୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ ୩ ଦିନ ପରେ ବାହାରିବାକୁ ଥିବା ରିଜୋଲ୍ୟୁଶନ ଏଯାଏ ହୋଇପାରି ନାହିଁ। ଫଳରେ ସହରର ଉନ୍ନୟନ କାର୍ଯ୍ୟକୁ ନେଇ ପୌରାଞ୍ଚଳବାସିନ୍ଦାଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହୋଇଛି।
ପୌରପାଳିକା ନିୟମ ଅନୁଯାୟୀ ପୌର ପରିଷଦ ବୈଠକର ୩ ଦିନ ମଧ୍ୟରେ ରିଜୋଲ୍ୟୁଶନ ବାହାରିବା କଥା। କିନ୍ତୁ ଅନୁଗୋଳ ପୌରପାଳିକାରେ ଏ ନେଇ ବ୍ୟତିକ୍ରମ ଦେଖିବାକୁ ମିଳିଛି। ୩୦ ଦିନ ପରେ ମଧ୍ୟ ଉକ୍ତ ରିଜୋଲ୍ୟୁଶନ ବାହାରିପାରି ନାହିଁ। ପୌର ପରିଷଦର ପ୍ରଥମ ବୈଠକରେ ପୂର୍ବରୁ ହୋଇଥିବା ୬୦ଟି ଟେଣ୍ଡରକୁ ନେଇ ତୁମ୍ବିତୋଫାନ ହୋଇଥିଲା। ଏହାକୁ ବାତିଲ କରିବାକୁ ଦାବି କରାଯାଇଥିଲା। ସେହିପରି ୨୧ଟି ଅଙ୍ଗନୱାଡ଼ିର ନିଜସ୍ବ ଗୃହ ଓ ୱାଟର ଏଟିଏମ୍‌ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଚଳ ହୋଇଯାଇଥିବା ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକ ସରିବା ପରେ ୩ ଦିନ ମଧ୍ୟରେ ତୁରନ୍ତ ରିଜୋଲ୍ୟୁଶନ ପ୍ରସ୍ତୁତ କରାଯାଇ ଜିଲାପାଳ, ରାଜ୍ୟ ସରକାର ଓ କାଉନସିଲରଙ୍କୁ ପ୍ରଦାନ କରାଯିବା କଥା। କିନ୍ତୁ ଅନୁଗୋଳ ପୌର ପରିଷଦରେ ୩୦ ଦିନ ହେବ ରିଜୋଲ୍ୟୁଶନ ଲେଖା ଚାଲୁଛି। ଏହା କେବେ ସରିବ, ତାହା କହିବା ମୁସ୍କିଲ। ଏ ନେଇ କେତେଜଣ କାଉନସିଲରଙ୍କ ସହ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଓଡ଼ିଶା ପୌରପାଳିକା ସେକ୍ସନ୍‌ ୭୧ରେ ଉଲ୍ଲେଖ ରହିଛି କି, ବୈଠକର ୩ ଦିନ ମଧ୍ୟରେ ରିଜୋଲ୍ୟୁଶନ ବାହାର କରାଯାଇ ଜିଲାପାଳ, କାଉନସିଲର ଓ ରାଜ୍ୟସରକାରଙ୍କ ନିକଟକୁ ପଠାଯିବ। ଏହାପରେ ଉକ୍ତ ରିଜୋଲ୍ୟୁଶନ ପୌର ନିର୍ବାହୀ ଅଧିକାରୀଙ୍କ ଅଧୀନରେ ରହିବ। କିନ୍ତୁ ଏଯାଏ ପୌରାଧ୍ୟକ୍ଷ ତାହା ପ୍ରଦାନ କରି ନ ଥିବାରୁ ଆଗାମୀ ଦିନରେ ଏହାକୁ ନେଇ ପୌର ପରିଷଦରେ ବିବାଦ ଉପୁଜିବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକୁ ଯାଉଛି ବାହାର ଖାଦ୍ୟ

ଅନୁଗୋଳ ଅଫିସ, ୮।୫ – ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଅନୁଗୋଳ...

ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର

ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍‌କୋନଗରରେ ଚାଲିଛି ଜୋର୍‌ଦାର ସାଜସଜ୍ଜା। ହାତରେ ଆଉ...

ଦଣ୍ଡାଧାର ଡ୍ୟାମରେ ବୁଡ଼ି ସହକାରୀ ମତ୍ସ୍ୟ ଅଧିକାରୀ ମୃତ

କାମାକ୍ଷାନଗର,୨୦ା୪- ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ଦଣ୍ଡାଧାର ଡ୍ୟାମରେ ବୁଡ଼ି କଙ୍କଡାହାଡ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ(୫୯)ଙ୍କ ମୃତ୍ୟୁ ଘଟିଛି । କଙ୍କଡାହାଡ...

ଜଙ୍ଗଲାଞ୍ଚଳରେ ଅପହଞ୍ଚ ଯୋଜନା

ବଇଣ୍ଡା,୪ା୮(ଡି.ଏନ.ଏ.) – ଯୋଗାଯୋଗର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ପକ୍କା ସଡ଼କ ନିର୍ମାଣ ହେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ପ୍ରକଳ୍ପମାନ କରାଯାଉଛି।...

ଦୂର ହେବ ପାର୍କିଂ, ଚୋରି ଚିନ୍ତା

ଅନୁଗୋଳ ଅଫିସ,୪।୬ ରାସ୍ତାପାର୍ଶ୍ୱ କି ଘର ସମ୍ମୁଖରେ ଆଉ ପାର୍କିଂ ହେବନି ଟ୍ରକ୍‌। ଚୋରି ହେବନି ପରିବହନ ସାମଗ୍ରୀ, ଯନ୍ତ୍ରାଂଶ କିମ୍ବା ଗାଡ଼ି। ରାଜପଥରେ ଦେଖାଦେବନି...

ଟଙ୍କା ଦେଇ ଟିକାକୁ ନା’

ଅନୁଗୋଳ ଅଫିସ, ୨୫।୪:  କୋଭିଡ୍‌ରୁ ବର୍ତ୍ତିବା ପାଇଁ ଟିକା ନେବା ଜରୁରୀ। ଏ ନେଇ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କିପରି ଅଧିକରୁ ଅଧିକ ଲୋକଙ୍କୁ...

ଗଛ ଗଡୁଛି, ତାତି ବଢୁଛି

ବଇଣ୍ଡା, ୧୫।୫(ଡି.ଏନ୍‌.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ...

ଆଜିଠାରୁ ରାତି ୯ରୁ କର୍ଫୁ

ଅନୁଗୋଳ ଅଫିସ,୭।୧- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ...

Advertisement
Archives

Model This Week