ଆହାର ଉପରେ ପାହାର

ରଜନୀକାନ୍ତ ମହାରଣା
ଖମାର,୨୧ା୭ – ଚାଷକୁ ନେଇ ଚାଷୀ ଗର୍ବ ଅନୁଭବ କରେ। ସର୍ବୋଚ୍ଚ ସମ୍ମାନ ବୋଲି ଭାବେ। ଅନ୍ନଦାତାର ପରିଚୟ ଚାଷୀଙ୍କୁ ଅଧିକ ଆତ୍ମବିଶ୍ୱାସୀ କରେ। ଆନନ୍ଦ ଦିଏ। ସେଥିପାଇଁ କଠିନ ପରିଶ୍ରମ କରିବାକୁ ସେ କେବେ କୁଣ୍ଠିତ ହୁଏନାହିଁ। ମୁଣ୍ଡଝାଳ ତୁଣ୍ଡରେ ମାରି ବର୍ଷସାରା ସମସ୍ତଙ୍କୁ ଆହାର ଯୋଗାଇ ଚାଲିଥାଏ। ହେଲେ ସାମ୍ପ୍ରତିକ ତୈଳଦର ବୃଦ୍ଧି ସେହି ଆହାର ଉପରେ ପାହାର ଦେବାଭଳି ହୋଇଛି। ଆଧୁନିକ କୃଷି ପ୍ରଣାଳୀ ବା ବିଭିନ୍ନ କୃଷି ଯନ୍ତ୍ରପାତି ବ୍ୟବହାର କରୁଥିବା କୃଷକମାନେ ଏହାଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବାବେଳେ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିବା ଚାଷୀମାନେ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ନିୟମିତ ବଢ଼ୁଥିବା ଡିଜେଲ ଦର ଯୋଗୁ ବିହନ, ସାର ଏବଂ ଔଷଧ ସହ ମେଶିନରେ ଜମି ଚଷିବା ଖର୍ଚ୍ଚ ଦୁଇଗୁଣା ହୋଇଯାଇଛି। ଏହା ଚାଷୀଙ୍କ ସ୍ବାଭିମାନକୁ ଆଘାତ ଦେଉଥିବାରୁ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବାକୁ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।
ଶିଳ୍ପବିହୀନ ପାଲଲହଡ଼ା ବ୍ଲକର ଖମାର ଏକ କୃଷିବହୁଳ ଅଞ୍ଚଳ। ଏଠାକାର ସହସ୍ରାଧିକ ଚାଷୀ କେବଳ ଚାଷ ଉପରେ ନିର୍ଭର କରନ୍ତି। ଧାନ ଏଠାକାର ପ୍ରମୁଖ ଫସଲ ହୋଇଥିବାବେଳେ କେତେଜଣ ଚାଷୀ ପରିବା ଚାଷ କରିଥାନ୍ତି। ଦୀର୍ଘ ଦେଢ଼ବର୍ଷ ହେବ ମହାମାରୀ କରୋନା ଯୋଗୁ ଆୟର ଅନ୍ୟ କୌଣସି ଉତ୍ସ ଲୋକେ ପାଉନାହାନ୍ତି। ତେଣୁ ଅଧିକରୁ ଅଧିକ ବ୍ୟକ୍ତି କୃଷିକ୍ଷେତ୍ରକୁ ଓହ୍ଲାଇଥିବା ବେଳେ ଦେଶ ବିଦେଶରୁ ଫେରିଥିବା ସ୍ଥାନୀୟ ଅଞ୍ଚଳର ଯୁବପିଢ଼ି ମଧ୍ୟ ଚାଷକୁ ଆପଣାଇବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରବାସୀମାନଙ୍କ ହାତକୁ କାମ ଦେବା ଉଦ୍ଦେଶ୍ୟରେ ସରକାର ଟ୍ରାକ୍ଟର, ପାଓ୍ବାରଟିଲରଠାରୁ ଆରମ୍ଭ କରି ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଆକର୍ଷଣୀୟ ସବ୍‌ସିଡି ପ୍ରଦାନ କରୁଛନ୍ତି। ଫଳରେ ଖମାର, ଶଙ୍ଖମୁର, ବଡ଼ସଡ଼ା, କରଡ଼ାପାଳ, ପରାଛାଟ, ରଜଡ଼ଙ୍ଗ, ଇଞ୍ଜିଡ଼, ଆଲୋରୀ, ରୋହିଲା, ମୁଣ୍ଡୁରିବେଡା, କୁଞ୍ଜାମ ଆଦି ପଞ୍ଚାୟତର ୨ଶହରୁ ଅଧିକ ଚାଷୀ ଟ୍ରାକ୍ଟର ଓ ୩୦୦ରୁ ଊର୍ଦ୍ଧ୍ୱ ଚାଷୀ ପାୱାରଟିଲର ସହ ଅନ୍ୟ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି। ସେହିପରି ବହୁ ଚାଷୀ ହଳବଳଦଠାରୁ ଦୂରେଇ ଯାଇଥିବାରୁ ସେମାନେ ଜମି ଚଷିବାକୁ ଏହି ଟ୍ରାକ୍ଟର ଓ ପାଓ୍ବାରଟିଲର ମାଲିକମାନଙ୍କୁ ଘଣ୍ଟା ପ୍ରତି ଭଡ଼ା ପ୍ରଦାନ କରିଥାନ୍ତି। କିନ୍ତୁ କିଛିମାସ ହେଲା ନିୟମିତ ଭାବେ ଡିଜେଲ ଦର ବୃଦ୍ଧି ପାଇ ଏବେ ଲିଟର ପ୍ରତି ଶହେ ଟଙ୍କା ପାଖାପାଖି ହୋଇଥିବାରୁ ମେଶିନ ମାଧ୍ୟମରେ ହଳ କରିବା ଚାଷୀଙ୍କ ପାଇଁ ମହଙ୍ଗା ହୋଇଯାଇଛି। ପୂର୍ବରୁ ଘଣ୍ଟା ପ୍ରତି ଟ୍ରାକ୍ଟର ମାଲିକ ୮୦୦ରୁ ୧୦୦୦ ଟଙ୍କା ନେଉଥିବା ବେଳେ ଏବେ ୧୫୦୦ରୁ ୧୬୦୦ ଟଙ୍କା ଦାବି କରୁଛନ୍ତି। ସେହିପରି ପୂର୍ବରୁ ପାୱାରଟିଲର ମାଲିକ ଘଣ୍ଟା ପ୍ରତି ୫୦୦ରୁ ୬୦୦ ଟଙ୍କା ନେଉଥିବା ବେଳେ ଏବେ ୮୦୦ ରୁ ୧୦୦୦ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ଖୋଲା ବଜାରରେ ମିଳୁଥିବା ବିହନ, ସାର ଓ ଔଷଧର ମୂଲ୍ୟ ମଧ୍ୟ ବଢ଼ିଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ଦେଖି ମୂଲିଆମାନେ ଅଧିକ ମଜୁରି ଦାବି କରୁଥିବାରୁ ଚାଷୀ ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଥିବା ଖମାର ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି।
ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଉ
ଅନେକ ଚାଷୀ ଏବେ ଆଧୁନିକ କୃଷି ପ୍ରଣାଳୀ ଆପଣେଇଲେଣି। ସେମାନେ ପାଓ୍ବାରଟିଲର, ଟ୍ରାକ୍ଟର ସହ ଅନ୍ୟ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି। ସରକାର ମଧ୍ୟ ଏପରି ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କିନ୍ତୁ ତୈଳ ଦର ଯେପରି ବଢ଼ିଚାଲିଛି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ଜରୁରୀ ହୋଇପଡ଼ିଛି।
-ଗୋପବନ୍ଧୁ ସାହୁ, ଚାଷୀ, ଓଡ଼ଶ
କ୍ଷତି ଭରଣା କଷ୍ଟକର ହେବ
ତୈଳ ଦର ବୃଦ୍ଧି ଚାଷ କାର୍ଯ୍ୟକୁ ପ୍ରଭାବିତ କରୁଛି। ଯେଉଁ ଚାଷୀମାନେ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି, ସେମାନେ ଏହାଦ୍ୱାରା ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। କରୋନା ସମୟରେ ଚାଷ ଅନେକ ଲୋକଙ୍କ ମୁଖ୍ୟ ଆୟ ହୋଇଥିବାରୁ ସରକାର ତୈଳ ଦର ହ୍ରାସ ନ କଲେ ଚାଷୀଙ୍କ କ୍ଷତି ଭରଣା କଷ୍ଟକର ହୋଇପଡ଼ିବ।
-ମୁକେଶ କୁମାର ପ୍ରଧାନ, ଚାଷୀ, ଖମାର
ଦୁଇଗୁଣା ହେଲାଣି ଖର୍ଚ୍ଚ
ପୂର୍ବରୁ ଚାଷ କାର୍ଯ୍ୟରେ ଯେତିକି ଅର୍ଥ ଖର୍ଚ୍ଚ ହେଉଥିଲା, ତୈଳ ମୂଲ୍ୟ ବୃଦ୍ଧି ପରେ ତାହା ବଢ଼ିଯାଇଛି। ଟ୍ରାକ୍ଟରରେ ଜମି ହଳ କରିବାଠାରୁ ଆରମ୍ଭ କରି ବିହନ, ସାର ଆଦି ପ୍ରତିଟି ସାମଗ୍ରୀ ଦର ବୃଦ୍ଧି ଘଟିଛି। ତେଣୁ ଦୁଇଗୁଣା ଖର୍ଚ୍ଚକୁ ନେଇ ଚାଷୀ ହତାଶ ହୋଇପଡ଼ିଛି। କୃଷିଜାତ ସାମଗ୍ରୀର ଦର ଦୁଇଗୁଣା କରାଯିବା ଦରକାର।
-କମଳ ଲୋଚନ ପ୍ରଧାନ, ଚାଷୀ, ପିଟା
ସରକାର ଚିନ୍ତନ କରନ୍ତୁ
ଚାଷୀ ଦେଶର ମେରୁଦଣ୍ଡ। ହେଲେ କେନ୍ଦ୍ର ସରକାର ନିୟମିତ ଭାବେ ତୈଳ ଦର ବୃଦ୍ଧି କରି ଦେଶର ସେହି ମେରୁଦଣ୍ଡକୁ ଦୋହଲାଇ ଦେଇଛନ୍ତି। ଧାନ ଓ ତୈଳବୀଜ ଫସଲର ମୂଲ୍ୟ ସେପରି ବଢ଼ାଯାଉ ନ ଥିବା ବେଳେ ଅଭାବୀ ବିକ୍ରି ଓ ମଣ୍ଡି ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ। ଏ ବିଷୟରେ ସରକାର ଚିନ୍ତନ କରନ୍ତୁ।
-କ୍ଷେତ୍ରବାସୀ ସାହୁ, ଚାଷୀ, ବାରକୋଟିଆ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?