ପୁରୁଣା ଭର୍ସନ, ଅନାମଧ୍ୟେୟ ବ୍ରାଣ୍ଡ୍‌

ଯାଜପୁର ଅଫିସ,୧୦ା୪: ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି)ପାଣ୍ଠିରେ କାର୍ଯ୍ୟକାରୀ ହୋଇଥିବା ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ବା ସ୍ମାର୍ଟ ସ୍କୁଲ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜିଲାରେ ଏପର୍ଯ୍ୟନ୍ତ ୨୪୯ଟି ହାଇସ୍କୁଲର ରୂପାନ୍ତରୀକରଣ କରାଯାଇ ୧୬୮ କୋଟି ୬୪ ଲକ୍ଷ ୪୪ ହଜାର ୪୩୦ ଟଙ୍କା ଖର୍ଚ୍ଚ ହୋଇସାରିଛି। ଏହାବାଦ ଦ୍ୱିତୀୟ ପର୍ଯ୍ୟାୟରେ ୯୮ଟି ହାଇସ୍କୁଲରେ ଏହି କାର୍ଯ୍ୟ ଚାଲିଛି। ତେବେ ଅଧିକାଂଶ ସ୍କୁଲରେ ପୁରୁଣା ଭର୍ସନ କମ୍ପ୍ୟୁଟର କିଣା ଏବଂ ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀକୁ ଗୁରୁତ୍ୱ ଦେଇ ମିଳିମିଶି ବ୍ୟାପକ ଅର୍ଥ ଚଳୁ କରାଯାଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏପରିକି ଏଭଳି ଅଭିଯୋଗ ଉପରେ ଜଣେ ଆଇନଜୀବୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତିି। ଅନ୍ୟପକ୍ଷରେ କାର୍ଯ୍ୟର ଆର୍ଥିକ ଓ ସାମାଜିକ ଅଡିଟ୍‌ ହୋଇ ନ ଥିବା ଜଣାପଡିଛି।
ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ସରକାର କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପଦ୍ଧତି ପ୍ରଣୟନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ କମ୍ପ୍ୟୁଟର ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ୨୯୪୨ଟି ଡେସ୍କ କମ୍‌ ବେଞ୍ଚ, ୫୨୦ଟି କମ୍ପ୍ୟୁଟର କମ୍‌ ପ୍ରୋଜେକ୍ଟର ଏବଂ ୨୬୦ଟି ପ୍ରୟୋଗଶାଳା ପାଇଁ ହାତଯନ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଟେଣ୍ଡର କରାଯାଇ ଯୋଗାଇ ଦିଆଯାଇଛି। ବିଡିଓମାନଙ୍କ ଦ୍ୱାରା ସମସ୍ତ ନିର୍ମାଣ କାର୍ଯ୍ୟ ହେଉଥିବାବେଳେ ସେମାନଙ୍କ ଜରିଆରେ ଅର୍ଥ ଖର୍ଚ୍ଚ କରାଯାଇଛି। ବ୍ୟୟ ଅଟକଳ ଅନୁଯାୟୀ ପ୍ରତ୍ୟେକ ପ୍ରକଳ୍ପରେ ୫ ଲକ୍ଷ ଟଙ୍କା ଲେଖାଏ ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ୧୦ ଲକ୍ଷ ଟଙ୍କାର ଫର୍ନିଚର, ୫ ଲକ୍ଷ ଟଙ୍କାରେ ଇ-ଲାଇବ୍ରେରୀ, ୪ ଲକ୍ଷ ଟଙ୍କାରେ ସାଇନ୍ସ ଲାବରେଟୋରୀ, ୩ ଲକ୍ଷ ଟଙ୍କାରେ ପାନୀୟ ଜଳ ସୁବିଧା, ଖେଳ ସାମଗ୍ରୀ ଓ ଇଣ୍ଡୋର ଗେମ୍‌ ପାଇଁ ୨ ଲକ୍ଷ ଟଙ୍କା, ପରିସ୍ରାଗାର, ଖେଳପଡ଼ିଆର ଉନ୍ନତୀକରଣ, ବଗିଚା, କିଚେନ ଗାର୍ଡେନ, ପାଥୱେ ଇତ୍ୟାଦି ବାବଦକୁ ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଛି। ହେଲେ ଅଧିକାଂଶ ହାଇସ୍କୁଲରେ ପୁରୁଣା କାନ୍ଥରେ ସ୍ମାର୍ଟ କ୍ଲାସରୁମ ନିର୍ମାଣ ହେଉଥିବା ଅଞ୍ଚଳବାସୀଙ୍କ ଠାରୁ ସୂଚନା ମିଳିଛି। ତେବେ ବିଶେଷକରି କମ୍ପ୍ୟୁଟର, ଡେସ୍କ ଇତ୍ୟାଦି ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲାପାଳଙ୍କ ନିକଟରେ ପୂର୍ବରୁ ଅଭିଯୋଗ ହୋଇଥିଲେ ହେଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ଅଭିଯୋଗକୁ ଚପାଇ ଦିଆଯାଇଥିବାରୁ ବିପୁଳ ଅର୍ଥ ମିଳିମିଶି ହଡ଼ପ କରାଯାଇଥିବା ସାଧାରଣରେ ସନ୍ଦେହ କରାଯାଇଛି। ସ୍ମାର୍ଟ ସ୍କୁଲଗୁଡ଼ିକୁ କମ୍ପ୍ୟୁଟର ଯୋଗାଣ ନିମନ୍ତେ ଆରମ୍ଭରୁ ବିଡିଓମାନେ ଜିଇଏମ୍‌(ଗଭର୍ନମେଣ୍ଟ ଇ-ମାର୍କେଟପ୍ଲେସ) ବିଡିଂ ମାଧ୍ୟମରେ କ୍ରୟ କରିବାକୁ ଉଦ୍ୟମ କରିଥିଲେ। ଅଧିକାଂଶ ବ୍ଲକରେ ସେହି ଜିଇଏମ୍‌ ବିଡିଂରେ ଚଞ୍ଚକତା, ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ଆସିବା ପରେ ଜିଲାପାଳ ତାହାର ତଦନ୍ତ କରିଥିଲେ। ଏହାର ପ୍ରମାଣ ମିଳିବାରୁ କେତେକ ବ୍ଲକରେ ଉକ୍ତ ବିଡିଂକୁ ରଦ୍ଦ କରି ଦେଇଥିଲେ। କିନ୍ତୁ ଏହାପରେ ବିଡିଓଙ୍କ ମାଧ୍ୟମରେ ଆଉ କମ୍ପ୍ୟୁଟର କ୍ରୟ ନ କରି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସମଗ୍ର ଶିକ୍ଷା ସ୍କିମ୍‌ରେ ସ୍ମାର୍ଟ ସ୍କୁଲଗୁଡିକୁ କମ୍ପ୍ୟୁଟର ଯୋଗାଇବା ପାଇଁ ଜିଲାପାଳ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ତ୍ତମାନ ପ୍ରଚଳିତ ସର୍ବାଧୁନିକ ଭର୍ସନର ଡେସ୍କଟପ୍‌ କମ୍ପ୍ୟୁଟର ବଦଳରେ ୪/୫ ବର୍ଷ ପୁରୁଣା ଭର୍ସନର କମ୍ପ୍ୟୁଟର ସେଟ୍‌ କିଣିବାକୁ ନିର୍ଦ୍ଦେଶ ହୋଇଥିଲା। ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀର ୟୁପିଏସ୍‌ ସହିତ ଆଣ୍ଟିଭାଇରସ୍‌ ସଫ୍ଟୱେର କିଣିବା ପାଇଁ ସେହି ବିଡିଂରେ ଆଗ୍ରହ ପ୍ରକାଶ କରାଯାଇଥିଲା। ପୂର୍ବ ଯୋଜନା ଅନୁସାରେ ପୁରୁଣା ଭର୍ସନର କମ୍ପ୍ୟୁଟର କିଣାଯାଇ ବ୍ୟାପକ ଅର୍ଥ ଭାଗବଣ୍ଟା ହୋଇଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଯୋଗାଣକାରୀ ସଂସ୍ଥା ସହ ଅସାଧୁ ମେଣ୍ଟ କରି କମ୍ପ୍ୟୁଟର ପିଛା ପ୍ରାୟ ୧୧ ହଜାର ଟଙ୍କା ଅଧିକ ବିଲ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ଅଭିଯୋଗ ଉପରେ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ପାଇଁ ତାଙ୍କ ମୋବାଇଲ ନମ୍ବରକୁ ରବିବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?