ଅବଧି ଶେଷ ପରେ ବି ସରୁନି ରାସ୍ତା ନିର୍ମାଣ

ଚଣ୍ଡିଖୋଲ,୯ା୪(ଡି.ଏନ.ଏ.): ମାତ୍ର ୩ ବର୍ଷ ହେବ ଜଳ ସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ରାସ୍ତା ନିର୍ମାଣ ଆଳରେ ବିପୁଳ ଟଙ୍କା ବିଭାଗୀୟ ଅଧିକାରୀମାନେ ଲୁଟ୍‌ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବୈରୀ-ଚଣ୍ଡିଖୋଲ ହାଇଲେଭଲ କେନାଲ ବନ୍ଧ ରାସ୍ତାରେ। ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଓ ବଡ଼ଚଣା ସବ୍‌ଡିଭିଜନରେ ରହିଛି ଏହି ରାସ୍ତା। ରାସ୍ତାରେ ୫୦ରୁ ଊଦ୍ଧର୍‌ବ ଗୁପ୍ତ ଟେଣ୍ଡର କରି ୧.୫ କୋଟିରୁ ଊଦ୍ଧର୍‌ବ ଟଙ୍କା ହରିଲୁଟ ହୋଇଥିବା ଜଣାପଡ଼ିଛି। ହେଲେ ଅବଧି ଶେଷ ହୋଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇ ପାରିନାହିଁ।
ପୂର୍ବରୁ ହାଇଲେଭଲ କେନାଲ ବନ୍ଧ ରାସ୍ତାଟି ଜାରକା ଜଳ ସମ୍ପଦ ବିଭାଗ ଅଧୀନରେ ଥିଲା। ୨୦୧୬ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ନାବାର୍ଡ ସହାୟତାରେ ଏହି ରାସ୍ତା ପିଚୁ କରାଯାଇଥିଲା। ପରେ ଏହାକୁ ଉନ୍ନତମାନର ରାସ୍ତାରେ ପରିଣତ ପାଇଁ ୨୦୧୯ ଡିସେମ୍ବରରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ କେତେଜଣ ବିଭାଗୀୟ ଅଧିକାରୀ ରାସ୍ତା ନିର୍ମାଣ ବଦଳରେ କିପରି ଲୁଟ କରିହେବ ସେହି ଯୋଜନା ପ୍ରସ୍ତୁତ କରିଥିଲେ। ୫ ଲକ୍ଷ ଟଙ୍କାରୁ କମ୍‌ କରି ଗୁପ୍ତ ଟେଣ୍ଡର ଜରିଆରେ ମରାମତି କାମ ଆଳରେ ଲୁଟିବା ଯୋଜନା କରିଥିଲେ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରଥମେ ୨୦୨୦ ଫେବୃୟାରୀ ୧୫ରେ ୨ ଲକ୍ଷ ୫୪ ହଜାର ୮୫୦ ଟଙ୍କା, ମାର୍ଚ୍ଚ ୬ରେ ୨ ଲକ୍ଷ ୯୨ ହଜାର ୮୮୬ ଟଙ୍କା, ୨ ଲକ୍ଷ ୫୬ ହଜାର ୮୧୩ ଟଙ୍କା, ୧ ଲକ୍ଷ ୯୭ ହଜାର ୪୦ ଟଙ୍କା, ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ୭ ତାରିଖରେ ୧ ଲକ୍ଷ ୮୨ ହଜାର ୨୩ ଟଙ୍କା, ୧ ଲକ୍ଷ ୮୫ ହଜାର ୪୪ ଟଙ୍କା, ୨ ଲକ୍ଷ ୫୦ ହଜାର ୫୧୫ ଟଙ୍କାର ଗୁପ୍ତ ଟେଣ୍ଡର ହୋଇଛି। ପୁନର୍ବାର ସେହି ମାର୍ଚ୍ଚ ୧୫ରେ ୨ ଲକ୍ଷ ୫୪ ହଜାର ୮୫୦ ଟଙ୍କା, ଅଗଷ୍ଟ ୧୩ରେ ୩ ଲକ୍ଷ ୫୧ ହଜାର ୨୬୯ ଟଙ୍କା, ୨୦୨୧ ଜାନୁୟାରୀ ୧୩ରେ ୪ ଲକ୍ଷ ୮୮ ହଜାର ୨୮୭ ଟଙ୍କା, ସେହି ମାସ ୨୨ରେ ୪ ଲକ୍ଷ ୭୫ ହଜାର ୩୨୦ ଟଙ୍କା, ୩ ଲକ୍ଷ ୬୦ ହଜାର ୬୦୦ ଟଙ୍କା, ୪ ଲକ୍ଷ ୪୩ ହଜାର ୭୮୫ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।
ସେହି ବର୍ଷ ଫେବୃୟାରୀ ୨ରେ ୪ ଲକ୍ଷ ୧୬ ହଜାର ୬୬ ଟଙ୍କା, ୨୫ ତାରିଖରେ ୩ ଲକ୍ଷ ୩୭ ହଜାର ୩୮ ଟଙ୍କା, ୩ ଲକ୍ଷ ୯୫ ହଜାର ୪୩୫ ଟଙ୍କା, ପୁନର୍ବାର ସେହିବର୍ଷ ନଭେମ୍ବର ୧ ରେ ୨ ଲକ୍ଷ ୯୧ ହଜାର ୪୩୨ ଟଙ୍କା, ୨୫ ତାରିଖରେ ୧୫ ଲକ୍ଷ ୧୮ ହଜାର ୨୮୨ ଟଙ୍କାର ଟେଣ୍ଡର ହୋଇଛି।
ଏହାପରେ ସମ୍ପୃକ୍ତ ରାସ୍ତାକୁ ୨୦୨୧ ଡିସେମ୍ବରରେ ଦୁଇ ଭାଗ କରି ଟେଣ୍ଡର କରାଗଲା। ବୈରୀଠାରୁ ଖଇରା ପର୍ଯ୍ୟନ୍ତ ୬ କି.ମି. ୬୦୦ ମିଟର ରାସ୍ତା ପାଇଁ ୯ କୋଟି ୯୩ ଲକ୍ଷ ୫୮ ହଜାର ୩୭୬ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହା ୯ ମାସ ମଧ୍ୟରେ ଅର୍ଥାତ୍‌ ସେପ୍ଟେମ୍ବର ୨୨ ସୁଦ୍ଧା କାମ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଲା। ଏହାମଧ୍ୟରେ ଅବଧି ଶେଷ ହୋଇଥିଲାବେଳେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଟେଣ୍ଡର ପ୍ରକ୍ରିୟା ପରେ ମଧ୍ୟ ଗୁପ୍ତ ଟେଣ୍ଡର ବନ୍ଦ ହୋଇନାହିଁ।
ତଥ୍ୟ ଅନୁଯାୟୀ, ଟେଣ୍ଡର ପରେ ଡିସେମ୍ବର ୧୫ରେ ୪ ଲକ୍ଷ ୪୦ ହଜାର ୯୩୩ ଟଙ୍କା, ୩ ଲକ୍ଷ ୯୮ ହଜାର ୩୬୨ ଟଙ୍କା, ୨୦୨୨ ଜାନୁୟରୀ ୭ରେ ୪ ଲକ୍ଷ ୪୯ ହଜାର ୯୯୧ ଟଙ୍କା, ୪ ଲକ୍ଷ ୪୨ ହଜାର ୭୮୨ ଟଙ୍କା, ୩ ଲକ୍ଷ ୯୯ ହଜାର ୯୧୩ ଟଙ୍କା, ସେହି ମାସ ୧୦ ତାରିଖରେ ୩ ଲକ୍ଷ ୮ ହଜାର ୯୪୪ ଟଙ୍କା, ମାର୍ଚ୍ଚ ୪ରେ ୪ ଲକ୍ଷ ୨୪ ହଜାର ୨୨୨ ଟଙ୍କା, ୨୧ ତାରିଖରେ ୪ ଲକ୍ଷ ୬୦ ହଜାର ୭୯୬ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି।
ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ରାସ୍ତାରେ ଗୁପ୍ତଟେଣ୍ଡର ଜରିଆରେ ବିପୁଳ ଟଙ୍କା ବିଭାଗୀୟ ଅଧିକାରୀମାନେ ହଡ଼ପ କରିଥିବା ଜଣାପଡିଛି। ତୁରନ୍ତ ଏ ସମ୍ପର୍କରେ ତଦନ୍ତ କରି ଯେଉଁମାନେ ଦୁର୍ନୀତିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତା ମରାମତି କାର୍ଯ୍ୟରେ କୌଣସି ଅନିୟମିତତା ହୋଇନାହିଁ। ଏବେ ଯେଉଁ କାର୍ଯ୍ୟ ଚାଲିଛି ଖୁବ୍‌ଶୀଘ୍ର ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?