ଜମିକୁ ନିଅଣ୍ଟ ଜଳ

ବଇଣ୍ଡା, ୧୪।୭(ପରିକ୍ଷିତ ସାହୁ) – ଜ୍ୟେଷ୍ଠ ସରିଲା। ଆରମ୍ଭ ହେଲାଣି ଆଷାଢ଼। ବିହନ ବୁଣି ଆକାଶକୁ ଅନାଇଛି ଚାଷୀ। ହେଲେ ନା ହେଉଛି ବର୍ଷା, ନା ରୋଇବା ପାଇଁ ଦେଉଛି ଅନୁକୂଳ ପାଗ। ଅନିୟମିତ ବୃଷ୍ଟିପାତ ଯୋଗୁ କେଉଁଠି ଗଜା ମରୁଡ଼ି ତ ଆଉ କେଉଁଠି ମରିବାକୁ ବସିଲାଣି କଅଁଳିଆ ଧାନତଳି। ଚାଷୀମାନେ ତଳି ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବାବେଳେ ସପ୍ତାହକ ଭିତରେ ବର୍ଷା ନ ହେଲେ ପରିସ୍ଥିତି ସଙ୍ଗିନ ହୋଇପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ଚାଷୀକୁଳ।
କିଶୋରନଗର ବ୍ଲକର ୨୫ ହଜାର ୭୦୭ ହେକ୍ଟର ଚାଷ ଜମି ମଧ୍ୟରୁ ୮ ହଜାର ୪୩୨ ହେକ୍ଟରରେ ଧାନ ଏବଂ ୧୭ ହଜାର ୨୭୫ ହେକ୍ଟରରେ ଅଣଧାନ ଚାଷ ହେଉଛି। ଚଳିତବର୍ଷ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ଅନୁମାନ କରାଯିବା ପରେ ଚାଷୀମାନେ ଉତ୍ସାହିତ ଥିଲେ। ଠିକ୍‌ ସମୟରେ ବିହନ ବୁଣା କାମ ସାରି ତଳି ରୋଇବା ପାଇଁ ଅପେକ୍ଷା କରିଥିଲେ। ହେଲେ ଧାନ ଗଜା ହୋଇ ତଳି ବଢ଼ିବା ବେଳକୁ ବର୍ଷା ହେଉନାହିଁ। ଫଳରେ ତଳି ବଞ୍ଚାଇବାକୁ ଚାଷୀକୁଳ ସଂଘର୍ଷ କରୁଛନ୍ତି। ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ନଳକୂଅ ଓ ଖୋଲା କୂଅରୁ ପାଣି ମଡ଼ାଉଛନ୍ତି। ସୂଚନାଯୋଗ୍ୟ, ବ୍ଲକରେ ଜୁନ୍‌ରେ ହାରାହାରି ୨୪୬. ୪ ମିଲିମିଟର ବର୍ଷା ଆବଶ୍ୟକ ଥିବାବେଳେ ହୋଇଛି ୯୧.୨୦ ମିମି, ଯାହା ଅଧାରୁ ମଧ୍ୟ କମ୍‌। ସ୍ବଳ୍ପ ଏବଂ ଅନିୟମିତ ବୃଷ୍ଟିପାତ ଯୋଗୁ ୩୦% ଜମିରେ ହଳ ବୁଲିନାହିଁ। ଫଳରେ ଖରିଫ୍‌ ଧାନ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
ଅପରପକ୍ଷେ ଅଧିକାଂଶ ପଞ୍ଚାୟତରେ ବିହନ ଅଭାବ ଚାଷୀଙ୍କ ସମସ୍ୟା ବଢ଼ାଇଛି। ବ୍ଲକ ପାଇଁ ମୋଟ ୧୮୭୫ କୁଇଣ୍ଟାଲ ବିହନ ଆବଶ୍ୟକତା ଥିବାବେଳେ ଯୋଗାଣ ହୋଇଛି ୭୫୯.୬୦ କୁଇଣ୍ଟାଲ। ରଣିଆକଟା, ହିମିତିରା, ଉରୁକୁଳା, ଅଙ୍ଗପଡା, ଲୁହାମୁଣ୍ଡା, ଧଉରାପାଲି, ଲୁହାମୁଣ୍ଡା, ହଣ୍ଡପା ସେବା ସମବାୟ ସମିତିକୁ ବିହନର ସୁଷମ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ହେଲେ ଆବଶ୍ୟକତା ଏବଂ ଯୋଗାଣ ମଧ୍ୟରେ ରହିଥିବା ତାରତମ୍ୟ ଯୋଗୁ ଚାଷୀଙ୍କ ନିକଟରେ ବିହନ ପହଞ୍ଚତ୍ପାରୁନାହିଁ। ଫଳରେ ବିକଳ୍ପ ଭାବେ ପୁରୁଣା ବିହନକୁ ଚାଷୀ ଭରସା କରୁଛନ୍ତି। ଏ ସଂକ୍ରାନ୍ତରେ ବଇଣ୍ଡା କୃଷି ଅଧିକାରୀ ଚଣ୍ଡୀପ୍ରସାଦ ମହାଳିକ କହିଛନ୍ତି, ଜୁନ୍‌ ରେ ଆବଶ୍ୟକତାଠାରୁ କମ୍‌ ବର୍ଷା ହୋଇଛି। ବିହନ ବୁଣିଥିବା ଚାଷୀ ଧାନତଳି ବଞ୍ଚାଇବାକୁ କୂଅପୋଖରୀରୁ ପାଣି ବୋହି ମଡ଼ାଉଛନ୍ତି। ବର୍ଷା ନ ହେଲେ ସମସ୍ୟା ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି।
ସବ୍‌ସିଡିରେ ପାଣିପମ୍ପ ଯୋଗାଇ ଦିଆଯାଉ
ଧାନ ଚାଷ ପାଇଁ ଆବଶ୍ୟକ ପରିମାଣର ବର୍ଷା ହୋଇ ନାହିଁ। ଜମିରେ ପାଣି ନ ଥିବାରୁ ତଳି ଉଠିବାରେ ସମସ୍ୟା ହେଉଛି। ଚାଷୀଙ୍କୁ ସବ୍‌ସିଡି ମାଧ୍ୟମରେ ପାଣିପମ୍ପ୍‌ ଯୋଗାଇ ଦିଆଯାଉ।
-କୃଷ୍ଣଚନ୍ଦ୍ର ଦ୍ୱାରି, ଚାଷୀ, ଇଚ୍ଛାପୁର
ନିର୍ମାଣ ହେଉନି ସେଚ ପ୍ରକଳ୍ପ
କିଶୋରନଗର ବ୍ଲକରେ ପ୍ରସ୍ତାବିତ ସୁରେଶ୍ୱରୀ, ଧଉରାଗୋଠ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ପ୍ରକଳ୍ପ ନିର୍ମାଣ ହେଲେ ଅଧିକାଂଶ ପଞ୍ଚାୟତର ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହେବ।
-ଦୀନବନ୍ଧୁ ପ୍ରଧାନ, ଚାଷୀନେତା, କିଶୋରନଗର
ଆବଶ୍ୟକ ବିହନ ମିଳୁନାହିଁ
ବିହନ ଆବଶ୍ୟକତା ପୂରଣ ହେଉ ନ ଥିବାରୁ ଚାଷୀମାନେ ଗତବର୍ଷର ବିହନ ବ୍ୟବହାର କରିଛନ୍ତି। ସରକାରଙ୍କ କୃଷିଭିତ୍ତିକ ଯୋଜନା ଚାଷୀଙ୍କ ନିକଟରେ ନ ପହଞ୍ଚତ୍ବା ଦୁର୍ଭାଗ୍ୟଜନକ।
-ସୁଶାନ୍ତ ସାହୁ, ଚାଷୀ, ତୁରୁଡ଼ା
ଜଳସେଚନ ବ୍ୟବସ୍ଥା ନାହିଁ
ଜଳସେଚନରୁ ବଞ୍ଚତ୍ତ ଚାଷୀମାନେ ପାଣି ଚିନ୍ତାରେ ଦିନ କାଟୁଛନ୍ତି। ବିନା ବର୍ଷାରେ ତଳି ବଞ୍ଚାଇବା ଲାଗି ସଂଘର୍ଷ କରିବାକୁ ପଡୁଛି। ଫଳରେ ଏକର ଏକର ଜମିରେ ପଡ଼ିଥିବା ବିହନ ନଷ୍ଟ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି।
-ଚେରୁ ସାହୁ, ଚାଷୀ, ସଞ୍ଜମୁରା
ଜମିକୁ ମାଡୁନି କେନାଲ ପାଣି
ଜୟଗଡ଼ ପ୍ରୋଜେକ୍ଟରୁ କେନାଲ ମାଧ୍ୟମରେ ଠେଲକନାଳି ପଞ୍ଚାୟତର ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି। ତେବେ କେନାଲ ପୋତି ହୋଇଯାଇଥିବାରୁ ଅନେକ ଜମିକୁ ପାଣି ମାଡ଼ିପାରୁନାହିଁ।
-କୁମୁଦିନୀ ସାହୁ, ଠେଲକନାଳି, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଫେରନ୍ତା ୩ ଜଣଙ୍କୁ ଠାବ କଲା ମେଡିକାଲ ଟିମ୍‌

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ବିଦେଶ ଫେରନ୍ତା ୩ ଜଣଙ୍କୁ ସୋମବାର ମେଡିକାଲ ଟିମ ଠାବ କରିଛି। ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏକ...

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ବାଳିକା ବିଭାଗରେ ଦେସ୍ନା, ବାଳକରେ ଆୟୁଷ ଫାଇନାଲକୁ ପ୍ରବେଶ

ବଅଁରପାଳ,୧୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୟୁନାଇଟେଡ ବ୍ୟାଡମିଣ୍ଟନ ଆସୋସିଏଶନ ପକ୍ଷରୁ ନାଲ୍‌କୋ ବ୍ୟାଡମିଣ୍ଟନ ହଲ୍‌ରେ ଆଯୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଶନିବାର ଫାଇନାଲ ଦିବସ। ତେବେ ଏଥିରେ...

ଏଲ୍‌ଆଇ ପଏଣ୍ଟରେ ପାଣି ଉଠାଇ ବିକ୍ରି ଅଭିଯୋଗ

ଜୁନାଗଡ,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁା ଗ୍ରାମରେ ଥିବା ବାଗଡିସର ନାଳର ପାଣିକୁ କେତେକ ମୁଷ୍ଟିମେୟ ଲୋକ ଏଲ୍‌ଆଇ ପଏଣ୍ଟ ସାହାଯ୍ୟରେ ପାଣି...

ଘରେ ପଶିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ, ଗୋଡ଼ ହାତ ବାନ୍ଧି ବୁଲାଇଲେ କଳାକନା

ଦିଗପହଣ୍ଡି,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ରଘୁନାଥ ଗୌଡଙ୍କ ଘରେ ଶସସ୍ତ୍ର ଡକାୟତି ହୋଇଛି। ରବିବାର ବିଳମ୍ବିତ ରାତିରେ ପରିବାର...

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

କଟକ ଅଫିସ, ୧ା୬: ବିଶିଷ୍ଟ କବି ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜୟନ୍ତ ମହାପାତ୍ର(୯୪) ସୋମବାର ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌...

ସ୍ନାନଯାତ୍ରା ପାଇଁ ମୁତୟନ ହେବେ ୩୮ ପ୍ଲାଟୁନ୍‌ ଫୋର୍ସ

ପୁରୀ ଅଫିସ,୪।୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେବା ନେଇ ଯଦିଓ ନିଷ୍ପତ୍ତି ହୋଇଛି, ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା...

ପ୍ରାର୍ଥୀଙ୍କ ପାଇଁ କରମା ନାଚିଲେ ବିଧାୟିକା

ସୁନ୍ଦରଗଡ଼, ୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଉଛି ସୁନ୍ଦରଗଡ଼ର ରାଜନୀତି। ଶନିବାର ଭାଜପା ଜିଲା ପରିଷଦ ପ୍ରାର୍ଥୀଙ୍କ ଲାଗି ପ୍ରଚାରରେ ସାମିଲ ହୋଇ...

Advertisement
Archives

Model This Week