ସୁରକ୍ଷା ଚିନ୍ତାରେ ସହରବାସୀ

ଅନୁଗୋଳ ଅଫିସ, ୨୪ା୭

ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବାଇକ୍‌ରେ ଘୂରି ବୁଲୁଥିବା ଦୁର୍ବୃତ୍ତମାନେ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିଛାଟିଆ ସ୍ଥାନ ଦେଖି ସେମାନଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଝାମ୍ପି ନେଉଛନ୍ତି। ସେହିପରି ରାତିରେ ସହରର ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରୁ ଚୋରି ହେଉଛି। ଏ ନେଇ ଥାନାରେ ଅଭିଯୋଗ ବଢ଼ୁଥିଲେ ମଧ୍ୟ ପୋଲିସ ସହରବାସୀଙ୍କ ସୁରକ୍ଷା ଚିନ୍ତା ଦୂର କରିପାରୁ ନାହିଁ। ଯେଉଁ କେତୋଟି ମାମଲାରେ ପୋଲିସକୁ ସଫଳତା ମିଳୁଛି, ସେଠାରେ ଦୁର୍ବୃତ୍ତମାନଙ୍କଠାରୁ ଲୁଟ୍‌ ବା ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରାଯାଇପାରୁ ନାହିଁ। ଏହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
କିଛିଦିନ ତଳେ ଅନୁଗୋଳ ସହର ଉପକଣ୍ଠ ପଞ୍ଚମହଲାଠାରେ ଜଣେ ସୁପରଭାଇଜରଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟ୍‌ ହୋଇଥିଲା। କେତେଜଣ ଦୁର୍ବୃତ୍ତ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଉକ୍ତ ସାମଗ୍ରୀ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ସେହିପରି ଜଣେ ଅଟୋ ଚାଳକଙ୍କୁ ମାଡ଼ ମାରି ତାଙ୍କ ମୋବାଇଲ ଫୋନ୍‌ ଲୁଟ୍‌ କରାଯାଇଥିଲା। ତୁରଙ୍ଗ ଅଞ୍ଚଳର ଜଣଙ୍କ ଘରେ ପଶି କେତେଜଣ ଦୁର୍ବୃତ୍ତ ନଗଦ ୩୦ ହଜାର ଟଙ୍କା ସହ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ଗତ ୧୯ ତାରିଖରେ ଅନୁଗୋଳ ବସ୍‌ଷ୍ଟାଣ୍ଡରେ ଜଣେ ମହିଳାଙ୍କଠାରୁ ମୋବାଇଲ ଝାମ୍ପି ନିଆଯାଇଥିଲା। ଢେଙ୍କାନାଳ ଜିଲାର ମହିଳା ଜଣକ ବସ୍‌ ଯୋଗେ ଘରକୁ ଫେରିବା ପାଇଁ ଅନୁଗୋଳ ବସ୍‌ଷ୍ଟାଣ୍ଡକୁ ଯାଇଥିଲେ। ଅଟୋରୁ ଓହ୍ଲାଇ ଚାଳକଙ୍କୁ ଟଙ୍କା ଦେଉଥିବା ବେଳେ ଉକ୍ତ ଅଟୋଚାଳକ ମୋବାଇଲ୍‌ ଝାମ୍ପି ଚମ୍ପଟ ମାରିଥିଲେ। ସେହିପରି ଗତ ୨୧ ତାରିଖରେ ଅନୁଗୋଳ ସହର ଉପକଣ୍ଠ ଖଲାରୀ ରାମେଶ୍ୱର ମନ୍ଦିର ସାହିରେ ରହୁଥିବା ଶିକ୍ଷକ ପ୍ରଭାତ ଦାସ ଲୁଟ୍‌ର ଶିକାର ହୋଇଥିଲେ। ବାଇକ୍‌ରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ଏଣୁତେଣୁ କଥା କହି ତାଙ୍କୁ ଅନ୍ୟମନସ୍କ କରିଦେବା ପରେ ସାଇକେଲ କ୍ୟାରିୟରରୁ ୭୫ ହଜାର ଟଙ୍କା ଝାମ୍ପି ଫେରାର ହୋଇଯାଇଥିଲେ। ଗତ ୧୯ ତାରିଖରେ ଅନୁଗୋଳ ପୋଲିସ ଏକ ଚୋର ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଥିଲା। ତେବେ ପୋଲିସ ରାତିରେ ପାଟ୍ରୋଲିଂ ଓ ନାକା ଲଗାଉଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଏହା ପର୍ଯ୍ୟାପ୍ତ ହେଉନାହିଁ। ଦିନବେଳା ପୋଲିସ ଅଧିକ ତତ୍ପର ହେଲେ ଓ ବିଭିନ୍ନ ସ୍ଥାନ ଉପରେ ସତର୍କ ନଜର ରଖିଲେ ଆପରାଧିକ କାର୍ଯ୍ୟକଳାପ ହ୍ରାସ ହୋଇପାରିବ ବୋଲି ସହରବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବିଭିନ୍ନ ଥାନାରେ ସ୍ପେଶାଲ ସ୍କ୍ବାଡ୍‌ ଗଢ଼ା ହୋଇଛି। କେତୋଟି ଘଟଣାର ତଦନ୍ତ କରାଯାଇ ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଇଛି। ଆଉ କେତୋଟି ମାମଲାର ତଦନ୍ତ ଏବେ ଚାଲୁଥିବା ବରିଷ୍ଠ ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି।
ସବୁ ଥାନାରେ ସ୍ପେଶାଲ ଟିମ୍‌
ଅନୁଗୋଳ ଜିଲାରେ ଏପରି ଅପରାଧ ରୋକିବାକୁ ବିଭିନ୍ନ ଥାନାରେ ଜଣେ ଲେଖାଏ ଅଫିସରଙ୍କୁ ନେଇ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି। ଏମାନେ ପ୍ରପର୍ଟି ଅଫେନ୍ସ ମାମଲାର ତଦନ୍ତ କରୁଛନ୍ତି। କେତୋଟି ମାମଲାରେ ଦୁର୍ବୃତ୍ତମାନଙ୍କୁ କାବୁ କରାଯାଇଛି। ଆଉ କେତେକ ମାମଲାରେ ତଦନ୍ତ ଜାରି ରହିଛି।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ପୋଲିସକୁ ଖୋଲା ଚ୍ୟାଲେଞ୍ଜ
ଅନୁଗୋଳ ସହରରେ ଦୁଇଟି ଥାନା ହେଲାଣି। କିନ୍ତୁ ଆପରାଧିକ କାର୍ଯ୍ୟକଳାପ ହ୍ରାସ ପାଉନାହିଁ। ସ୍ପଷ୍ଟ ଦିବାଲୋକରେ ଲୁଟ୍‌ପାଟ୍‌ ହେଉଛି। ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଅପରାଧ ଘଟାଉଛନ୍ତି। ପୋଲିସ ଅଧିକ ସଜାଗ ନ ରହି କେବଳ ନାମକୁମାତ୍ର ପାଟ୍ରୋଲିଂ କରି କାମ ସାରିଦେଉଛି।
-ସୋମନାଥ ରାଉତ, ସମ୍ପାଦକ, ବାର୍‌ ଆସୋସିଏଶନ
ନିଶା ବଢ଼ାଉଛି ଅପରାଧ
ଅନୁଗୋଳ ପୋଲିସର ଢିଲା ପଣ ଯୋଗୁ ସହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଛି। ପୋଲିସ ଯଦି ଚାହିଁବ, ଚୋରି, ଲୁଟ୍‌କୁ ନିୟନ୍ତ୍ରଣ କରିପାରିବ। କିନ୍ତୁ ଏ ଦିଗରେ ପୋଲିସର ଆଗ୍ରହ ଥିବା ପରି ମନେହେଉ ନାହିଁ। ଏଥିସହ ନିଶା କବଳରେ ପଡ଼ିଯାଇଥିବା ଯୁବଗୋଷ୍ଠୀ ପଥ ହୁଡ଼ି ଏବେ ଅପରାଧୀ ପାଲଟିଯାଉଛନ୍ତି।
-ଭବାନୀ ଶଙ୍କର ପ୍ରଧାନ, ଅନୁଗୋଳ
ରାତାରାତି ଅଧିକ ରୋଜଗାର ଇଚ୍ଛା
କରୋନା ମହାମାରୀ ବହୁ ଲୋକଙ୍କୁ ରୋଜଗାରଶୂନ୍ୟ କରିଛି। ଫଳରେ ବେକାରି ଓ ବେରୋଜଗାର ସମସ୍ୟା ବଢ଼ିଚାଲିଛି। ଏଥିରୁ ରାତାରାତି ମୁକ୍ତି ପାଇଁ ବାଟ ଖୋଜୁଥିବା ଯୁବପିଢ଼ି ଅପରାଧ ଘଟାଉଛନ୍ତି। ଜେଲରୁ ବାହାରୁଥିବା ଅପରାଧୀଙ୍କ ଉପରେ ପୋଲିସ ନଜର ରଖିପାରୁ ନାହିଁ।
-ଭୂପେଶ ଚନ୍ଦ୍ର ପ୍ରଧାନ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri