ନାଚ, ଗୀତରେ କମ୍ପିଲା ପାପସରା

ବଇଣ୍ଡା,୨୨ା୫(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ପାପସରା ଗ୍ରାମରେ ଶୁକ୍ରବାର ଚନ୍ଦନ ଯାତ୍ରା ଉଦ୍‌ଘାଟିତ ହୋଇଛି। ପ୍ରଥମେ ପ୍ରଭୁ ରାଧାକୃଷ୍ଣଙ୍କୁ ଏକ ପଟୁଆରେ ପୂଜାମଣ୍ଡପକୁ ଅଣାଯାଇଥିଲା। ସେଠାରେ ରୀତିନୀତି ଅନୁସାରେ ପୂଜା କରାଯିବା ପରେ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥିଲା। ଡିଜେ ସାଉଣ୍ଡ ସହ ଆଧୁନିକ ବାଜାରେ ଗାଁ ଦାଣ୍ଡ କମ୍ପିଉଠିଥିଲା। ଏହାପରେ ଚନ୍ଦନ ପୋଖରୀକୁ ନିଆଯାଇ ଚାପ ଖେଳାଯାଇଥିଲା। ଏହି ଯାତ୍ରାରେ ବିଭିନ୍ନ ଆତସବାଜି ଦେଖିବାକୁ ମିଳିଥିଲା। ସେହିପରି ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଯାତ୍ରା ପଡିଆ ସାରା ଆଲୋକୀକରଣ କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ହଣ୍ଡପା, ବଇଣ୍ଡା ଫାଣ୍ଡି ପୋଲିସ ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। କମିଟି ପକ୍ଷରୁ ବାଟି ପ୍ରଧାନ, ପୁରୀ ସାହୁ, ହରିହର ସାହୁ, ବୈରାଗୀ ସାହୁ, ବୃଷଭ ସାହୁ, ଜିତେନ୍ଦ୍ର ସାହୁ, ସୁରମଣି ନାୟକ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri