Posted inTrending, ଖେଳ

ଫାଇନାଲରେ ପାକିସ୍ତାନକୁ ହରାଇ ଭାରତର ଐତିହାସିକ ବିଜୟ, ପରାଜୟ ପରେ ଚାମ୍ପିୟନ ଟିମ୍‌କୁ ଦେଲା ଗାର୍ଡ ଅଫ ଅନର୍‌!

ନୂଆଦିଲ୍ଲୀ, ୧୮।୧୧: ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ SAFF ଚାମ୍ପିୟନଶିପ ଟାଇଟଲ ନିଜ ନାମରେ କରିଛି ଭାରତ। ଏଥିସହ ଭାରତୀୟ ଦଳ ରେକର୍ଡ ୧୦ମ ଥର ପାଇଁ ଏହି ଟ୍ରଫି ଜିତିବାର ଗୌରବ ହାସଲ କରିଛି। ବିଶେଷ କଥା ହେଉଛି, ଯୁବ ଖେଳାଳିଙ୍କୁ ନେଇ ଗଠିତ ଦଳ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ଭାରତ ଟାଇଟଲ ଉପରେ ନିଜର ଦବଦବା ବଜାୟ ରଖିଛି। ଭାରତୀୟ ଦଳ ମଇଦାନରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ଏହାର ପ୍ରଭାବ ଏପରି ଥିଲା ଯେ, ପାକିସ୍ତାନୀ ଖେଳାଳିମାନେ ମଧ୍ୟ ଭାରତୀୟ ଦଳର ପ୍ରଶଂସାରେ ତାଳି ମାରୁଥିବା ନଜର ଆସିଥିଲେ।

ପ୍ରକୃତରେ, ଟାଇଟଲ ମୁକାବିଲାରେ ଭାରତଠାରୁ ୧-୨ ଗୋଲରେ ପରାଜିତ ହେବା ପରେ ପାକିସ୍ତାନୀ ଖେଳାଳିମାନେ ମଇଦାନରେ ଭାରତୀୟ ଦଳକୁ ଗାର୍ଡ ଅଫ ଅନର୍‌ ଦେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ମ୍ୟାଚ ପରବର୍ତ୍ତୀ ପୁରସ୍କାର ବିତରଣ ଉତ୍ସବ ସମୟରେ ପାକିସ୍ତାନୀ ଖେଳାଳିମାନେ ଭାରତୀୟ ଖେଳାଳିଙ୍କ ସମ୍ମାନରେ ତାଳି ମାରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ନେଇ ଫୁଟବଲ ପ୍ରଶଂସକମାନେ ବେଶ୍‌ ପ୍ରତିକ୍ରିୟା ଦେଉଛନ୍ତି।

ମ୍ୟାଚ ଆରମ୍ଭରୁ ପାକିସ୍ତାନ ଭଲ ଖେଳ ପ୍ରଦର୍ଶନ କରିଥିଲା ଏବଂ ପ୍ରଥମାର୍ଦ୍ଧରେ ଭାରତୀୟ ଦଳ ଉପରେ ଚାପ ବଜାୟ ରଖିଥିଲା। ପ୍ରାୟ ୩୫ତମ ମିନିଟରେ ଭାରତକୁ ଗୋଲ କରିବା ପାଇଁ କିଛି ସୁଯୋଗ ମିଳିଥିଲା, କିନ୍ତୁ ଦଳ ଏହାର ଫାଇଦା ଉଠାଇପାରି ନଥିଲା। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମରେ ଆଲମଗୀର ଗାଜି ଚମତ୍କାର ଗୋଲ କରି ପାକିସ୍ତାନକୁ ୧-୦ରେ ଆଗୁଆ କରାଇଥିଲେ।

ତେବେ ଦ୍ୱିତୀୟାର୍ଦ୍ଧରେ ମ୍ୟାଚର ଚିତ୍ର ବଦଳିଯାଇଥିଲା। ୫୯ତମ ମିନିଟରେ VAR ଯାଞ୍ଚ ପରେ ବ୍ରିସନ ଫର୍ଣ୍ଣାଣ୍ଡିସଙ୍କ ଉପରେ ବିପଜ୍ଜନକ ଟ୍ୟାକଲ କରିଥିବାରୁ ଜୁନୈଦ ଶାହଙ୍କୁ ସିଧାସଳଖ ରେଡ କାର୍ଡ ଦେଖାଯାଇଥିଲା। ଫଳରେ ପାକିସ୍ତାନୀ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା।

ଭାରତ ଏହି ସୁଯୋଗର ଫାଇଦା ଉଠାଇଥିଲା। ଏହାର ଠିକ ପରବର୍ତ୍ତୀ ମିନିଟ ଅର୍ଥାତ୍‌ ୬୦ତମ ମିନିଟରେ ସୁହେଲ ଅହମ୍ମଦ ଭଟ୍ଟ ଗୋଲ କରି ସ୍କୋରକୁ ୧-୧ରେ ବରାବର କରିଥିଲେ। ଭାରତର ଦ୍ୱିତୀୟ ତଥା ବିଜୟସୂଚକ ଗୋଲ ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଆସିଥିଲା। ୮୮ତମ ମିନିଟରେ ସନ୍ଦୀପ ମାଣ୍ଡି ଚମତ୍କାର ହେଡର୍‌ ଜରିଆରେ ଭାରତକୁ ୨-୧ରେ ଆଗୁଆ କରାଇଥିଲେ। ଏହି ଗୋଲ ସହ ଭାରତ ଫାଇନାଲ ଜିତିବା ସହ ଟାଇଟଲ ଉପରେ କବଜା କରିଥିଲା। ଅନ୍ୟପକ୍ଷରେ, ପ୍ରଥମ ଥର ପାଇଁ ଟାଇଟଲ ଜିତିବାକୁ ପାକିସ୍ତାନ ଦେଖିଥିବା ସ୍ବପ୍ନ ଧୂଳିସାତ୍‌ ହୋଇଯାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ସହ ହେଲା ଝଗଡା, ଶରୀରରେ ନିଆଁ ଲଗାଇଦେଲେ ଯୁବତୀ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୮।୧୧: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମିକଙ୍କ ସହ ମତାନ୍ତରକୁ କେନ୍ଦ୍ର କରି ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ସୂଚନା…

IND vs NZ ଟେଷ୍ଟ ସିରିଜ ପୂର୍ବରୁ WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ୨ ଦଳର ପଏଣ୍ଟ କାଟିଲା ICC, ଜାଣନ୍ତୁ କେତେ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୮।୧୧: ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ୨୦୨୫-୨୭ର ଚକ୍ର ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଫାଇନାଲରେ ପହଞ୍ଚିବା ଦୌଡ଼କୁ ନେଇ ଶୀର୍ଷ ଦଳଗୁଡ଼ିକ ମଧ୍ୟରେ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରାତିଅଧରେ ହାଇଡ୍ରାମା: ଅଟୋରେ ଯୁବତୀଙ୍କୁ ନେଇ ଯାଉଥିବାବେଳେ ଘଟିଲା…

ଭୁବନେଶ୍ୱର,୧୮।୧୧(ତ୍ରିନାଥ ମହାନ୍ତି):ଭରତପୁର ଥାନା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସୋମବାର ବିଳମ୍ବିତ ରାତିର ହାଇଡ୍ରାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅଟୋରେ ଦୁଇ ଜଣ ଯୁବକ ଅପହରଣ କରି ନେଉଥିଲେ।…

ଧୋନୀଙ୍କ ଏହି ୩ IPL ରେକର୍ଡ ଭାଙ୍ଗିବା ଅସମ୍ଭବ: ଏକମାତ୍ର ଖେଳାଳି ଭାବେ କରିଛନ୍ତି ଏମିତି କାରନାମା

ନୂଆଦିଲ୍ଲୀ,୧୮।୧୧: ଆଇପିଏଲ୍‌ରୁ ଖେଳାଳି ଭାବେ ସନ୍ନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଗାମୀ ଦିନରେ ଆଉ ପଡ଼ିଆରେ ହଳଦିଆ ଜର୍ସି ପିନ୍ଧି ଖେଳୁଥିବାର ନଜର ଆସିବେ ନାହିଁ…

ଅନୁରାଧା ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ୫ ରାଶିର ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଧନଲାଭ ସହ ଚାକିରିରେ ବଡ଼ ପ୍ରମୋଶନ

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ମେଷ, ମିଥୁନ, କନ୍ୟା, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ୍‌ ମିଳିବ। ଏହି ୫ଟି ରାଶିର ଲୋକଙ୍କ ପାଇଁ…

ଧୋନୀଙ୍କ IPL ସନ୍ନ୍ୟାସରେ ଭାବୁକ ହେଲେ ବୈଭବ ସୂର୍ଯ୍ୟବଂଶୀ, ପୁରୁଣା ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ, ୧୮।୧୧: IPL ୨୦୨୭ ରିଟେନ୍ସନ ପୂର୍ବରୁ ଏମଏସ ଧୋନୀ ନିଜର ସମସ୍ତ ପ୍ରଶଂସକଙ୍କୁ ବଡ଼ ଝଟକା ଦେଇଛନ୍ତି। ସେ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଥିବା ବେଳେ…

ଧୋନୀଙ୍କ ଅବସରକୁ ନେଇ ଚାଞ୍ଚଲ୍ୟକର ବୟାନ୍‌ ଦେଲେ ପାକିସ୍ତାନ କ୍ରିକେଟର୍‌: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୮।୧୧:ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ଡ୍ରେସିଂ ରୁମ୍‌ରେ ମେଣ୍ଟର ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତି ଯୁବ କ୍ରିକେଟରଙ୍କ ପାଇଁ ବେଶ ଲାଭଦାୟକ ହେବ। ଏପରି ମତ…

କାହିଁକି IPLକୁ ଅଲବିଦା କହିଲେ ଧୋନୀ? ସନ୍ନ୍ୟାସ ପଛର ବଡ଼ କାରଣ କହିଲେ ସୁରେଶ ରାଇନା, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂହ ଧୋନୀଙ୍କ ଆଇପିଏଲରୁ ସନ୍ନ୍ୟାସ ପରେ ସୁରେଶ ରାଇନାଙ୍କ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ରାଇନା କହିଛନ୍ତି , ଧୋନୀ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?