ବ୍ରିଜ୍‌ ପାଇଁ କାଳ ବାଲିଖାଦାନ

ଯାଜପୁର ଅଫିସ,୭ା୪: ନିର୍ମାଣ ଓ ଖଣି ପୋତା କାର୍ଯ୍ୟ ପାଇଁ ନଦୀ ବାଲିର ଆବଶ୍ୟକତା ବଢିଛି। ତେଣୁ ସରକାର ବାଲି ଖାଦାନ ଲିଜ୍‌ ପ୍ରଦାନ ପାଇଁ ଅନେକ ନୀତି ନିୟମ ପ୍ରଣୟନ କରିଛନ୍ତି। କିନ୍ତୁ ଏହି ନୀତିନିୟମ ବାଲି ବ୍ୟବସାୟୀ, ଲିଜ୍‌ଧାରୀ ଓ ତହସିଲ କର୍ତ୍ତୃପକ୍ଷଙ୍କ ପାଇଁ କିଛି ଫରକ ପଡୁନାହିଁ। ବରଂ ବାଲି ଉତ୍ତୋଳନରେ ଏମିତି ବେଆଇନ କାର୍ଯ୍ୟ ଚାଲିଛି ଯେ, ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ନଦୀନାଳ ଉପରେ ନିର୍ମାଣ ହୋଇଥିବା ବ୍ରିଜଗୁଡିକ ବିପଦାପନ୍ନ ହେବାର ସମ୍ଭାବନା ସୃଷ୍ଟି କରିଛି। ଏଠାରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ରାଉତରାପୁରଠାରୁ କୁଣ୍ଡପାଟଣା ରାସ୍ତାର ସାମନ୍ତରାପୁରଠାରେ ନିର୍ମାଣ ହୋଇଥିବା ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ବ୍ରିଜକୁ ଉଦାହରଣ ଭାବେ ନିଆଯାଇପାରେ। ବୈଷୟିକ ଗାଇଡ୍‌ଲାଇନ ଅନୁସାରେ ବ୍ରିଜଠାରୁ ୧ କିମି ଦୂର ମଧ୍ୟରେ କୌଣସି ବାଲି ଖାଦାନକୁ ଅନୁମତି ମିଳିବାର ନିୟମ ନାହିଁ। କିନ୍ତୁ ଏଠାରେ ମାସିକ ଚାନ୍ଦା ଏବଂ ଅନୁମତିଠାରୁ ଢେର ଗୁଣ ଅଧିକ ବାଲି ଚାଲାଣ କାରବାର ଲୋକଙ୍କ ଧନଜୀବନଠାରୁ ଅଧିକ ବୋଲି ମନେ ହେଉଛି। ଜାରକା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ଆଲୋକପାତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରସୁଲପୁର ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। କେବଳ ସାମନ୍ତରାପୁର ନୁହେଁ ଜିଲାର ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବ୍ରିଜ ନିକଟରେ ବାଲି ଖାଦାନ ଚାଲିଥିବାରୁ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ରାଜ୍ୟର ନଦୀନାଳ ଭରା ଜିଲା ଭାବେ ଯାଜପୁର ବେଶୀ ପରିଚିତ। ଏହି ଜିଲାରେ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, ବିରୂପା, ବୁଢା ଆଦି ନଦୀ ରହିଛି। ଏହିସବୁ ନଦୀରେ ଥିବା ବାଲିଘାଟରୁ ବାର୍ଷିକ ୨୫ରୁ ୩୫ ହଜାର ଘନମିଟର ବାଲି ଉତ୍ତୋଳନ କରିବାକୁ ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ ଦିନକୁ ହାରାହାରି ୮୨ ଘନ ମିଟର ବାଲି ଉତ୍ତୋଳନ ହୋଇ ପାରିବ। ତଦନୁସାରେ ସମ୍ପୃକ୍ତ ତହସିଲ ଅଧିକାରୀଙ୍କ ପକ୍ଷରୁ ଟିପି(ଟ୍ରାନଜିଟ ପାସ୍‌)ଲିଜ୍‌ଧାରୀଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ଜିଲାର ପ୍ରାୟ ସମସ୍ତ ଅନୁମତିପ୍ରାପ୍ତ ବାଲିଘାଟରୁ ଧାର୍ଯ୍ୟ ପରିମାଣଠାରୁ ବହୁଗୁଣରେ ଅଧିକ ବାଲି ଉତ୍ତୋଳନ କରିବାକୁ ଲିଜ୍‌ଧାରୀମାନେ ନକଲି ଟିପିର ଆଶ୍ରୟ ନେଉଛନ୍ତି। ଏହି ନକଲି ଟିପି ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଛପା ଯାଉଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଜାଲିଆତିରେ ତହସିଲ କର୍ତ୍ତୃପକ୍ଷ, ପୋଲିସ ଓ ପରିବହନ ବିଭାଗୀୟ ଅଧିକାରୀଙ୍କ ଅସାଧୁ ସମ୍ପର୍କ ରହୁଛି। ଏହି କାରଣରୁ ଧାର୍ଯ୍ୟ ପରିମାଣଠାରୁ ଓଭରଲୋଡିଂ ପରିବହନ ହେଉଥିଲେ ହେଁ କେହି ଧରିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଫଳରେ ବାଲି ଉତ୍ସଗୁଡିକ କ୍ଷତିଗ୍ରସ୍ତ ହେବାକୁ ବସିଛି ା ବିଜ୍ଞାନ ବିରୋଧ ବାଲି ଖାଦାନ ଏବଂ ବେଆଇନ ବାଲି ଉଠାଣ କେବଳ ରାଜ୍ୟର ରାଜସ୍ବ କ୍ଷତି କରୁନାହିଁ ବରଂ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁଛି ା ଏହାବାଦ୍‌ ନଦୀକୂଳ ଗ୍ରାମବାସୀଙ୍କ ଜୀବନଚର୍ଯ୍ୟା ଉପରେ ନକରାମତ୍କ ପ୍ରଭାବ ପକାଉଛି ା ଏହାକୁ ପ୍ରତିହତ କରିବାକୁ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ଓ ଗାଇଡ୍‌ଲାଇନ ଜାରି କରାଯାଉଥିଲେ ମଧ୍ୟ ବେଆଇନ ବାଲି କାରବାର ବନ୍ଦ ହେଉନାହିଁ ା ଏହି ବେଆଇନ କାରବାରରୁ କେତେକ ସରକାରୀ ଅଧିକାରୀ ମାଲାମାଲ ହେଉଥିବାରୁ କୌଣସି ସମ୍ଭାବ୍ୟ ବିପଦ ଉପରେ ମଧ୍ୟ ସେମାନଙ୍କ ଦୃଷ୍ଟି ପଡୁନାହିଁ। ତେଣୁ ବ୍ରିଜ୍‌ ନିକଟରେ ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳୁଛି। ଏହି କ୍ରମରେ ଜେନାପୁର ବ୍ରିଜ ନିକଟରୁ ଜାବରା ବାଲି ଖାଦାନ, ୫୩ନଂ. ଜାତୀୟ ରାଜପଥର ବ୍ରାହ୍ମଣୀ ନଦୀର କବାଟବନ୍ଧ ବ୍ରିଜ, ମାନତିରା, ଜାରକା ଆଦି ବ୍ରିଜ ନିକଟରୁ ବେଆଇନ ଭାବେ ବାଲି ଖାଦାନ ଚାଲିଛି। ସେହପରି ବୈତରଣୀ ନଦୀର ଆଖୁଆପଦା ବ୍ରିଜ ନିକଟରେ ଧନତ୍ରୀ ଓ ଲିଙ୍ଗେଶ୍ୱର, ମଥୁରାପୁର ଓ ମକୁନ୍ଦପୁର ବ୍ରିଜ, ଷଠିପୁର ବ୍ରିଜ ନିକଟରୁ ଏକାଧିକ ବାଲି ଉତ୍ତୋଳନ ହେଉଛି। ଯାହାକି ଆଗକୁ ବିପଦ ହୋଇପାରେ ବୋଲି ଖୋଦ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସେଠୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ମର୍ମରେ ୩ା୪ା୨୦୨୩ରେ ସେ ରସୁଲପୁର ତହସିଲଦାରଙ୍କୁ ଚିଠି ଦେଇ ଜଣାଇଛନ୍ତି ଯେ, ସାମନ୍ତରାପୁର ନିକଟରେ ବ୍ରାହ୍ମଣୀ ଉପରେ ଏକ ବ୍ରିଜ ନିର୍ମାଣ କାମ ସରିଛି। ଏହି ବ୍ରିଜ ଲୋକଙ୍କ ଅତି ଜରୁରୀ। ଲୋକଙ୍କ ଚଳାଚଳ ପାଇଁ ଏହି ବ୍ରିଜ ଖୋଲିବାକୁ ଦାବି ହେଉଛି। କିନ୍ତୁ ଏହି ବ୍ରିଜର ଅତି ନିକଟରେ ଏକ ବାଲି ଖାଦାନ ଚାଲିଛି। ଯେଉଁଟା କି ଉକ୍ତ ବ୍ରିଜ ଉପରେ ସିଧାସଳଖ ପ୍ରଭାବ ପକାଇବ। ତେଣୁ ଉକ୍ତ ବାଲି ଖାଦାନ ଉପରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ତହସିଦାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?