୧୫୭ ବର୍ଷର ସ୍କୁଲକୁ ଅବହେଳା

ବଅଁରପାଳ,୨୨ା୫ (ଡି.ଏନ.ଏ.): ସ୍କୁଲ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ଚାଲିଛି। ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ ସ୍ମାର୍ଟ କରାଯାଉଛି। ହେଲେ ଏମିତି ବି ବିଦ୍ୟାଳୟ ଅଛି, ଯେଉଁଠି ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ପିଲାଙ୍କୁ ବାରଣ୍ଡାରେ ବସି ପାଠ ପଢ଼ିବାକୁ ପଡ଼ୁଛି। ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହାର ଉଦାହରଣ। ସରକାରୀ ଅବହେଳାର ଶିକାର ହୋଇଥିବା ଏହି ୧୫୭ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନରେ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ପ୍ରକାଶ ଯେ, ୧୮୬୫ ମସିହାରେ କୁଲାଡ଼ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ପରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଥିଲା। ଏହି ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୧୨ ଛାତ୍ରୀଛାତ୍ର ପଢ଼ୁଛନ୍ତି। ହେଲେ ୮ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ବର୍ତ୍ତମାନ ମାତ୍ର ୩ଟି କୋଠରି ରହିଛି। ଫଳରେ ସ୍ଥାନାଭାବ ଅଭାବରୁ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ବାରଣ୍ଡାରେ ବସାଇ ପଢ଼ାଯାଉଛି। ଉକ୍ତ ୩ଟି ଶ୍ରେଣୀଗୃହରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବସାଯାଉଛି। ଗୋଟିଏ ଗୃହରେ ସ୍କୁଲ ଅଫିସ ଚାଲିଛି। ପୂର୍ବରୁ ରହିଥିବା ୫ଟି କୋଠରି ବିପଦସଙ୍କୁଳ ହୋଇପଡ଼ିଥିବାରୁ ତାହାକୁ କର୍ତ୍ତୃପକ୍ଷ ଭାଙ୍ଗି ଦେଇଥିଲେ। ହେଲେ ନୂଆ ଶ୍ରେଣୀଗୃହ ନିର୍ମାଣ କରାଯାଉ ନ ଥିବାରୁ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି। ଏଥିସହ ଏହି ପୁରାତନ ବିଦ୍ୟାଳୟରେ ବର୍ତ୍ତମାନ ୪ ଜଣ ଶିକ୍ଷୟିତ୍ରୀ ୧୧୨ ଛାତ୍ରୀଛାତ୍ରଙ୍କୁ ପଢ଼ାଉଥିବା ବେଳେ ଆଉ ୩ ପଦବୀ ଖାଲି ପଡ଼ିଛି। ତେଣୁ ତୁରନ୍ତ ଶିକ୍ଷକ ପଦବୀ ପୂରଣ ସହ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ କରିବାକୁ ଦାବି ହେଉଛି।

ନିର୍ମାଣ ପାଇଁ ଅର୍ଥ ପଇଠ ହୋଇଛି
ପୁରୁଣା ଶ୍ରେଣୀଗୃହଗୁଡିକ ଭଗ୍ନ ଅବସ୍ଥାରେ ରହିଥିଲା। ବିପଜ୍ଜଜନକ ଥିବାରୁ ତାହାକୁ ଭାଙ୍ଗି ଦିଆଯାଇଛି। ନୂଆ ଘର ନିର୍ମାଣ ପାଇଁ ମୋ ସ୍କୁଲ ଅଭିଯାନ ପକ୍ଷରୁ ୧୯ ଲକ୍ଷ ଟଙ୍କା ଜିଲାପାଳଙ୍କ କାର୍ଯ୍ୟାଳୟରେ ଜମା କରାଯାଇଛି।
-ତ୍ରିବେଣୀ ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ

ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି
ପ୍ରକୃତପକ୍ଷରେ ଏହି ପୁରାତନ ସ୍କୁଲ ଅତ୍ୟନ୍ତ ଅବହେଳିତ ହୋଇପଡିଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଆବଶ୍ୟକ ଶିକ୍ଷକ ଓ ଶ୍ରେଣୀ ଗୃହର ଅଭାବ ରହିଛି। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
-ଦେବେନ୍ଦ୍ର ଖୁଣ୍ଟିଆ, ବ୍ଲକ ଶିକ୍ଷା ଅଧିକାରୀ

ଆନ୍ଦୋଳନ କରାଯିବ
ସ୍କୁଲର ଅବସ୍ଥା ଦୟନୀୟ ହୋଇପଡିଛି। ଶ୍ରେଣୀଗୃହ ଅଭାବରୁ ଛାତ୍ରୀଛାତ୍ରମାନେ କେତେବେଳେ ଗଛମୂଳେ ତ କେତେବେଳେ ବାରଣ୍ଡାରେ ବସି ପଢୁଛନ୍ତି। ନୂତନ ଗୃହ ନିର୍ମାଣ ନ ହେଲେ ଆନ୍ଦୋଳନ କରାଯିବ।
-ଉଷାରାଣୀ ସ୍ବାଇଁ, କୁଲାଡ଼ ସରପଞ୍ଚ

ଅଧିକ ଶିକ୍ଷକ, ଶ୍ରେଣୀଗୃହ ବ୍ୟବସ୍ଥା ହେଉ
ବୈଶାଖ ମାସର ଟାଣ ଖରାରେ ଛୋଟ ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ୮ଟି କ୍ଲାସ ପାଇଁ ମାତ୍ର ୪ଜଣ ଶିକ୍ଷକ ଅଛନ୍ତି। ନୂତନ ଶ୍ରେଣୀଗୃହ ଓ ଶିକ୍ଷକ ନିଯୁକ୍ତି ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରନ୍ତୁ।
-ବିଭବ ଜେନା, ପୁରାତନ ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri