ଯନ୍ତ୍ରଣାରୁ ମୁକୁଳିଲା ଜୀବିକା

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧୬ା୭ ରାସ୍ତା ପାର୍ଶ୍ୱରୁ ରାସ୍ତା ଉପରକୁ ଆସିବ ବସ୍‌। ଜିମ୍‌, ପାର୍ଲରରୁ ଖୋଲିବ ତାଲା। ପଡ଼ିଆକୁ ଫେରିବ କ୍ରୀଡ଼ା। ପୂର୍ବାପେକ୍ଷା ଅଧିକ ସମୟ ଚାଲିବ ବ୍ୟବସାୟ। ଗୁରୁବାର ଘୋଷିତ ନୂଆ ଲକଡାଉନ କଟକଣାରେ ଜୀବିକାକୁ ଦିଆଯାଇଛି ଏପରି ପ୍ରାଧାନ୍ୟ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କାଟେଗୋରି- ଏ ଜିଲା ତାଲିକାରେ ଥିବା ଢେଙ୍କାନାଳ ଓ ଅନୁଗୋଳରେ ସ୍ବାଗତ କରାଯାଇଛି। ଏହା ପୂର୍ବରୁ ସରକାର ଏହି ଦୁଇ ଜିଲାରେ ବସ୍‌ ଚଳାଚଳକୁ ଅନୁମତି ଦେଇଥିଲେ। କିନ୍ତୁ କଟକ- ଭୁବନେଶ୍ୱରକୁ ସବୁଜ ସଂକେତ ମିଳି ନ ଥିବାରୁ ବସ୍‌ ଗଡ଼ିପାରୁ ନ ଥିଲା। ଏବେ କଟକଣାକୁ ଆହୁରି କୋହଳ କରାଯାଇଥିବାରୁ ବସ୍‌ ଚଳାଇବା ସମ୍ଭବ ହୋଇପାରିବ। ଫଳରେ ଢେଙ୍କାନାଳ ଜିଲାର ୧୫୦ ବସ୍‌ର ମାଲିକଙ୍କ ସହ ୪୫୦ କର୍ମଚାରୀ ଉପକୃତ ହୋଇପାରିବେ। ଅନୁଗୋଳ ଜିଲାର ୪୫୦ ବସ୍‌ର ମାଲିକ ଓ ୧୫୦୦ କର୍ମଚାରୀଙ୍କୁ ରୋଜଗାର ମିଳିପାରିବ। ସେହିପରି ଏହି ଦୁଇ ଜିଲାରେ ଥିବା ଶତାଧିକ ବିୟୁଟି ପାର୍ଲର ଓ ଜିମ୍‌ ମାଲିକ ଆଶ୍ୱସ୍ତ ହୋଇଛନ୍ତି। ଦୀର୍ଘଦିନ ଧରି କଟକଣାଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ଏସବୁ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଚାରୀମାନେ ମଧ୍ୟ ଜୀବିକା ଫେରି ପାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ସନ୍ଧ୍ୟା ୬ଟାରେ ବଜାର ବନ୍ଦ ଯୋଗୁ ସେପରି ଆୟ ପାଉ ନ ଥିବା ବିଭିନ୍ନ ବର୍ଗର ବ୍ୟବସାୟୀମାନେ ମଧ୍ୟ ରାତି ୮ଟା ପର୍ଯ୍ୟନ୍ତ ବେପାର କଟକଣାକୁ ନେଇ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି।

ଘର ଭଡ଼ା ଦେଇପାରୁ ନ ଥିଲୁ
ଦୀର୍ଘଦିନ ଧରି ବ୍ୟବସାୟ ବନ୍ଦ ରହିଥିଲା। ଫଳରେ ଯନ୍ତ୍ରାଂଶଗୁଡ଼ିକର ରକ୍ଷଣାବେକ୍ଷଣ ସହ କର୍ମଚାରୀମାନଙ୍କୁ ଦରମା ଓ ଘର ଭଡ଼ା ଦେବା କଷ୍ଟକର ହୋଇପଡ଼ୁଥିଲା। ବିଳମ୍ବରେ ହେଲେ ମଧ୍ୟ ସରକାର ଜିମ୍‌ ଖୋଲିବାକୁ ଅନୁମତି ଦେଇଥିବାରୁ ସାଧୁବାଦ୍‌।
-ରୋଜାଲିନ୍‌ ପ୍ରଧାନ, ଜିମ୍‌ ଟ୍ରେନର, ଅନୁଗୋଳ

ନିୟମ ମାନି ବ୍ୟବସାୟ କରିବୁ
ପ୍ରତିବର୍ଷ ବିବାହ ଋତୁରେ ଭଲ ରୋଜଗାର ହୁଏ। ହେଲେ କରୋନା କଟକଣା ଏଥିରେ ବାଧକ ସାଜିଥିଲା। ଲକ୍ଷ ଲକ୍ଷ ଟଙ୍କାର ଆୟ ହାତରୁ ଚାଲିଯାଇଥିଲା। ଘର ଭଡ଼ା ଓ କର୍ମଚାରୀଙ୍କୁ ଦରମା ଦେବାକୁ ଋଣ କରିବାକୁ ପଡ଼ୁଥିଲା। ନିୟମ ମାନି ବ୍ୟବସାୟ କରିବୁ।
-ବିନି ଦାସ, ପାର୍ଲର ମାଲିକ, ଅନୁଗୋଳ

କଟକଣା କଡ଼ାକଡ଼ି ପାଳନ ହେବ
ମାତ୍ର କେଇଘଣ୍ଟା ପାଇଁ ବଜାର ଖୋଲାଯାଉଥିବାରୁ ବ୍ୟବସାୟ ସେପରି ନ ଥିଲା। ଏବେ ସରକାର ସମୟ ସୀମା ବଢ଼ାଇଛନ୍ତି। ଅନୁଗୋଳ ଜିଲାରେ ରାତି ୮ଟା ଯାଏ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି। କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ।
-ନୀଳାଞ୍ଚଳ ପ୍ରଧାନ, ସାଧାରଣ ସମ୍ପାଦକ, ଏଡିସିସିଆଇ

ଭଡ଼ା ନ ବଢ଼ିଲେ ବସ୍‌ ଗଡ଼ିବା କଷ୍ଟକର
ସରକାର ଦେଇଥିବା ନିର୍ଦ୍ଦେଶନାମା ସ୍ବାଗତଯୋଗ୍ୟ। କିନ୍ତୁ କେଉଁ ବସ ଅବସ୍ଥା କ’ଣ ରହିଛି, ତାହା ଅନୁଧ୍ୟାନ କରିବା ପରେ ଚଳାଚଳ ହୋଇପାରିବ। ତେଲ ଦର ଶତକ ମୁହଁା ହୋଇଥିବାରୁ ସରକାର ବସ୍‌ ଭଡ଼ା ଅଧିକ ନ ବଢ଼ାଇଲେ ଗାଡ଼ି ଗଡ଼ାଇବା କଷ୍ଟକର ହୋଇପଡ଼ିବ।
-ରାଜୁ ମିଶ୍ର, ସାଧାରଣ ସମ୍ପାଦକ, ଅନୁଗୋଳ ବସ୍‌ ମାଲିକ ସଂଘ

ଶନିବାର ବୈଠକ ପରେ ନିଷ୍ପତ୍ତି
ଦୀର୍ଘଦିନ ହେଲା ବସ୍‌ଗୁଡ଼ିକ ଅଫ୍‌ରୋଡ୍‌ରେ ଥିବାରୁ ହଠାତ୍‌ ଗାଡ଼ି ଚଳାଇବା ସମ୍ଭବ ନୁହେଁ। ଏଥିଲାଗି ୨-୩ ଦିନ ସମୟ ଲାଗିବ। ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବରର ଟାକ୍ସ ଛାଡ, ବସ୍‌ କର୍ମଚାରୀଙ୍କୁ ସହାୟତା ଏବଂ ମାଲିକଙ୍କୁ ବିନା ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଶନିବାର ଏ ସଂକ୍ରାନ୍ତ ବୈଠକ ପରେ ବସ୍‌ ଚାଲିବାର ସମ୍ଭାବନା ରହିଛି।
-ରୁଦ୍ର ନାରାୟଣ ତ୍ରିପାଠୀ, ବସ୍‌ ମାଲିକ, ଢେଙ୍କାନାଳ

ଆଶ୍ୱସ୍ତି ଅନୁଭବ କରୁଛୁ
କରୋନାର ଦ୍ୱିତୀୟ ଲହର ପାଇଁ ଏପ୍ରିଲରୁ ରାଜ୍ୟ ସରକାର ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଜୀବନକୁ ଗୁରୁତ୍ୱ ଦେଇ ଏହାକୁ ମାନିବାକୁ ବାଧ୍ୟ ହେଲୁ। ହେଲେ ୩ ମାସ ଭିତରେ ବ୍ୟୁଟିପାର୍ଲର ମାଲିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସରକାରଙ୍କ ଏଭଳି ନିଷ୍ପତ୍ତି ନିଶ୍ଚିତ ଭାବେ ଆଶ୍ୱସ୍ତି ଆଣିଛି। କୋଭିଡ୍‌ ନିୟମ ମାନି କାମ କରାଯିବ।
-ମୋନିଷା ଆଚାର୍ଯ୍ୟ, ବ୍ୟୁଟିସିଆନ, ଭୁବନ

ଦୈନିକ ଖର୍ଚ୍ଚ ଉଠିବ ନାହିଁ
ସରକାର ବସ୍‌ ଚଳାଚଳକୁ ଅନୁମତି ଦେବା ସ୍ବାଗତଯୋଗ୍ୟ। ହେଲେ ସରକାରୀ କଟକଣା ମାନି ଯାତ୍ରୀ ପରିବହନ କରିବା କଷ୍ଟକର। ଏହାର ପ୍ରମୁଖ କାରଣ ଡିଜେଲ ଦର ବୃଦ୍ଧି। ଗତ କିଛି ମାସ ଭିତରେ ଡିଜେଲ ପାଖାପାଖି ୧୦୦ ଟଙ୍କାରେ ପହଞ୍ଚତ୍ଲାଣି। ଲୋକଙ୍କ ମନରେ କରୋନାକୁ ନେଇ ରହିଥିବା ଭୟ ଦୂର ହୋଇନାହିଁ। ସିଟ୍‌ ଅନୁଯାୟୀ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇଲେ ଦୈନିକ ଖର୍ଚ୍ଚ ଉଠିବ ନାହିଁ।
-ଦାମୋଦର ସାହୁ, ବସ୍‌ ମାଲିକ, ଭୁବନ


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri