ରୋଗୀ ମୃତ୍ୟୁ ନେଇ ନର୍ସିଂହୋମ୍‌ରେ ଉତ୍ତେଜନା

ଅନୁଗୋଳ ଅଫିସ, ୨୨ା୫: ଅନୁଗୋଳ ସହର ଶିମିଳିପଡ଼ା ନିକଟରେ ଥିବା ଏକ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଶନିବାର ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତକଙ୍କ ସ୍ତ୍ରୀ ଚିକିତ୍ସାରେ ଅବହେଳା ଅଭିଯୋଗ କରିବା ପରେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରାଯାଇଥିଲା। ପରେ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଓ ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା।
ପ୍ରକାଶ ଯେ, ଅନୁଗୋଳ ଉପକଣ୍ଠ ଖିଣ୍ଡା ପଞ୍ଚାୟତ କଲେଇପଦା ଅଞ୍ଚଳର ସନ୍ତୋଷ ସାହୁ( ୩୭ )ଙ୍କ ପେଟ ଓ ଜଙ୍ଘରେ ଶୁକ୍ରବାର ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଅନୁଗୋଳର ଏକ ଘରୋଇ ମେଡିକାଲ ଆଣି ମେଡିସିନ୍‌ ବିଭାଗ ଡାକ୍ତରଙ୍କୁ ଦେଖାଇଥିଲେ। ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ସନ୍ତୋଷଙ୍କୁ ଶିମିଳିପଡ଼ାରେ ଥିବା ଉକ୍ତ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା। ରାତିରେ ଡାକ୍ତର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଆପେନଟିକ୍ସ ହୋଇଥିବା ଅନୁମାନ କରି ଅଲ୍ଟ୍ରାସାଉଣ୍ଡ ପାଇଁ ଏକ ଘରୋଇ କ୍ଲିନିକକୁ ପଠାଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ଅଲଟ୍ରାସାଉଣ୍ଡ କରା ନ ଯାଇ ଫେରାଇ ଦିଆଯାଇଥିଲା। ପରେ ଉକ୍ତ ନର୍ସିଂହୋମ୍‌ରେ ବିଭିନ୍ନ ଯାଞ୍ଚ କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର ଏକ ଇଞ୍ଜେକଶନ୍‌ ଦେବାକୁ ନର୍ସିଂହୋମ୍‌ କର୍ମଚାରୀଙ୍କୁ ଫୋନ୍‌ ମାଧ୍ୟମରେ କହିଥିଲେ। ଏଭଳି କି ସ୍ବାସ୍ଥ୍ୟାବସ୍ଥାରେ ଟିକେ ଉନ୍ନତି ଆସିଲେ କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଇଞ୍ଜେକଶନ ଦେବାର କିଛି ସମୟ ପରେ ସନ୍ତୋଷଙ୍କକ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ଚିକିତ୍ସାରେ ଅବହେଳା ଅଭିଯୋଗ କରିବା ପରେ ଉକ୍ତ ନର୍ସିଂହୋମ୍‌ରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ନର୍ସିଂହୋମ୍‌ କର୍ତ୍ତୃପକ୍ଷ କହିଛନ୍ତି, ଚିକିତ୍ସାରେ କୌଣସି ଅବହେଳା କରାଯାଇନାହିଁ। ରୋଗୀଜଣକ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କଟକ ରେଫର କରାଯାଇଥିଲା। ହେଲେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri