Odisha Elections 2024

ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ନାମଫଳକ

ଚଣ୍ଡିଖୋଲ,୭ା୪(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର-ବେଣୀପୁର ରାସ୍ତାରେ ପୂର୍ତ୍ତ ବିଭାଗ ତରଫରୁ ତ୍ରୁଟିପୂର୍ଣ୍ଣ ନାମଫଳକ ଲଗାଯାଇଛି। ଏପ୍ରିଲ ୧ ଓଡ଼ିଶା ଦିବସରେ ଏହି ଫଳକକୁ ଦେଖି ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ଓଡ଼ିଆ ଭାଷା ପ୍ରୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନର ବଡ଼ଚଣା ସବ୍‌ଡିଭିଜନ୍‌ ଅଧୀନରେ ଏହି ରାସ୍ତାଟି ନିର୍ମାଣ କରାଯାଇଛି। ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ବିଭାଗ ତରଫରୁ ଫଳକ ଲଗାଯାଇଛି। ଆମ୍ବସୌରୀ ଗ୍ରାମ ନିକଟରେ ଲାଗିଥିବା ଫଳକରେ ‘ଆମ୍ବସୋରୀ’ ଓଡ଼ିଆରେ ଲେଖାଯାଇଥିବାବେଳେ ପତରାଜ ପୁରଠାରେ ସିଂହ ସାହି ବଦଳରେ ‘ସିଙ୍ଘସାହି’ ବୋଲି ଉଲ୍ଲେଖ ହୋଇଛି। ଇଂଲିଶରେ ବନାନ ଠିକ୍‌ ଲେଖାଯାଇଥିବାବେଳେ ଓଡ଼ିଆରେ ବନାନ ସମ୍ପୂର୍ଣ୍ଣ ଭୁଲ ହୋଇଛି। ଏଥି ସହିତ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ବ୍ଲୁ ରଙ୍ଗର ସାଇନ୍‌ ବୋର୍ଡରେ ଧଳା ଅକ୍ଷରରେ ଲେଖାଯିବାର ନିୟମଥିବାବେଳେ ଏହା ମଧ୍ୟ ତ୍ରୁଟିପୂର୍ଣ୍ଣ ହୋଇଛି। ଜାତୀୟ ରାଜପଥରେ ନୀଳ ରଙ୍ଗର ସାଇନ୍‌ବୋର୍ଡରେ ଧଳାଅକ୍ଷର ଲେଖାଯିବାର ନିୟମ ଥିବାବେଳେ ଏହାକୁ ପୂର୍ତ୍ତ ବିଭାଗ ଭୁଲବଶତଃ ଆପଣେଇ ନେଇଛି। ସାଇନ୍‌ ବୋର୍ଡର ରଙ୍ଗ ପରିବର୍ତ୍ତନ ସହିତ ଓଡ଼ିଆ ଭାଷାର ସଂଶୋଧନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରେ ସେ ତ୍ରୁଟି ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ଏହାର ସଂଶୋଧନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri