ଅନୁଗୋଳ

ବିଳମ୍ବିତ ହେଉଛି ବିକାଶ

ବଇଣ୍ଡା,୧୯ା୭: ବିକାଶର ମାର୍ଗ ବା ରାଜପଥ ପ୍ରଶସ୍ତ ହେବ। ସେଥିପାଇଁ ୩ ବର୍ଷ ତଳୁ କ୍ଷେତ୍ର ପ୍ରସ୍ତୁତ କରାଗଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ବଜାରର ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ହେଲା। ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ଚିକିତ୍ସାଳୟ, ବିଶ୍ରାମାଗାରକୁ…

ଯନ୍ତ୍ରଣାରୁ ମୁକୁଳିଲା ଜୀବିକା

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧୬ା୭ ରାସ୍ତା ପାର୍ଶ୍ୱରୁ ରାସ୍ତା ଉପରକୁ ଆସିବ ବସ୍‌। ଜିମ୍‌, ପାର୍ଲରରୁ ଖୋଲିବ ତାଲା। ପଡ଼ିଆକୁ ଫେରିବ କ୍ରୀଡ଼ା। ପୂର୍ବାପେକ୍ଷା ଅଧିକ ସମୟ ଚାଲିବ ବ୍ୟବସାୟ। ଗୁରୁବାର ଘୋଷିତ ନୂଆ ଲକଡାଉନ କଟକଣାରେ ଜୀବିକାକୁ ଦିଆଯାଇଛି ଏପରି…

ସନ୍ଧ୍ୟା ନ ହେଉ ସମୟସୀମା

ବଇଣ୍ଡା,୧୫ା୭(ଡି.ଏନ.ଏ.): ଗତ ଗାଇଡଲାଇନ୍‌ରେ ‘ଏ’ କାଟେଗୋରିକୁ ଉନ୍ନୀତ ହୋଇଥିଲା ଅନୁଗୋଳ ଜିଲା। ଫଳରେ କରୋନା କଟକଣା ଏଠାରେ ପୂର୍ବାପେକ୍ଷା ଅଧିକ କୋହଳ ହୋଇଥିଲା। ଜୀବିକାକୁ ପ୍ରାଧାନ୍ୟ ଦେବାକୁ ଯାଇ ସନ୍ଧ୍ୟା ୬ଟା ଯାଏ ବଜାରରେ ବ୍ୟବସାୟ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି…

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାରୁ ଗାଁର ଜଣେ ଯୁବକଙ୍କୁ ଅନ୍ୟ ଜଣେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଜଣା ପଡ଼ିଛି । ସୂଚନାନୁସାରେ, ଗାଁର ଜିତେନ୍ଦ୍ର…

ଜମିକୁ ନିଅଣ୍ଟ ଜଳ

ବଇଣ୍ଡା, ୧୪।୭(ପରିକ୍ଷିତ ସାହୁ) – ଜ୍ୟେଷ୍ଠ ସରିଲା। ଆରମ୍ଭ ହେଲାଣି ଆଷାଢ଼। ବିହନ ବୁଣି ଆକାଶକୁ ଅନାଇଛି ଚାଷୀ। ହେଲେ ନା ହେଉଛି ବର୍ଷା, ନା ରୋଇବା ପାଇଁ ଦେଉଛି ଅନୁକୂଳ ପାଗ। ଅନିୟମିତ ବୃଷ୍ଟିପାତ ଯୋଗୁ କେଉଁଠି ଗଜା ମରୁଡ଼ି…

ପୁରସ୍କାର ପରେ ଅପରିଷ୍କାର

ଅନୁଗୋଳ ଅଫିସ, ୧୪ା୭ – ୨୦୧୯ରେ କାୟାକଳ୍ପ ପୁରସ୍କାର ପାଇବା ପୂର୍ବରୁ ଚମକୁଥିଲା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ଏଠାକାର ପରିବେଶ କିପରି ପରିଦର୍ଶନକାରୀ ଟିମ୍‌ର ମନଛୁଇଁପାରିବ ସେ ନେଇ ନାନା ବ୍ୟବସ୍ଥା ହୋଇଥିଲା। ସୌନ୍ଦର୍ଯ୍ୟ ବଢ଼ାଇବାକୁ ରାତାରାତି କୁଣ୍ଡରେ ଭଳିକି…

ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ

ଅନୁଗୋଳ ଅଫିସ, ୧୩ା୭ ବ୍ରାଣ୍ଡେଡ୍‌ ପୋଷାକକୁ ଏକ ଆଭିଜାତ୍ୟର ପରିଚୟ ଦିଆଗଲାଣି। ବ୍ୟକ୍ତିତ୍ୱ ଯେମିତି ହେଉ ନା କାହିଁକି, ଆଜିକାଲିର ଯୁବପିଢ଼ିଙ୍କ ଏହା ପ୍ରଥମ ପସନ୍ଦ ପାଲଟିଲାଣି। ସେମାନଙ୍କ ମଧ୍ୟରେ ବ୍ରାଣ୍ଡ ଏକ ଫ୍ୟାଶନ ହୋଇଗଲାଣି। ତେଣୁ ଯୁବତୀଯୁବକଙ୍କ ଆଗ୍ରହକୁ ଦୃଷ୍ଟିରେ…

ଆଧାର ସାଜିବେ ଆଶା

ଅନୁଗୋଳ ଅଫିସ, ୧୧ା୭: କୋଭିଡ୍‌ ମହାମାରୀରୁ ଗର୍ଭବତୀଙ୍କୁ ଦିଆଯିବ ସୁରକ୍ଷା। ବୟସ୍କ ଓ ଯୁବବର୍ଗଙ୍କ ପରି ସେମାନଙ୍କର ମଧ୍ୟ ହେବ ଟିକାକରଣ। ହେଲେ ଏଥିପାଇଁ ଅନ୍‌ଲାଇନ୍‌ କି ଅଫ୍‌ ଲାଇନ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଆଧାର କାର୍ଡ ଧରି ଅଧରାତିରୁ…

ପୋଲିସର ଗାଲ କାମୁଡ଼ି ଫେରାର

ପାଲଲହଡ଼ା,୧୦ା୭(ଡି.ଏନ.ଏ.): ଚୋରା ମୋବାଇଲ କିଣିଥିବା ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ। ସମ୍ପୃକ୍ତ ଅଭିଯୁକ୍ତ ଜଣେ କନଷ୍ଟେବଳଙ୍କ ଗାଲକୁ କାମୁଡ଼ି ଦେଇ ଫେରାର ହୋଇଯାଇଛନ୍ତି। ଗୁରୁବାର ରାତି ପ୍ରାୟ ୯ଟା ୩୦ରେ…

ଶୌଚ ସ୍ଥାନରେ ସାମଗ୍ରୀ

ଛେଣ୍ଡିପଦା,୧୦ା୭ (ସ୍ବ.ପ୍ର.) ସ୍ବଚ୍ଛ ଭାରତ ଯୋଜନାରେ ଗାଁ ଗାଁରେ ନିର୍ମାଣ ହେଉଛି ପାଇଖାନା। ଖୋଲାସ୍ଥାନ ପରିବର୍ତ୍ତେ ଶୌଚାଳୟରେ ଶୌଚ ହେବାକୁ କରାଯାଉଛି ସଚେତନ। ଶତପ୍ରତିଶତ ଲୋକେ ଏହାକୁ ପାଳନ କରିବା ପରେ ପ୍ରଶାସନ ଲଗାଉଛି ‘ବାହ୍ୟ ମଳମୁକ୍ତ ଗାଁ ’ ଫଳକ।…

ପ୍ରସ୍ଫୁଟିତ ହେବେ ପ୍ରତିଭା

ଅନୁଗୋଳ ଅଫିସ, ୯ା୭ ବଦଳିବ ଅନୁଗୋଳ କ୍ରିକେଟ୍‌ର ଭାଗ୍ୟ। ପ୍ରସ୍ଫୁଟିତ ହେବେ ଜିଲା କ୍ରିକେଟ୍‌ ପ୍ରତିଭା। ଉଜ୍ଜ୍ୱଳ ହେବ ଏଠାକାର ଖେଳାଳିଙ୍କ ଭବିଷ୍ୟତ। ଏପରି ସମ୍ଭାବନା ସୃଷ୍ଟି କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ)। ସହରର କଦମପଡ଼ିଆରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ…

ଝଡ଼ାଫୁଙ୍କାରୁ ଝଡୁଛି ଜୀବନ

ଅନୁଗୋଳ ଅଫିସ, ୮ା୭: ଗୁଣିଆ ନୁହେଁ, ଡାକ୍ତରଙ୍କୁ ଜଣା ସର୍ପ ବିଷ ଖସାଇବାର ବିଦ୍ୟା। ହେଲେ ସଚେତନତା ଅଭାବରୁ ଆଜି ବି ଅନେକ ଲୋକ ଝଡ଼ାଫୁଙ୍କା ଉପରେ ଅଗାଧ ବିଶ୍ୱାସ ରଖିଛନ୍ତି। ସାପକାମୁଡ଼ା ରୋଗୀଙ୍କୁ ମେଡିକାଲ ନ ଆଣି ଗୁଣିଆଙ୍କ ନିକଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?