ଭାଇଚାରା ବଞ୍ଚାଇ ରଖିଛି ଚନ୍ଦନ ଯାତ୍ରା

ବଇଣ୍ଡା,୨୪।୫(ଡି.ଏନ.ଏ) ଦୀର୍ଘ ୪୫ ବର୍ଷ ଧରି ଚାଲିଥିବା ବଇଣ୍ଡା ଚନ୍ଦନ ଯାତ୍ରା ଭାଇଚାରା ବଞ୍ଚାଇ ରଖିଛି। ଯେଉଁମାନେ ଏହି ଯାତ୍ରା ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ପରଲୋକ ହୋଇଯାଇଛି। ତଥାପି ଯୁବପିଢ଼ି ଏହି ଯାତ୍ରାକୁ ବଞ୍ଚାଇ ରଖିଛନ୍ତି ବୋଲି ରବିବାର ବଇଣ୍ଡା ଚନ୍ଦନ ମହୋତ୍ସବର ୨ୟ ଦିବସରେ ଆୟୋଜିତ ସଭାରେ ଯୋଗଦେଇଥିବା ଅତିଥିମାନେ ଏହି ମତପ୍ରକାଶ କରିଛନ୍ତି। ବଇଣ୍ଡା ଛକ ବିକାଶ ପରିଷଦ ଓ ବଇଣ୍ଡା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଅନ୍ୟତମ ଅତିଥି ଭାବେ ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଦେଓ, ଭାଜପା ନେତା ଭାଗୀରଥି ପ୍ରଧାନ, ଜିଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ପ୍ରଧାନ, ନୁନୁକାପଶି ସରପଞ୍ଚ ଦୀପ୍ତିମୟୀ ସାହୁ, କଣ୍ଠଶିଳ୍ପୀ ରୁକୁ ସୁନା, ଯାତ୍ରା କମିଟି ସଭାପତି ପ୍ରତାପ କୁମାର ପ୍ରଧାନ ଯୋଗଦେଇ ବଇଣ୍ଡା ଚନ୍ଦନ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ଏ ନେଇ ଏକ ଦାବିପତ୍ର ଯାତ୍ରା କମିଟି ପକ୍ଷରୁ ବିଧାୟକ ଓ ଏମ୍‌ପି ପ୍ରତିନିଧିଙ୍କୁ ଦିଆଯାଇଥିଲା। ଯାତ୍ରାକୁ କିଭଳି ରାଜ୍ୟସ୍ତରରେ ସରକାରୀ ଭାବେ ସ୍ଥାନ ପାଇବ ସେ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବିପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ବିଧାୟକ ନିଜସ୍ବ ପାଣ୍ଠିରୁ ଯାତ୍ରା ପଡିଆର ଉନ୍ନତି ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଥିଲେ। ପରେ ଯାତ୍ରା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨ୟ ଦିବସରେ ୩୦ ହଜାରରୁ ଊର୍ଦ୍ଧ୍ୱଙ୍କ ସମାଗମ ହୋଇଥିଲା। ଦୋଳି, ମିନାବଜାରରେ ଲୋକଙ୍କ ନାହିଁ ନ ଥିବା ଭିଡ଼ ପରିଲିକ୍ଷିତ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ବଇଣ୍ଡା ଫାଣ୍ଡି ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିକାଶ ପରିଷଦର ସମ୍ପାଦକ ଜିତେନ୍ଦ୍ର ବେହେରା ଅତିଥି ପରିଚୟ ଦେଇଥିବାବେଳେ ଗିରିଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଦେବେ ଆଡ୍‌ମିଶନ ଫି’, ଛାତ୍ରୀଛାତ୍ର ଭରିବେ ପରୀକ୍ଷା ଫି’

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’…

କିଏ ହେବେ ରାଜ୍ୟର ନୂଆ ଡିଜିପି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ଭୁବନେଶ୍ୱର,୧୨ା୮(ସୁନିତ୍‌ ମିଶ୍ର): ରାଜ୍ୟର ନୂଆ ଡିଜିପି କିଏ ହେବେ ତାହାକୁ ନେଇ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ଇତିମଧ୍ୟରେ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୨।୮ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri