ବ୍ରିଜ୍‌ ପାଇଁ କାଳ ବାଲିଖାଦାନ

ଯାଜପୁର ଅଫିସ,୭ା୪: ନିର୍ମାଣ ଓ ଖଣି ପୋତା କାର୍ଯ୍ୟ ପାଇଁ ନଦୀ ବାଲିର ଆବଶ୍ୟକତା ବଢିଛି। ତେଣୁ ସରକାର ବାଲି ଖାଦାନ ଲିଜ୍‌ ପ୍ରଦାନ ପାଇଁ ଅନେକ ନୀତି ନିୟମ ପ୍ରଣୟନ କରିଛନ୍ତି। କିନ୍ତୁ ଏହି ନୀତିନିୟମ ବାଲି ବ୍ୟବସାୟୀ, ଲିଜ୍‌ଧାରୀ ଓ ତହସିଲ କର୍ତ୍ତୃପକ୍ଷଙ୍କ ପାଇଁ କିଛି ଫରକ ପଡୁନାହିଁ। ବରଂ ବାଲି ଉତ୍ତୋଳନରେ ଏମିତି ବେଆଇନ କାର୍ଯ୍ୟ ଚାଲିଛି ଯେ, ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ନଦୀନାଳ ଉପରେ ନିର୍ମାଣ ହୋଇଥିବା ବ୍ରିଜଗୁଡିକ ବିପଦାପନ୍ନ ହେବାର ସମ୍ଭାବନା ସୃଷ୍ଟି କରିଛି। ଏଠାରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ରାଉତରାପୁରଠାରୁ କୁଣ୍ଡପାଟଣା ରାସ୍ତାର ସାମନ୍ତରାପୁରଠାରେ ନିର୍ମାଣ ହୋଇଥିବା ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ବ୍ରିଜକୁ ଉଦାହରଣ ଭାବେ ନିଆଯାଇପାରେ। ବୈଷୟିକ ଗାଇଡ୍‌ଲାଇନ ଅନୁସାରେ ବ୍ରିଜଠାରୁ ୧ କିମି ଦୂର ମଧ୍ୟରେ କୌଣସି ବାଲି ଖାଦାନକୁ ଅନୁମତି ମିଳିବାର ନିୟମ ନାହିଁ। କିନ୍ତୁ ଏଠାରେ ମାସିକ ଚାନ୍ଦା ଏବଂ ଅନୁମତିଠାରୁ ଢେର ଗୁଣ ଅଧିକ ବାଲି ଚାଲାଣ କାରବାର ଲୋକଙ୍କ ଧନଜୀବନଠାରୁ ଅଧିକ ବୋଲି ମନେ ହେଉଛି। ଜାରକା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ଆଲୋକପାତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରସୁଲପୁର ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। କେବଳ ସାମନ୍ତରାପୁର ନୁହେଁ ଜିଲାର ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବ୍ରିଜ ନିକଟରେ ବାଲି ଖାଦାନ ଚାଲିଥିବାରୁ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ରାଜ୍ୟର ନଦୀନାଳ ଭରା ଜିଲା ଭାବେ ଯାଜପୁର ବେଶୀ ପରିଚିତ। ଏହି ଜିଲାରେ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, ବିରୂପା, ବୁଢା ଆଦି ନଦୀ ରହିଛି। ଏହିସବୁ ନଦୀରେ ଥିବା ବାଲିଘାଟରୁ ବାର୍ଷିକ ୨୫ରୁ ୩୫ ହଜାର ଘନମିଟର ବାଲି ଉତ୍ତୋଳନ କରିବାକୁ ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ ଦିନକୁ ହାରାହାରି ୮୨ ଘନ ମିଟର ବାଲି ଉତ୍ତୋଳନ ହୋଇ ପାରିବ। ତଦନୁସାରେ ସମ୍ପୃକ୍ତ ତହସିଲ ଅଧିକାରୀଙ୍କ ପକ୍ଷରୁ ଟିପି(ଟ୍ରାନଜିଟ ପାସ୍‌)ଲିଜ୍‌ଧାରୀଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ଜିଲାର ପ୍ରାୟ ସମସ୍ତ ଅନୁମତିପ୍ରାପ୍ତ ବାଲିଘାଟରୁ ଧାର୍ଯ୍ୟ ପରିମାଣଠାରୁ ବହୁଗୁଣରେ ଅଧିକ ବାଲି ଉତ୍ତୋଳନ କରିବାକୁ ଲିଜ୍‌ଧାରୀମାନେ ନକଲି ଟିପିର ଆଶ୍ରୟ ନେଉଛନ୍ତି। ଏହି ନକଲି ଟିପି ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଛପା ଯାଉଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଜାଲିଆତିରେ ତହସିଲ କର୍ତ୍ତୃପକ୍ଷ, ପୋଲିସ ଓ ପରିବହନ ବିଭାଗୀୟ ଅଧିକାରୀଙ୍କ ଅସାଧୁ ସମ୍ପର୍କ ରହୁଛି। ଏହି କାରଣରୁ ଧାର୍ଯ୍ୟ ପରିମାଣଠାରୁ ଓଭରଲୋଡିଂ ପରିବହନ ହେଉଥିଲେ ହେଁ କେହି ଧରିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଫଳରେ ବାଲି ଉତ୍ସଗୁଡିକ କ୍ଷତିଗ୍ରସ୍ତ ହେବାକୁ ବସିଛି ା ବିଜ୍ଞାନ ବିରୋଧ ବାଲି ଖାଦାନ ଏବଂ ବେଆଇନ ବାଲି ଉଠାଣ କେବଳ ରାଜ୍ୟର ରାଜସ୍ବ କ୍ଷତି କରୁନାହିଁ ବରଂ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁଛି ା ଏହାବାଦ୍‌ ନଦୀକୂଳ ଗ୍ରାମବାସୀଙ୍କ ଜୀବନଚର୍ଯ୍ୟା ଉପରେ ନକରାମତ୍କ ପ୍ରଭାବ ପକାଉଛି ା ଏହାକୁ ପ୍ରତିହତ କରିବାକୁ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ଓ ଗାଇଡ୍‌ଲାଇନ ଜାରି କରାଯାଉଥିଲେ ମଧ୍ୟ ବେଆଇନ ବାଲି କାରବାର ବନ୍ଦ ହେଉନାହିଁ ା ଏହି ବେଆଇନ କାରବାରରୁ କେତେକ ସରକାରୀ ଅଧିକାରୀ ମାଲାମାଲ ହେଉଥିବାରୁ କୌଣସି ସମ୍ଭାବ୍ୟ ବିପଦ ଉପରେ ମଧ୍ୟ ସେମାନଙ୍କ ଦୃଷ୍ଟି ପଡୁନାହିଁ। ତେଣୁ ବ୍ରିଜ୍‌ ନିକଟରେ ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳୁଛି। ଏହି କ୍ରମରେ ଜେନାପୁର ବ୍ରିଜ ନିକଟରୁ ଜାବରା ବାଲି ଖାଦାନ, ୫୩ନଂ. ଜାତୀୟ ରାଜପଥର ବ୍ରାହ୍ମଣୀ ନଦୀର କବାଟବନ୍ଧ ବ୍ରିଜ, ମାନତିରା, ଜାରକା ଆଦି ବ୍ରିଜ ନିକଟରୁ ବେଆଇନ ଭାବେ ବାଲି ଖାଦାନ ଚାଲିଛି। ସେହପରି ବୈତରଣୀ ନଦୀର ଆଖୁଆପଦା ବ୍ରିଜ ନିକଟରେ ଧନତ୍ରୀ ଓ ଲିଙ୍ଗେଶ୍ୱର, ମଥୁରାପୁର ଓ ମକୁନ୍ଦପୁର ବ୍ରିଜ, ଷଠିପୁର ବ୍ରିଜ ନିକଟରୁ ଏକାଧିକ ବାଲି ଉତ୍ତୋଳନ ହେଉଛି। ଯାହାକି ଆଗକୁ ବିପଦ ହୋଇପାରେ ବୋଲି ଖୋଦ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସେଠୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ମର୍ମରେ ୩ା୪ା୨୦୨୩ରେ ସେ ରସୁଲପୁର ତହସିଲଦାରଙ୍କୁ ଚିଠି ଦେଇ ଜଣାଇଛନ୍ତି ଯେ, ସାମନ୍ତରାପୁର ନିକଟରେ ବ୍ରାହ୍ମଣୀ ଉପରେ ଏକ ବ୍ରିଜ ନିର୍ମାଣ କାମ ସରିଛି। ଏହି ବ୍ରିଜ ଲୋକଙ୍କ ଅତି ଜରୁରୀ। ଲୋକଙ୍କ ଚଳାଚଳ ପାଇଁ ଏହି ବ୍ରିଜ ଖୋଲିବାକୁ ଦାବି ହେଉଛି। କିନ୍ତୁ ଏହି ବ୍ରିଜର ଅତି ନିକଟରେ ଏକ ବାଲି ଖାଦାନ ଚାଲିଛି। ଯେଉଁଟା କି ଉକ୍ତ ବ୍ରିଜ ଉପରେ ସିଧାସଳଖ ପ୍ରଭାବ ପକାଇବ। ତେଣୁ ଉକ୍ତ ବାଲି ଖାଦାନ ଉପରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ତହସିଦାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri