ଯନ୍ତ୍ରଣାରୁ ମୁକୁଳିଲା ଜୀବିକା

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧୬ା୭ ରାସ୍ତା ପାର୍ଶ୍ୱରୁ ରାସ୍ତା ଉପରକୁ ଆସିବ ବସ୍‌। ଜିମ୍‌, ପାର୍ଲରରୁ ଖୋଲିବ ତାଲା। ପଡ଼ିଆକୁ ଫେରିବ କ୍ରୀଡ଼ା। ପୂର୍ବାପେକ୍ଷା ଅଧିକ ସମୟ ଚାଲିବ ବ୍ୟବସାୟ। ଗୁରୁବାର ଘୋଷିତ ନୂଆ ଲକଡାଉନ କଟକଣାରେ ଜୀବିକାକୁ ଦିଆଯାଇଛି ଏପରି ପ୍ରାଧାନ୍ୟ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କାଟେଗୋରି- ଏ ଜିଲା ତାଲିକାରେ ଥିବା ଢେଙ୍କାନାଳ ଓ ଅନୁଗୋଳରେ ସ୍ବାଗତ କରାଯାଇଛି। ଏହା ପୂର୍ବରୁ ସରକାର ଏହି ଦୁଇ ଜିଲାରେ ବସ୍‌ ଚଳାଚଳକୁ ଅନୁମତି ଦେଇଥିଲେ। କିନ୍ତୁ କଟକ- ଭୁବନେଶ୍ୱରକୁ ସବୁଜ ସଂକେତ ମିଳି ନ ଥିବାରୁ ବସ୍‌ ଗଡ଼ିପାରୁ ନ ଥିଲା। ଏବେ କଟକଣାକୁ ଆହୁରି କୋହଳ କରାଯାଇଥିବାରୁ ବସ୍‌ ଚଳାଇବା ସମ୍ଭବ ହୋଇପାରିବ। ଫଳରେ ଢେଙ୍କାନାଳ ଜିଲାର ୧୫୦ ବସ୍‌ର ମାଲିକଙ୍କ ସହ ୪୫୦ କର୍ମଚାରୀ ଉପକୃତ ହୋଇପାରିବେ। ଅନୁଗୋଳ ଜିଲାର ୪୫୦ ବସ୍‌ର ମାଲିକ ଓ ୧୫୦୦ କର୍ମଚାରୀଙ୍କୁ ରୋଜଗାର ମିଳିପାରିବ। ସେହିପରି ଏହି ଦୁଇ ଜିଲାରେ ଥିବା ଶତାଧିକ ବିୟୁଟି ପାର୍ଲର ଓ ଜିମ୍‌ ମାଲିକ ଆଶ୍ୱସ୍ତ ହୋଇଛନ୍ତି। ଦୀର୍ଘଦିନ ଧରି କଟକଣାଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ଏସବୁ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଚାରୀମାନେ ମଧ୍ୟ ଜୀବିକା ଫେରି ପାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ସନ୍ଧ୍ୟା ୬ଟାରେ ବଜାର ବନ୍ଦ ଯୋଗୁ ସେପରି ଆୟ ପାଉ ନ ଥିବା ବିଭିନ୍ନ ବର୍ଗର ବ୍ୟବସାୟୀମାନେ ମଧ୍ୟ ରାତି ୮ଟା ପର୍ଯ୍ୟନ୍ତ ବେପାର କଟକଣାକୁ ନେଇ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି।

ଘର ଭଡ଼ା ଦେଇପାରୁ ନ ଥିଲୁ
ଦୀର୍ଘଦିନ ଧରି ବ୍ୟବସାୟ ବନ୍ଦ ରହିଥିଲା। ଫଳରେ ଯନ୍ତ୍ରାଂଶଗୁଡ଼ିକର ରକ୍ଷଣାବେକ୍ଷଣ ସହ କର୍ମଚାରୀମାନଙ୍କୁ ଦରମା ଓ ଘର ଭଡ଼ା ଦେବା କଷ୍ଟକର ହୋଇପଡ଼ୁଥିଲା। ବିଳମ୍ବରେ ହେଲେ ମଧ୍ୟ ସରକାର ଜିମ୍‌ ଖୋଲିବାକୁ ଅନୁମତି ଦେଇଥିବାରୁ ସାଧୁବାଦ୍‌।
-ରୋଜାଲିନ୍‌ ପ୍ରଧାନ, ଜିମ୍‌ ଟ୍ରେନର, ଅନୁଗୋଳ

ନିୟମ ମାନି ବ୍ୟବସାୟ କରିବୁ
ପ୍ରତିବର୍ଷ ବିବାହ ଋତୁରେ ଭଲ ରୋଜଗାର ହୁଏ। ହେଲେ କରୋନା କଟକଣା ଏଥିରେ ବାଧକ ସାଜିଥିଲା। ଲକ୍ଷ ଲକ୍ଷ ଟଙ୍କାର ଆୟ ହାତରୁ ଚାଲିଯାଇଥିଲା। ଘର ଭଡ଼ା ଓ କର୍ମଚାରୀଙ୍କୁ ଦରମା ଦେବାକୁ ଋଣ କରିବାକୁ ପଡ଼ୁଥିଲା। ନିୟମ ମାନି ବ୍ୟବସାୟ କରିବୁ।
-ବିନି ଦାସ, ପାର୍ଲର ମାଲିକ, ଅନୁଗୋଳ

କଟକଣା କଡ଼ାକଡ଼ି ପାଳନ ହେବ
ମାତ୍ର କେଇଘଣ୍ଟା ପାଇଁ ବଜାର ଖୋଲାଯାଉଥିବାରୁ ବ୍ୟବସାୟ ସେପରି ନ ଥିଲା। ଏବେ ସରକାର ସମୟ ସୀମା ବଢ଼ାଇଛନ୍ତି। ଅନୁଗୋଳ ଜିଲାରେ ରାତି ୮ଟା ଯାଏ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି। କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ।
-ନୀଳାଞ୍ଚଳ ପ୍ରଧାନ, ସାଧାରଣ ସମ୍ପାଦକ, ଏଡିସିସିଆଇ

ଭଡ଼ା ନ ବଢ଼ିଲେ ବସ୍‌ ଗଡ଼ିବା କଷ୍ଟକର
ସରକାର ଦେଇଥିବା ନିର୍ଦ୍ଦେଶନାମା ସ୍ବାଗତଯୋଗ୍ୟ। କିନ୍ତୁ କେଉଁ ବସ ଅବସ୍ଥା କ’ଣ ରହିଛି, ତାହା ଅନୁଧ୍ୟାନ କରିବା ପରେ ଚଳାଚଳ ହୋଇପାରିବ। ତେଲ ଦର ଶତକ ମୁହଁା ହୋଇଥିବାରୁ ସରକାର ବସ୍‌ ଭଡ଼ା ଅଧିକ ନ ବଢ଼ାଇଲେ ଗାଡ଼ି ଗଡ଼ାଇବା କଷ୍ଟକର ହୋଇପଡ଼ିବ।
-ରାଜୁ ମିଶ୍ର, ସାଧାରଣ ସମ୍ପାଦକ, ଅନୁଗୋଳ ବସ୍‌ ମାଲିକ ସଂଘ

ଶନିବାର ବୈଠକ ପରେ ନିଷ୍ପତ୍ତି
ଦୀର୍ଘଦିନ ହେଲା ବସ୍‌ଗୁଡ଼ିକ ଅଫ୍‌ରୋଡ୍‌ରେ ଥିବାରୁ ହଠାତ୍‌ ଗାଡ଼ି ଚଳାଇବା ସମ୍ଭବ ନୁହେଁ। ଏଥିଲାଗି ୨-୩ ଦିନ ସମୟ ଲାଗିବ। ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବରର ଟାକ୍ସ ଛାଡ, ବସ୍‌ କର୍ମଚାରୀଙ୍କୁ ସହାୟତା ଏବଂ ମାଲିକଙ୍କୁ ବିନା ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଶନିବାର ଏ ସଂକ୍ରାନ୍ତ ବୈଠକ ପରେ ବସ୍‌ ଚାଲିବାର ସମ୍ଭାବନା ରହିଛି।
-ରୁଦ୍ର ନାରାୟଣ ତ୍ରିପାଠୀ, ବସ୍‌ ମାଲିକ, ଢେଙ୍କାନାଳ

ଆଶ୍ୱସ୍ତି ଅନୁଭବ କରୁଛୁ
କରୋନାର ଦ୍ୱିତୀୟ ଲହର ପାଇଁ ଏପ୍ରିଲରୁ ରାଜ୍ୟ ସରକାର ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଜୀବନକୁ ଗୁରୁତ୍ୱ ଦେଇ ଏହାକୁ ମାନିବାକୁ ବାଧ୍ୟ ହେଲୁ। ହେଲେ ୩ ମାସ ଭିତରେ ବ୍ୟୁଟିପାର୍ଲର ମାଲିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସରକାରଙ୍କ ଏଭଳି ନିଷ୍ପତ୍ତି ନିଶ୍ଚିତ ଭାବେ ଆଶ୍ୱସ୍ତି ଆଣିଛି। କୋଭିଡ୍‌ ନିୟମ ମାନି କାମ କରାଯିବ।
-ମୋନିଷା ଆଚାର୍ଯ୍ୟ, ବ୍ୟୁଟିସିଆନ, ଭୁବନ

ଦୈନିକ ଖର୍ଚ୍ଚ ଉଠିବ ନାହିଁ
ସରକାର ବସ୍‌ ଚଳାଚଳକୁ ଅନୁମତି ଦେବା ସ୍ବାଗତଯୋଗ୍ୟ। ହେଲେ ସରକାରୀ କଟକଣା ମାନି ଯାତ୍ରୀ ପରିବହନ କରିବା କଷ୍ଟକର। ଏହାର ପ୍ରମୁଖ କାରଣ ଡିଜେଲ ଦର ବୃଦ୍ଧି। ଗତ କିଛି ମାସ ଭିତରେ ଡିଜେଲ ପାଖାପାଖି ୧୦୦ ଟଙ୍କାରେ ପହଞ୍ଚତ୍ଲାଣି। ଲୋକଙ୍କ ମନରେ କରୋନାକୁ ନେଇ ରହିଥିବା ଭୟ ଦୂର ହୋଇନାହିଁ। ସିଟ୍‌ ଅନୁଯାୟୀ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇଲେ ଦୈନିକ ଖର୍ଚ୍ଚ ଉଠିବ ନାହିଁ।
-ଦାମୋଦର ସାହୁ, ବସ୍‌ ମାଲିକ, ଭୁବନ


Enter your email to get our daily news in your inbox.

All Right Reserved By Dharitri.Com

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri