ଅଂଶୁଘାତରେ ଜଣେ ମୃତ, ଜଣେ ଅସୁସ୍ଥ

ଅନୁଗୋଳ ଅଫିସ, ୨୨ା୫: ଅନୁଗୋଳ ଜିଲାରେ ତାପମାତ୍ରା ପୁଣି ଉପରମୁହଁା ହୋଇଛି। ଗତ ଦୁଇ ଦିନ ହେବ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶନିବାର ଜିଲାର ତାପମାତ୍ର ୪୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଅନ୍ୟ ଜଣେ ଅସୁସ୍ଥଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଅନୁଗୋଳ ଜିଲାର ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ତେବେ ଶନିବାର ଆଉ ଏକ ଡିଗ୍ରୀ ବୃଦ୍ଧି ପାଇ ଏହା ୪୨ ଡିଗ୍ରୀ ଟପି ଯାଇଥିଲା। ସକାଳ ୮ଟାରୁ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରିଦେଇଥିଲା। ମଧ୍ୟାହ୍ନରେ ରାସ୍ତାରେ ଜନଶୂନ୍ୟ ପରିବେଶ ସୃଷ୍ଟି ହୋଇଥିଲା। ଖୋର୍ଦ୍ଧା ଜିଲା ତମାଣ୍ଡୋ ଥାନା କଳିଙ୍ଗ ବିହାରର ଗୋପୀନାଥ ପାତ୍ର(୫୯) ଅନୁଗୋଳସ୍ଥିତ ଶ୍ୱଶୁର ଘରକୁ ବାଇକ୍‌ରେ ଆସୁଥିବା ବେଳେ ମହୀଧରପୁର ନିକଟରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଅନୁଗୋଳ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଡାକ୍ତର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେହିଭଳି ଅନ୍ୟଜଣେ ସଫେଇ କର୍ମଚାରୀ ରଞ୍ଜୁ ନାଏକ ମେହିକାଲ ପରିସର ସଫେଇ କରୁଥିବା ବେଳେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଏହାପରେ ସେଠାରେ କାର୍ଯ୍ୟ କରୁଥିବା ସହକର୍ମୀମାନେ ତାଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କୁ ମହିଳା ମେଡିସିନ୍‌ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri