ଯୋଜନ ଦୂରରେ ଯୋଜନା

ଖମାର,୨୦ା୭(ଡି.ଏନ.ଏ.) – ଗରିବ, ଅସହାୟଙ୍କ ଉନ୍ନତି ପାଇଁ ସରକାର କରିଛନ୍ତି ଅନେକ ଯୋଜନା। ରହିବାକୁ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାନୀୟ ଜଳ ଓ ଖାଦ୍ୟ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଉଛି। ବୃଦ୍ଧାବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ରୋଜଗାର ନିମନ୍ତେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବର୍ଷକୁ ଶହେ ଦିନର କାର୍ଯ୍ୟ ଯୋଗାଇ ଦିଆଯାଉଛି। ହେଲେ ପାଲଲହଡ଼ା ବ୍ଲକ ଆଲୋରି ପଞ୍ଚାୟତର ଅନ୍ଧାରୀ ସାହିବାସୀଙ୍କ ଠାରୁ ଏସବୁ ଯୋଜନା ଯୋଜନ ଯୋଜନ ଦୂରରେ ରହିଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନ୍ଧାରୀ ନଦୀ କୂଳରେ ଥିବା ଏହି ସାହିରେ ୨୫ ପରିବାର ବସବାସ କରନ୍ତି। ଲୋକ ସଂଖ୍ୟା ପ୍ରାୟ ୧୫୦ ହେବ। କିନ୍ତୁ ସାହିକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଆମ୍ବୁଲାନ୍ସ ମଧ୍ୟ ଆସିପାରୁ ନାହିଁ। ପାନୀୟ ଜଳ ବ୍ୟବସ୍ଥା ପାଇଁ ଗୋଟିଏ ମାତ୍ର ନଳକୂଅ ଖନନ କରାଯାଇଥିଲା। କିନ୍ତୁ ତାହା ୬ ମାସ ହେବ ଖରାପ ହୋଇପଡ଼ିରହିଛି। ଲୋକେ ବାଧ୍ୟ ହୋଇ ନଦୀ ପାଣି ପିଉଛନ୍ତି। ପଞ୍ଚାୟତ ଅଫିସ ୧୫ କିଲୋମିଟର ଦୂରରେ ଥିବାରୁ ସେଠାକୁ ଭତ୍ତା ଆଣିବାକୁ ଲୋକଙ୍କୁ ବଣ ପାହାଡ଼ ଦେଇ ୪ରୁ ୫ କିଲୋମିଟର ଚାଲିକରି ଯିବାକୁ ପଡ଼ୁଛି। ଏହି କାରଣରୁ କେତେଜଣ ହିତାଧିକାରୀ ଭତ୍ତା ଆଣିବାକୁ ଯାଇପାରୁ ନାହାନ୍ତି। ବହୁ ବୟସ୍କଙ୍କୁ ଏଯାଏ ଭତ୍ତା ଯୋଜନାରେ ସାମିଲ କରାଯାଇ ନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଆଣିବାକୁ ୭ରୁ ୮ କିଲୋମିଟର ଦୂର ନୂଆଗାଁକୁ ଯିବାକୁ ପଡ଼ୁଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଯୋଗାଇ ଦିଆଯାଉ ନାହିଁ। ସାହିର ସମସ୍ତ ପରିବାର ଆଦିବାସୀ ହୋଇଥିଲେ ମଧ୍ୟ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ ନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ସାହିବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମେଗା ପ୍ରକଳ୍ପ କରାଯାଉଛି
ଅନ୍ଧାରୀ ସାହି ସମସ୍ୟା ସମ୍ପର୍କରେ ଅବଗତ ଅଛି। ପାନୀୟ ଜଳ ଅଭାବ ଦୂର ନିମନ୍ତେ ମେଗା ପ୍ରକଳ୍ପ କରାଯାଉଛି। ଭତ୍ତା ପାଉ ନ ଥିବା ବୟସ୍କମାନେ ଏଥିପାଇଁ ଆବେଦନ କରିପାରିବେ। ଘର ନିକଟରେ କିପରି ରାଶନ ସାମଗ୍ରୀ ଦିଆଯିବ ସେ ନେଇ ଚେଷ୍ଟା କରାଯାଉଛି।
-ଯୋଗେଶ୍ୱର ଶୁଣ୍ଢୀ, ସରପଞ୍ଚ, ଆଲୋରୀ
ସମାଧାନ ନିମନ୍ତେ ଚେଷ୍ଟା କରାଯିବ
ସାହିବାସୀଙ୍କ ପାନୀୟ ଜଳ ସମସ୍ୟା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ଡାକି ଆଲୋଚନା କରାଯିବ। ଭତ୍ତା, ଆବାସ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଯେପରି ସାହିବାସୀ ଉପକୃତ ହେବେ ସେ ନେଇ ବ୍ୟବସ୍ଥା ହେବ। ରାଶନ ସାମଗ୍ରୀ ଯେପରି ଲୋକେ ଠିକ୍‌ ଭାବେ ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ।
-ସୁମନ ମିଞ୍ଜ, ବିଡିଓ, ପାଲଲହଡ଼ା
ଭତ୍ତା ପାଇଁ ଯୋଗ୍ୟ ହୋଇପାରୁନି
ଆଧାର କାର୍ଡରେ ବୟସ ୬୫ ହେଲାଣି। ହେଲେ ଭତ୍ତା ଯୋଜନାରେ ସାମିଲ କରାଯାଉ ନାହିଁ। ଭୋଟର କାର୍ଡରେ ତଥ୍ୟ ଭୁଲ ଥିବା ଅଧିକାରୀ କହୁଛନ୍ତି। ଗ୍ରାମର ଅନେକ ବୟସ୍କ ଏମିତି ଭତ୍ତା ଯୋଜନାରୁ ବଞ୍ଚିତ ରହିଛନ୍ତି।
-ରଘୁ ନାଏକ, ଅନ୍ଧାରୀ ଗ୍ରାମବାସୀ
ଚାଉଳ ମୁଣ୍ଡାଇ ପାହାଡ଼ ଚଢ଼ୁଛୁ
ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ସାମିଲ କରିଛନ୍ତି। ହେଲେ ଚାଉଳ ମୁଣ୍ଡାଇ ଆମକୁ ୫ରୁ ୭ କିଲୋମିଟର ଆସିବାକୁ ପଡୁଛି। ଯାତାୟାତ ସୁବିଧା ନ ଥିବାରୁ ସାହି ନିକଟରେ ଚାଉଳ ଦିଆଗଲେ ଭଲ ହୁଅନ୍ତା। -ସୁନାଦି ନାଏକ, ଅନ୍ଧାରୀ ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?