍କୁ ସଚେତନ ଏବଂ ସକାରାତ୍ମକ ବାର୍ତ୍ତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରେରଣ କରାଯାଇଛି। ପୂର୍ବରୁ ମାନସିକ ସ୍ବାସ୍ଥ୍ୟ ସଚେତନତାକୁ ନେଇ ସ୍ପେନର ଏକ ସଂସ୍ଥା ୬୦,୫୦୦ ବର୍ଗଫୁଟ ରିବନ୍‌ ତିଆରି କରି ରେକର୍ଡ କରିଥିଲା। ଏହି ରେକର୍ଡକୁ ଭାଙ୍ଗି ରୋଟାରାକ୍ଟ କ୍ଲବ ଭୁବନେଶ୍ୱର ରୟାଲ ୯୮ ହଜାର ୨୯୪ ବର୍ଗଫୁଟ୍‌ର ସବୁଜ କପଡ଼ାରେ ଏକ ରିବନ୍‌ ଆକୃତି ତିଆରି କରି ଗ୍ଲୋବାଲ ରେକର୍ଡ ଓ ଏସିଆ ପାସିଫିକ୍‌ ରେକର୍ଡ ସୃଷ୍ଟି କରିଛି। ଏହି ରେକର୍ଡର ନିରୀକ୍ଷଣ ଓ ତଦାରଖ ପାଇଁ ଗ୍ଲୋବାଲ ରେକର୍ଡ ଆଣ୍ଡ ରେଫରେନ୍ସର ଏକ ଟିମ୍‌ ଆସିଥିଲେ। ସେମାନେ ସମସ୍ତ ପ୍ରକାରର ଗଣନା, ରିବନର ଦୈର୍ଘ୍ୟପ୍ରସ୍ଥର ହିସାବ କରିବା ପରେ ରୋଟାରାକ୍ଟ ରୟାଲ କ୍ଲବ ଗ୍ଲୋବାଲ ରେକର୍ଡ ଓ ଏସିଆ ପାସିଫିକ୍‌ ରେକର୍ଡ କରିଥିବା ଘୋଷଣା କରିଥିଲେ। ଏହାପରେ ରୋଟାରାକ୍ଟ ରୟାଲ କ୍ଲବକୁ ଉକ୍ତ ଟିମ୍‌ ୨ ରେକର୍ଡ ନିମନ୍ତେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଯାଜପୁର ରୋଡ୍‌ର ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ୯୮,୨୯୪ ବର୍ଗଫୁଟ କପଡ଼ାରେ ତିଆରି ରିବନ ଆକୃତିର ଚାରିପଟେ ଠିଆ ହୋଇଥିଲେ। ଏହି ଅବସରରେ ରୋଟାରାକ୍ଟ ୩୨୬୨ର ମୁଖ୍ୟ ଅଭିଳାଷ ବୋଇତାଇ, କାର୍ଯ୍ୟକ୍ରମର ଚେୟାରମ୍ୟାନ ଡା. ସତ୍ୟବ୍ରତ କର, ରୋଟାରୀ ୩୨୬୨ର ମୁଖ୍ୟ ପ୍ରଭୁଦ ସୁବୁଦ୍ଧି, ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେଶନର ମୁଖ୍ୟ ମନମୋହନ ରାୱାତ, ଜୟଶ୍ରୀ ବିଶ୍ୱାଳ, ସୋମ ଶାସ୍ତ୍ରୀ, ଗୁରୁବିନ୍ଦର ସିଂହ, ଅରୁଣ କୁମାର, ଅଭୟ ପତି ପ୍ରମୁଖ ଉପସ୍ଥିତ ଥିଲେ। ରୋଟାରୀ କ୍ଲବ ଭୁବନେଶ୍ୱର ରୟାଲ ଓ ରୋଟାରୀ କ୍ଲବ ଯାଜପୁର ରୋଡ୍‌ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଛି।
ସୁସ୍ଥ, ନିରାମୟ ଜୀବନଯାପନକୁ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ଲକ୍ଷ୍ୟ ନେଇ ମାନସିକ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ଅଭିଳାଷ ବୋଇତାଇ କହିଛନ୍ତି। ସେହିପରି ଚେୟାରମ୍ୟାନ କର କହିଛନ୍ତି ଯେ ଅବସାଦ, ବିଷାଦ ଆଦି ମାନସିକ ରୋଗ ନୁହେଁ, ତାହା ମାନସିକ ବିକାର। ଯୁବତୀଯୁବକଙ୍କ ମଧ୍ୟରେ ଏହା ଅଧିକ ଦେଖାଦେଉଛି। ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ସହଯୋଗ ମାଧ୍ୟମରେ ମାନସିକ ଅସୁସ୍ଥତା, ବିଷାଦକୁ କମ୍‌ କରାଯାଇପାରିବ। ଆଗାମୀ ପିଢ଼ିକୁ ସଚେତନ କରିବା ଏବଂ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଅବସାଦରୁ ମୁକ୍ତି ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri