ପ୍ରଥମ ଦିନରେ ୪୦ ହଜାର ଜନସମାଗମ

ବଇଣ୍ଡା,୨୩।୫ (ଡି.ଏନ.ଏ.): ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଏହି ୪ ଦିନିଆ ଯାତ୍ରାର ପ୍ରଥମ ରାତିରେ ୪୦ ହଜାର ଜନସମାଗମ ହୋଇଥିଲା। ଚନ୍ଦନ ପୋଖରୀରେ ଠାକୁରଙ୍କ ଚାପ ଖେଳ ଦେଖିବା ସହ ସମସ୍ତେ ସନ୍ଧ୍ୟାରୁ ସକାଳ ଯାଏ ମେଳାର ମଜା ଉଠାଇଥିଲେ।
ପ୍ରଥମେ ପ୍ରଭୁ ରାଧାକୃଷ୍ଣଙ୍କୁ ଏକ ପଟୁଆରରେ ବଇଣ୍ଡା ଛକ ପରିକ୍ରମା କରି ଯାତ୍ରା ପଡିଆ ପୂଜା ମଣ୍ଡପ ନିକଟକୁ ଅଣାଯାଇଥିଲା। ସେଠାରେ ରୀତିନୀତି ଅନୁସାରେ ପୂଜା କରାଯାଇ ଚନ୍ଦନନଗରକୁ ଠାକୁରଙ୍କୁ ନିଆଯାଇଥିଲା। ଗଁାରେ ଭୋଗଲାଗି କରାଯିବା ପରେ ମଧ୍ୟ ରାତିରେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ କଉଡ଼ିଖେଳ, ଘଣ୍ଟବାଦ୍ୟ, ନାମ ସଂକୀର୍ତ୍ତନ, ଘୋଡାନାଚ, ଆତସବାଜି ପ୍ରଦର୍ଶନ କରାଯାଇଥିଲା। ତେବେ ହଠାତ କାଳବୈଶାଖୀ ବର୍ଷା ଯୋଗୁ କିଛି ସମୟ ପାଇଁ ଏହା ଫିକା ପଡିଯାଇଥିଲା। ବର୍ଷା ଛାଡ଼ିବା ପରେ ଶୋଭାଯାତ୍ରା ପୁଣି ଜମିଥିଲା। ଏହି ସମୟରେ ଜାତୀୟ ରାଜପଥ ଜାମ ହୋଇଯିବାରୁ ପୋଲିସ ପକ୍ଷରୁ ସମସ୍ତ ଗାଡିକୁ ବଇଣ୍ଡା ରେଳ ଷ୍ଟେଶନ ରାସ୍ତା ଦେଇ ଛଡାଯାଇଥିଲା। ଭୋର ପ୍ରାୟ ୪ଟା ପରେ ଚନ୍ଦନ ପୋଖରୀରେ ଠାକୁରଙ୍କ ଚାପ ଖେଳ ହୋଇଥିଲା। ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା କମିଟି ପକ୍ଷରୁ କଦଳୀମୁଣ୍ଡା, ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଯାତ୍ରା ପଡିଆକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରାଯାଇଥିବାବେଳେ ୟାର ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯାଇଥିଲା। ସେହିପରି ବଇଣ୍ଡା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ, ଡିଏସ୍‌ପି ସମ୍ପଦ କୁମାର ଦାସ, ହଣ୍ଡପା ଆଇଆଇସି ପ୍ରଦୀପ ପ୍ରଧାନ, ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ କୁମାର ଗଡ଼ନାୟକଙ୍କ ସମେତ ବହୁ ଅଫିସର ଓ ୪ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ। ଯାତ୍ରା କମିଟିର ପ୍ରତାପ ପ୍ରଧାନ, ମାନସ ସାହୁ, ପରୀକ୍ଷିତ ସାହୁ, ଚିନ୍ମୟ ପ୍ରଧାନ, ଜିତେନ୍ଦ୍ର ବେହେରା, ଗିରିଶ ଚନ୍ଦ୍ର ବେହେରା, ଜଳଧର ସାହୁ, ଉଗ୍ରସେନ ସେଠୀ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଯାତ୍ରାର ଆଧୁନିକୀକରଣ କରାଯାଇଛି
ମହାମାରୀ କରୋନା ଯୋଗୁ ୨ ବର୍ଷ ହେବ ଯାତ୍ରା ବନ୍ଦ ରହିଥିଲା। ଫଳରେ ଏହି ଯାତ୍ରା ଦେଖିବାରୁ ବଞ୍ଚିତ ରହିଥିଲି। ଚଳିତବର୍ଷ ଏହା ହେଉଥିବା ଜାଣି ଏଠାରେ ଥିବା ବନ୍ଧୁ ଘରକୁ ଆସିଛି। ଯାତ୍ରାର ଆଧୁନିକୀକରଣ କରାଯାଇଛି। ଠାକୁରଙ୍କ ଚାପ ଖେଳ ମଜା ଲାଗିଲା।
-ମୋହନ ସିଂ, ମଥୁରା (ୟୁପି)

ସାଜସଜ୍ଜା ଆକର୍ଷଣୀୟ ହୋଇଛି
ଅନେକ ବର୍ଷ ହେଲା ବଇଣ୍ଡା ଚନ୍ଦନ ଯାତ୍ରା ଦେଖିଆସୁଛି। ଚଳିତବର୍ଷ ୪ ଦିନ ଧରି ଯାତ୍ରା ପାଳନ କରାଯାଉଥିବା ଯୋଗୁ ସାଜସଜ୍ଜାକୁ ଅଧିକ ଆକର୍ଷଣୀୟ କରାଯିବା ଦିଗରେ ଧ୍ୟାନ ଦିଆଯାଇଛି। ମିନାବଜାର ସହ ବିଭିନ୍ନ ଦୋଳି, ଖାଦ୍ୟ ଷ୍ଟଲଗୁଡ଼ିକରେ ପ୍ରବଳ ଭିଡ଼ ହେଉଛି।
-ପ୍ରଦୀପ କୁମାର ମହାନ୍ତି, ନାକିଚି

ମନ ଛୁଉଁଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ମହାମାରୀ ବ୍ୟାପିଥିବାରୁ ଗତ ୨ ବର୍ଷ ବଇଣ୍ଡା ଚନ୍ଦନ ଯାତ୍ରା ଦେଖିବାରୁ ଲୋକେ ବଞ୍ଚିତ ହୋଇଥିଲେ। ତାହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଧୁମ୍‌ଧାମରେ ଆୟୋଜନ କରାଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦିଆଯାଇଥିବାରୁ ତାହା ମନ ଛୁଉଁଛି।
-ଦୀପକ ଟିବ୍ରୁୱାଲ, ଅନୁଗୋଳ

ଦର ବୃଦ୍ଧି ଯୋଗୁ ମନଊଣା
ଚଳିତବର୍ଷ ଯାତ୍ରାରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ ବାଧୁଛି। ମିନାବଜାର, ଖାଦ୍ୟ ଷ୍ଟଲ ଓ ଦୋଳି ଟିକେଟ୍‌ ମୂଲ୍ୟ ପୂର୍ବାପେକ୍ଷା ଦୁଇଗୁଣା ହୋଇଯାଇଛି। ଫଳରେ ଯାତ୍ରାକୁ ଆସୁଥିବା ଲୋକେ ଠିକ୍‌ ଭାବେ କିଣାକିଣି କରିପାରୁ ନ ଥିବାରୁ ମନଊଣା କରୁଛନ୍ତି।
-ବୈଜୟନ୍ତୀ ପ୍ରଧାନ, ଅର୍ଜୁନଧରା


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ ଛାଡ଼ି ଦୌଡ଼ି ପଳାଇଲେ ରୋଗୀ

ଅନୁଗୋଳ ଅଫିସ, ୧୧।୬- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀ ଗୁରୁବାର ହଠାତ୍‌ ବେଡ୍‌ ଛାଡ଼ି ବଜାରକୁ ଦୌଡ଼ି ପଳାଇବା ଚର୍ଚ୍ଚାର ବିଷୟ...

ବର୍ଷାରେ ଦବିଲା ପୋଲ

ଛେଣ୍ଡିପଦା,୨୬।୧୦(ସ୍ବ.ପ୍ର.) – ଅନୁଗୋଳ ଜିଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁ ଶୁକ୍ରବାର ଛେଣ୍ତିପଦା ବ୍ଲକ କୁମ୍ଭାରିଆ ନାଳ ଉପରେ ନିର୍ମିତ ପୋଲର...

ଏପ୍ରିଲ ୧ରେ ତାଳଚେର ବନ୍ଦ ନିଷ୍ପତ୍ତି

ତାଳଚେର, ୪।୩ (ନି.ପ୍ର.): ତାଳଚେର ସରକାରୀ ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠା ବାର୍ଷିକୀରେ ଏକ ସଚେତନ ନାଗରିକ ସମାବେଶ...

ଫୁଡ୍‌ ସପ୍ଲିମେଣ୍ଟକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ

ଅନୁଗୋଳ ଅଫିସ, ୨୮।୨ – ଫିଟ୍‌ ରହିବା ବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଏବେକାର ଯୁବିପିଢ଼ି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଜିମ୍‌ ଯିବାକୁ ସେମାନଙ୍କ...

ଜଣେ ଲେଖାଏ ଶିକ୍ଷକରେ ଚାଲିଛି ୫ ସ୍କୁଲ

ଆଠମଲ୍ଲିକ, ୧୧ା୨ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଥିବା ମୋଟ ୧୧୪ ସ୍କୁଲ ମଧ୍ୟରୁ ୫ଟିରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ଫଳରେ ଏସବୁ...

ବଢ଼ିବ ବିଜ୍ଞାନ ଜ୍ଞାନ

ଅନୁଗୋଳ ଅଫିସ, ୬ା୧ (ଅମିତ କୁମାର ସାମଲ) – ଅନୁଗୋଳ ଜିଲାରେ ନିର୍ମାଣ ହେବ ସାଇନ୍ସ ପାର୍କ। ଏଥିପାଇଁ ଛେଣ୍ଡିପଦା ବ୍ଲକରେ ସ୍ଥାନ ଚିହ୍ନଟ କରାଯାଇଛି।...

୯ରୁ ଆଡଭାଣ୍ଟେଜ୍‌ ଅନୁଗୋଳ

ଅନୁଗୋଳ ଅଫିସ,୬ା୫ ଅନୁଗୋଳର ମାଟି ତଳେ ପାଖାପାଖି ୫୦ ହଜାର ୪୦୬ ମେଟ୍ରିକ ଟନ୍‌ କୋଇଲା ଗଚ୍ଛିତ ରହିଛି। ଶିଳ୍ପ ଓ ଶିଳ୍ପଭିତ୍ତିକ ତାଲିମ କ୍ଷେତ୍ରରେ...

ସରକାର, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା:କଅଁଳ ପିଠିରୁ କମୁନି ବସ୍ତାନି ବୋଝ

ଅନୁଗୋଳ ଅଫିସ, ୧୩।୮ ସରକାରଙ୍କ ସ୍ପଷ୍ଟ ଗାଇଡ୍‌ଲାଇନ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଗୋଳ ଜିଲାର କେତେକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ପିଠିରୁ ବସ୍ତାନି...

Advertisement
Archives

Model This Week