୧୫୭ ବର୍ଷର ସ୍କୁଲକୁ ଅବହେଳା

ବଅଁରପାଳ,୨୨ା୫ (ଡି.ଏନ.ଏ.): ସ୍କୁଲ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ଚାଲିଛି। ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ ସ୍ମାର୍ଟ କରାଯାଉଛି। ହେଲେ ଏମିତି ବି ବିଦ୍ୟାଳୟ ଅଛି, ଯେଉଁଠି ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ପିଲାଙ୍କୁ ବାରଣ୍ଡାରେ ବସି ପାଠ ପଢ଼ିବାକୁ ପଡ଼ୁଛି। ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହାର ଉଦାହରଣ। ସରକାରୀ ଅବହେଳାର ଶିକାର ହୋଇଥିବା ଏହି ୧୫୭ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନରେ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ପ୍ରକାଶ ଯେ, ୧୮୬୫ ମସିହାରେ କୁଲାଡ଼ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ପରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଥିଲା। ଏହି ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୧୨ ଛାତ୍ରୀଛାତ୍ର ପଢ଼ୁଛନ୍ତି। ହେଲେ ୮ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ବର୍ତ୍ତମାନ ମାତ୍ର ୩ଟି କୋଠରି ରହିଛି। ଫଳରେ ସ୍ଥାନାଭାବ ଅଭାବରୁ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ବାରଣ୍ଡାରେ ବସାଇ ପଢ଼ାଯାଉଛି। ଉକ୍ତ ୩ଟି ଶ୍ରେଣୀଗୃହରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବସାଯାଉଛି। ଗୋଟିଏ ଗୃହରେ ସ୍କୁଲ ଅଫିସ ଚାଲିଛି। ପୂର୍ବରୁ ରହିଥିବା ୫ଟି କୋଠରି ବିପଦସଙ୍କୁଳ ହୋଇପଡ଼ିଥିବାରୁ ତାହାକୁ କର୍ତ୍ତୃପକ୍ଷ ଭାଙ୍ଗି ଦେଇଥିଲେ। ହେଲେ ନୂଆ ଶ୍ରେଣୀଗୃହ ନିର୍ମାଣ କରାଯାଉ ନ ଥିବାରୁ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି। ଏଥିସହ ଏହି ପୁରାତନ ବିଦ୍ୟାଳୟରେ ବର୍ତ୍ତମାନ ୪ ଜଣ ଶିକ୍ଷୟିତ୍ରୀ ୧୧୨ ଛାତ୍ରୀଛାତ୍ରଙ୍କୁ ପଢ଼ାଉଥିବା ବେଳେ ଆଉ ୩ ପଦବୀ ଖାଲି ପଡ଼ିଛି। ତେଣୁ ତୁରନ୍ତ ଶିକ୍ଷକ ପଦବୀ ପୂରଣ ସହ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ କରିବାକୁ ଦାବି ହେଉଛି।

ନିର୍ମାଣ ପାଇଁ ଅର୍ଥ ପଇଠ ହୋଇଛି
ପୁରୁଣା ଶ୍ରେଣୀଗୃହଗୁଡିକ ଭଗ୍ନ ଅବସ୍ଥାରେ ରହିଥିଲା। ବିପଜ୍ଜଜନକ ଥିବାରୁ ତାହାକୁ ଭାଙ୍ଗି ଦିଆଯାଇଛି। ନୂଆ ଘର ନିର୍ମାଣ ପାଇଁ ମୋ ସ୍କୁଲ ଅଭିଯାନ ପକ୍ଷରୁ ୧୯ ଲକ୍ଷ ଟଙ୍କା ଜିଲାପାଳଙ୍କ କାର୍ଯ୍ୟାଳୟରେ ଜମା କରାଯାଇଛି।
-ତ୍ରିବେଣୀ ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ

ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି
ପ୍ରକୃତପକ୍ଷରେ ଏହି ପୁରାତନ ସ୍କୁଲ ଅତ୍ୟନ୍ତ ଅବହେଳିତ ହୋଇପଡିଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଆବଶ୍ୟକ ଶିକ୍ଷକ ଓ ଶ୍ରେଣୀ ଗୃହର ଅଭାବ ରହିଛି। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
-ଦେବେନ୍ଦ୍ର ଖୁଣ୍ଟିଆ, ବ୍ଲକ ଶିକ୍ଷା ଅଧିକାରୀ

ଆନ୍ଦୋଳନ କରାଯିବ
ସ୍କୁଲର ଅବସ୍ଥା ଦୟନୀୟ ହୋଇପଡିଛି। ଶ୍ରେଣୀଗୃହ ଅଭାବରୁ ଛାତ୍ରୀଛାତ୍ରମାନେ କେତେବେଳେ ଗଛମୂଳେ ତ କେତେବେଳେ ବାରଣ୍ଡାରେ ବସି ପଢୁଛନ୍ତି। ନୂତନ ଗୃହ ନିର୍ମାଣ ନ ହେଲେ ଆନ୍ଦୋଳନ କରାଯିବ।
-ଉଷାରାଣୀ ସ୍ବାଇଁ, କୁଲାଡ଼ ସରପଞ୍ଚ

ଅଧିକ ଶିକ୍ଷକ, ଶ୍ରେଣୀଗୃହ ବ୍ୟବସ୍ଥା ହେଉ
ବୈଶାଖ ମାସର ଟାଣ ଖରାରେ ଛୋଟ ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ୮ଟି କ୍ଲାସ ପାଇଁ ମାତ୍ର ୪ଜଣ ଶିକ୍ଷକ ଅଛନ୍ତି। ନୂତନ ଶ୍ରେଣୀଗୃହ ଓ ଶିକ୍ଷକ ନିଯୁକ୍ତି ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରନ୍ତୁ।
-ବିଭବ ଜେନା, ପୁରାତନ ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri