Posted inTrending, ଖେଳ

ଭାରତ ବିପକ୍ଷ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ଖୁଲାସା: ଦଳକୁ ଫେରିବେ ଏହି ୩ ଧୁରନ୍ଧର ବୋଲର!

ନୂଆଦିଲ୍ଲୀ, ୧୮।୧୧: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ନିଜ ଦଳର ରଣନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ। ୱେଲିଂଟନରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ତାଙ୍କ ଦଳ ୩ ଜଣ ଦ୍ରୁତ ବୋଲର ଓ ଜଣେ ଅଲରାଉଣ୍ଡରଙ୍କ ସହ ମଇଦାନକୁ ଓହ୍ଲାଇବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବେସିନ ରିଜର୍ଭ ପିଚରେ ଦ୍ରୁତ ବୋଲରଙ୍କୁ ଭଲ ସହାୟତା ମିଳିବାର ସମ୍ଭାବନା ରହିଛି। ଏହି କାରଣରୁ ଭାରତୀୟ ଦଳ ମଧ୍ୟ ୪ ଜଣ ଦ୍ରୁତ ବୋଲରଙ୍କ ସହ ଖେଳିପାରେ।

ବୁଧବାର ଏକ ଖବରଦାତା ସମ୍ମିଳନୀରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ କହିଛନ୍ତି, ଆମେ ୩ ଜଣ ଦ୍ରୁତ ବୋଲର ଏବଂ ଜଣେ ବୋଲିଂ ଅଲରାଉଣ୍ଡରଙ୍କ ସହ ଖେଳିବୁ। କାଇଲ ଜେମିସନ ଓ ମ୍ୟାଟ ହେନ୍‌ରୀଙ୍କ ଖେଳିବା ପ୍ରାୟ ନିଶ୍ଚିତ। ତେବେ ତୃତୀୟ ଦ୍ରୁତ ବୋଲର କିଏ ହେବେ, ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

ୱେଲିଂଟନ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ପାଇଁ ଏକ ଭଲ ଖବର ହେଉଛି ଯେ ମ୍ୟାଟ ହେନ୍‌ରୀ ମୁଣ୍ଡରେ ଆଘାତ ସମସ୍ୟାରୁ ସୁସ୍ଥ ହୋଇଛନ୍ତି। ଦିନିକିଆ ସିରିଜ ସମୟରେ ସେ ଆହତ ହୋଇଥିଲେ। ହେନ୍‌ରୀଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟମ ଲାଥମ କହିଛନ୍ତି, ମ୍ୟାଟ ଏବେ ଫିଟ ଅଛନ୍ତି। ଟେଷ୍ଟ କ୍ରିକେଟକୁ ଫେରିବା ପାଇଁ ସେ ଉତ୍ସାହିତ ଥିବେ ବୋଲି ମୋର ଆଶା।

ସେହିପରି କାଇଲ ଜେମିସନଙ୍କୁ ନେଇ ସେ କହିଛନ୍ତି, ସୀମିତ ଓଭର କ୍ରିକେଟରେ ସେ ଭଲ ବୋଲିଂ କରିଛନ୍ତି। ଗତ କିଛି ସପ୍ତାହ ଧରି ସେ କଠିନ ପରିଶ୍ରମ କରିଛନ୍ତି।

ୱାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ (WTC) ପଏଣ୍ଟ ଟେବୁଲକୁ ନେଇ ଟମ ଲାଥମ କହିଛନ୍ତି, ମୋର ଧ୍ୟାନ WTC ପଏଣ୍ଟ ଟେବୁଲ ଉପରେ ନାହିଁ। ଆମେ କେବଳ ସେହି ଜିନିଷ ଉପରେ ଧ୍ୟାନ ଦେବୁ, ଯାହା ଆମ ନିୟନ୍ତ୍ରଣରେ ରହିଛି। ଆମର ଖେଳିବାର ଶୈଳୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ସୂଚନାଯୋଗ୍ୟ, WTC ପଏଣ୍ଟ ଟେବୁଲ୍ରେ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନରେ ଥିବା ବେଳେ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିଛି।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାରକୁ ପିଟିଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ୪ ଖବରଦାତା

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସଡ଼କ ଦୁର୍ଘଟଣା ସାଧାରଣରେ ପରିଣତ ହୋଇଛି। ସୋମବାର ସହରସ୍ଥିତ ଗୁରୁଦ୍ୱାରା ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବୁଧବାର…

ଆଉ ମାତ୍ର ୩ ଉଇକେଟ୍‌… ବିଶ୍ୱରେକର୍ଡ କରିବେ ବୁମ୍‌ରା, ହାତରେ ଅଛି ସୁବର୍ଣ୍ଣ ସୁଯୋଗ

ଓ୍ବେଲିଂଟନ୍‌,୧୮।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଦୃଷ୍ଟିରୁ…

ବାତ୍ୟା ‘ଅକ୍ୱାନ’କୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୮।୧୧: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା। ବାତ୍ୟା…

ମହିଳା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ପୁଅକୁ ଅପହରଣ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…

ଆଳି,୧୮ା୧୧(ବନମାଳୀ ସେନାପତି): ଆପାର୍ଟମେଣ୍ଟରୁ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ଓ ତାଙ୍କ ୮ ବର୍ଷର ପୁଅକୁ ଅପହରଣ କରାଯାଇଥିବା ନେଇ କେନ୍ଦ୍ରାପଡ଼ା ଜିଲା ଆଳି ଥାନାରେ ପରିବାର ଲୋକ…

ମୃତ୍ୟୁଶଯ୍ୟାରେ ୮୨ ବର୍ଷୀୟା ବୃଦ୍ଧା ନୀଳା ବେହେରା, ପାଞ୍ଚ ମାସ ହେଲା ମିଳୁନି ଭତ୍ତା

ଗଞ୍ଜାମ,୧୮/୧୧ (ବିଦ୍ୟାଧର ସାହୁ): ଗରିବ ଓ ଅସହାୟ ଜନସାଧାରଣଙ୍କ ହିତ ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ମଧୁବାବୁ ପେନସନ ଯୋଜନା ଓ…

୩ ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ୩ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ମାନସିକ ନିର୍ଯାତନା…

ବାତ୍ୟା ଆଶଙ୍କା: ସଜାଗ ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ, ନଦୀ-ନାଳକୁ ନ ଯିବା ପାଇଁ…

ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ…

ଆଇପିଏଲରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ପେନଶନ ଦେବ CSK? ଜାଣନ୍ତୁ କେତେ ଟଙ୍କା ମିଳିବ…

ନୂଆଦିଲ୍‌ଲୀ,୧୮।୧୧: କୁହାଯାଏ ଯେ ଜୀବନର ଆକାଶରେ କିଛି ଏପରି ନାମ ଲେଖାଯାଇଥାଏ, ଯାହା କେବଳ କିଛି ଅକ୍ଷର ହୋଇ ରହି ନଥାଏ, ବରଂ ଏକ ସମ୍ପୂର୍ଣ୍ଣ ଯୁଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?