ଆଜିଠାରୁ ଦୋକାନ ଉଚ୍ଛେଦ

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଛାତରୁ ପଲସ୍ତରା ଖସିବା ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଫାଟକକୁ ମେଡିକାଲ କର୍ତ୍ତୃପକ୍ଷ ତାଲା ପକାଇ ବନ୍ଦ କରିଦେଇଥିଲେ। ହେଲେ ରୋଗୀଙ୍କ ଅବଗତ ପାଇଁ ସେପରି କିଛି ବ୍ୟବସ୍ଥା କରାଯାଇ ନ ଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ବାଟବଣା ହେଉଥିଲେ। ଏ ନେଇ ଗତ ଶନିବାର ‘ଧରିତ୍ରୀ’ରେ ‘ସ୍ବାସ୍ଥ୍ୟକେନ୍ଦ୍ରକୁ ବାଟ ଖୋଜୁଛନ୍ତି ରୋଗୀ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଏହି ଗେଟ୍‌ ଉପରେ ଦୋକାନ ନିର୍ମାଣ କରିଥିବା ପୌର କର୍ତ୍ତୃପକ୍ଷ ତପତ୍ରତା ଦେଖାଇଥିଲେ। ଏପରିକି ସମ୍ପୃକ୍ତ ଦୋକାନୀଙ୍କୁ ଚାବି ମାଗିବା ସହ ଦୋକାନ ଖାଲି କରିବାକୁ କହିଥିଲେ। ସୋମବାର ଦୋକାନୀ ପୌର କାର୍ଯ୍ୟାଳୟରେ ଚାବି ଦାଖଲ କରିଥିବାରୁ ମଙ୍ଗଳବାରଠାରୁ ଫାଟକ ଉପରେ ଥିବା ଦୋକାନ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଛାତ ଉପରେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୋକାନ ନିର୍ମାଣ କରାଯାଇଛି। ଫଳରେ ଉକ୍ତ ଫାଟକ ଛାତ ଦୁର୍ବଳ ହୋଇଯାଇଥିବାରୁ ଗତ ରବିବାର ବଡ଼ ଆକରରେ ପଲସ୍ତରା ଖସିଥିଲା। ଏହାପରେ ମେଡିକାଲ କର୍ତ୍ତୃପକ୍ଷ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ପଛପାର୍ଶ୍ୱ ଫାଟକରେ ଯାତାୟତ କରିବାକୁ ସୂଚନା ଥିବା ଏକ କାଗଜ ମାରି କାମ ସାରିଦେଇଥିଲେ। ସେଠାରେ କୌଣସି ସୁରକ୍ଷା କର୍ମୀ କିମ୍ବା ହେଲ୍ପଡେକ୍ସ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ନ ଥିଲା। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବାଟବଣା ହେଉଥିଲେ। ଏ ନେଇ ଅସନ୍ତୋଷ ପ୍ରକାଶ ପରେ ପୌର କର୍ତ୍ତୃପକ୍ଷ ମେଡିକାଲର ମୁଖ୍ୟ ଫାଟକ ଉପରେ ଥିବା ଦୋକାନକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ବ୍ୟବସାୟୀଙ୍କୁ ଆଗୁଆ ଅବଗତ କରାଯିବା ପରେ ଦୋକାନୀ ଜଣଙ୍କ ଚାବି ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ଦୋକାନ ଚାବି ହସ୍ତଗତ ହୋଇଛି। ମଙ୍ଗଳବାରଠାରୁ ମୁଖ୍ୟ ଫାଟକ ଉପରେ ଥିବା ଦୋକାନ ଉଚ୍ଛେଦ କରାଯିବ। ଫାଟକ ମରାମତି କରାଯିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?