ପ୍ରଥମ ଦିନରେ ୪୦ ହଜାର ଜନସମାଗମ

ବଇଣ୍ଡା,୨୩।୫ (ଡି.ଏନ.ଏ.): ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଏହି ୪ ଦିନିଆ ଯାତ୍ରାର ପ୍ରଥମ ରାତିରେ ୪୦ ହଜାର ଜନସମାଗମ ହୋଇଥିଲା। ଚନ୍ଦନ ପୋଖରୀରେ ଠାକୁରଙ୍କ ଚାପ ଖେଳ ଦେଖିବା ସହ ସମସ୍ତେ ସନ୍ଧ୍ୟାରୁ ସକାଳ ଯାଏ ମେଳାର ମଜା ଉଠାଇଥିଲେ।
ପ୍ରଥମେ ପ୍ରଭୁ ରାଧାକୃଷ୍ଣଙ୍କୁ ଏକ ପଟୁଆରରେ ବଇଣ୍ଡା ଛକ ପରିକ୍ରମା କରି ଯାତ୍ରା ପଡିଆ ପୂଜା ମଣ୍ଡପ ନିକଟକୁ ଅଣାଯାଇଥିଲା। ସେଠାରେ ରୀତିନୀତି ଅନୁସାରେ ପୂଜା କରାଯାଇ ଚନ୍ଦନନଗରକୁ ଠାକୁରଙ୍କୁ ନିଆଯାଇଥିଲା। ଗଁାରେ ଭୋଗଲାଗି କରାଯିବା ପରେ ମଧ୍ୟ ରାତିରେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ କଉଡ଼ିଖେଳ, ଘଣ୍ଟବାଦ୍ୟ, ନାମ ସଂକୀର୍ତ୍ତନ, ଘୋଡାନାଚ, ଆତସବାଜି ପ୍ରଦର୍ଶନ କରାଯାଇଥିଲା। ତେବେ ହଠାତ କାଳବୈଶାଖୀ ବର୍ଷା ଯୋଗୁ କିଛି ସମୟ ପାଇଁ ଏହା ଫିକା ପଡିଯାଇଥିଲା। ବର୍ଷା ଛାଡ଼ିବା ପରେ ଶୋଭାଯାତ୍ରା ପୁଣି ଜମିଥିଲା। ଏହି ସମୟରେ ଜାତୀୟ ରାଜପଥ ଜାମ ହୋଇଯିବାରୁ ପୋଲିସ ପକ୍ଷରୁ ସମସ୍ତ ଗାଡିକୁ ବଇଣ୍ଡା ରେଳ ଷ୍ଟେଶନ ରାସ୍ତା ଦେଇ ଛଡାଯାଇଥିଲା। ଭୋର ପ୍ରାୟ ୪ଟା ପରେ ଚନ୍ଦନ ପୋଖରୀରେ ଠାକୁରଙ୍କ ଚାପ ଖେଳ ହୋଇଥିଲା। ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା କମିଟି ପକ୍ଷରୁ କଦଳୀମୁଣ୍ଡା, ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଯାତ୍ରା ପଡିଆକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରାଯାଇଥିବାବେଳେ ୟାର ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯାଇଥିଲା। ସେହିପରି ବଇଣ୍ଡା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ, ଡିଏସ୍‌ପି ସମ୍ପଦ କୁମାର ଦାସ, ହଣ୍ଡପା ଆଇଆଇସି ପ୍ରଦୀପ ପ୍ରଧାନ, ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ କୁମାର ଗଡ଼ନାୟକଙ୍କ ସମେତ ବହୁ ଅଫିସର ଓ ୪ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ। ଯାତ୍ରା କମିଟିର ପ୍ରତାପ ପ୍ରଧାନ, ମାନସ ସାହୁ, ପରୀକ୍ଷିତ ସାହୁ, ଚିନ୍ମୟ ପ୍ରଧାନ, ଜିତେନ୍ଦ୍ର ବେହେରା, ଗିରିଶ ଚନ୍ଦ୍ର ବେହେରା, ଜଳଧର ସାହୁ, ଉଗ୍ରସେନ ସେଠୀ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଯାତ୍ରାର ଆଧୁନିକୀକରଣ କରାଯାଇଛି
ମହାମାରୀ କରୋନା ଯୋଗୁ ୨ ବର୍ଷ ହେବ ଯାତ୍ରା ବନ୍ଦ ରହିଥିଲା। ଫଳରେ ଏହି ଯାତ୍ରା ଦେଖିବାରୁ ବଞ୍ଚିତ ରହିଥିଲି। ଚଳିତବର୍ଷ ଏହା ହେଉଥିବା ଜାଣି ଏଠାରେ ଥିବା ବନ୍ଧୁ ଘରକୁ ଆସିଛି। ଯାତ୍ରାର ଆଧୁନିକୀକରଣ କରାଯାଇଛି। ଠାକୁରଙ୍କ ଚାପ ଖେଳ ମଜା ଲାଗିଲା।
-ମୋହନ ସିଂ, ମଥୁରା (ୟୁପି)

ସାଜସଜ୍ଜା ଆକର୍ଷଣୀୟ ହୋଇଛି
ଅନେକ ବର୍ଷ ହେଲା ବଇଣ୍ଡା ଚନ୍ଦନ ଯାତ୍ରା ଦେଖିଆସୁଛି। ଚଳିତବର୍ଷ ୪ ଦିନ ଧରି ଯାତ୍ରା ପାଳନ କରାଯାଉଥିବା ଯୋଗୁ ସାଜସଜ୍ଜାକୁ ଅଧିକ ଆକର୍ଷଣୀୟ କରାଯିବା ଦିଗରେ ଧ୍ୟାନ ଦିଆଯାଇଛି। ମିନାବଜାର ସହ ବିଭିନ୍ନ ଦୋଳି, ଖାଦ୍ୟ ଷ୍ଟଲଗୁଡ଼ିକରେ ପ୍ରବଳ ଭିଡ଼ ହେଉଛି।
-ପ୍ରଦୀପ କୁମାର ମହାନ୍ତି, ନାକିଚି

ମନ ଛୁଉଁଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ମହାମାରୀ ବ୍ୟାପିଥିବାରୁ ଗତ ୨ ବର୍ଷ ବଇଣ୍ଡା ଚନ୍ଦନ ଯାତ୍ରା ଦେଖିବାରୁ ଲୋକେ ବଞ୍ଚିତ ହୋଇଥିଲେ। ତାହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଧୁମ୍‌ଧାମରେ ଆୟୋଜନ କରାଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦିଆଯାଇଥିବାରୁ ତାହା ମନ ଛୁଉଁଛି।
-ଦୀପକ ଟିବ୍ରୁୱାଲ, ଅନୁଗୋଳ

ଦର ବୃଦ୍ଧି ଯୋଗୁ ମନଊଣା
ଚଳିତବର୍ଷ ଯାତ୍ରାରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ ବାଧୁଛି। ମିନାବଜାର, ଖାଦ୍ୟ ଷ୍ଟଲ ଓ ଦୋଳି ଟିକେଟ୍‌ ମୂଲ୍ୟ ପୂର୍ବାପେକ୍ଷା ଦୁଇଗୁଣା ହୋଇଯାଇଛି। ଫଳରେ ଯାତ୍ରାକୁ ଆସୁଥିବା ଲୋକେ ଠିକ୍‌ ଭାବେ କିଣାକିଣି କରିପାରୁ ନ ଥିବାରୁ ମନଊଣା କରୁଛନ୍ତି।
-ବୈଜୟନ୍ତୀ ପ୍ରଧାନ, ଅର୍ଜୁନଧରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri