ପୁରସ୍କାର ପରେ ଅପରିଷ୍କାର

ଅନୁଗୋଳ ଅଫିସ, ୧୪ା୭ – ୨୦୧୯ରେ କାୟାକଳ୍ପ ପୁରସ୍କାର ପାଇବା ପୂର୍ବରୁ ଚମକୁଥିଲା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ଏଠାକାର ପରିବେଶ କିପରି ପରିଦର୍ଶନକାରୀ ଟିମ୍‌ର ମନଛୁଇଁପାରିବ ସେ ନେଇ ନାନା ବ୍ୟବସ୍ଥା ହୋଇଥିଲା। ସୌନ୍ଦର୍ଯ୍ୟ ବଢ଼ାଇବାକୁ ରାତାରାତି କୁଣ୍ଡରେ ଭଳିକି ଭଳି ଗଛ ଲଗାଯାଇ ଫୁଲ ଫୁଟାଯାଇଥିଲା। ମୁଖ୍ୟ ଗେଟ୍‌ ନିକଟ ଚଟାଣ ଉପରେ ଝୋଟି ପକାଯାଇଥିଲା। ପରିମଳ ବ୍ୟବସ୍ଥାରେ କୌଣସି ଖୁଣ ରଖାଯାଇ ନ ଥିଲା। ହେଲେ ପୁରସ୍କାର ହାତେଇବା ପରଠାରୁ ଆଉ ପରିଷ୍କାର ପରିଚ୍ଛନ୍ନତା ଦିଗରେ ପୂର୍ବପରି ଉପଯୁକ୍ତ ଧ୍ୟାନ ଦିଆଗଲା ନାହିଁ। ଏହି କାରଣରୁ ୨୦୨୦ରେ ଅନୁଗୋଳ ମେଡିକାଲ ସ୍ବଚ୍ଛ ତାଲିକାରେ ଆସିଲା ନାହିଁ। ଏପରି କି ଅର୍ଥ ଥିବା ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ଆଗ୍ରହ ନ ଥିବାରୁ ମେଡିକାଲ ସୌନ୍ଦର୍ଯ୍ୟ ମଉଳିବାରେ ଲାଗିଛି। ଲଗାଯାଇଥିବା ଗଛର ଯତ୍ନ ନିଆଯାଉ ନାହିଁ। ଭଲଭାବେ ଆବର୍ଜନା ଉଠାଯାଉ ନାହିଁ। ଫଳରେ ଅପରିଷ୍କାର ଯୋଗୁ ଅନୁଗୋଳ ମେଡିକାଲର ପୂର୍ବ ସୁନାମ ହ୍ରାସ ପାଇବାରେ ଲାଗିଛି।

ରାଜ୍ୟରେ ଥିବା ମେଡିକାଲଗୁଡ଼ିକ କେତେ ସ୍ବଚ୍ଛ, ପ୍ରତିବର୍ଷ ତାହାର ସର୍ଭେ କରାଯାଉଛି। ରାଜ୍ୟସ୍ତରୀୟ ଟିମ୍‌ ଏହା ବୁଲି ଦେଖିବା ପରେ କେନ୍ଦ୍ରୀୟ ଟିମ୍‌ ପରିଦର୍ଶନ କରି ନମ୍ବର ପ୍ରଦାନ କରୁଛି। ସେହି ଆଧାରରେ ହିଁ ୧ନଂ. ହୋଇଥିବା ଚିକିତ୍ସାଳୟକୁ ମୋଟା ଆକାରର ଅର୍ଥ ପୁରସ୍କାର ବାବଦରେ ମିଳୁଛି। ୨୦୧୯ରେ କାୟାକଳ୍ପ ପୁରସ୍କାର ହାତେଇବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ବେଶ୍‌ ଉଦ୍ୟମ କରିଥିଲେ। ପରିଦର୍ଶନକାରୀ ଟିମ୍‌ ପହଞ୍ଚିବା ପୂର୍ବରୁ ମେଡିକାଲ ପରିବେଶରେ ଆଖିଦୃଷ୍ଟିଆ ପରିବର୍ତ୍ତନ ଆଣିଥିଲେ। ନର୍ସରୀରୁ ଗଛ ଆଣି ପରିସରକୁ ସବୁଜ ସୁନ୍ଦର କରିବା ସହ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରିଥିଲେ। ପରିମଳ ବ୍ୟବସ୍ଥା ଉପରେ ବେଶ୍‌ ଧ୍ୟାନ ଦେଇଥିଲେ। ଫଳରେ ୨୦୧୯ରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ପୁରସ୍କାର ମିଳିଥିଲା। ବିଳମ୍ବରେ ହେଲେ ମଧ୍ୟ ପୁରସ୍କାର ବାବଦରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଡାକ୍ତର, ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀଙ୍କ ସହ ମେଡିକାଲ କାର୍ଯ୍ୟରେ ଜଡ଼ିତ କର୍ମଚାରୀଙ୍କୁ ଇନ୍‌ସେନ୍‌ଟିଭ ଭାବେ ପ୍ରଦାନ କରାଯାଇଥିଲା। କିନ୍ତୁ ଏହାପରେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପୁରସ୍କାର ଭୋକ ଯେପରି ମରିଯାଇଥିଲା। କାରଣ ଅବଶିଷ୍ଟ ଟଙ୍କା ପଡ଼ିରହିଥିଲେ ମଧ୍ୟ ସୌନ୍ଦର୍ଯ୍ୟକରଣ କି ପରିମଳ ବାବଦରେ ତାହା ଖର୍ଚ୍ଚ କରାଯାଇ ନ ଥିଲା। ୨୦୨୦ରେ କାୟାକଳ୍ପ ଓ ଲକ୍ଷ୍ୟ ପୁରସ୍କାର ପାଇଁ ବିଭିନ୍ନ ପର୍ଯ୍ୟାୟରେ କମିଟି ଏହି ମେଡିକାଲକୁ ଆସିଥିଲେ। ହେଲେ ସେପରି ଆଖିଦୃଶିଆ ଉନ୍ନତି ଦେଖିପାରି ନ ଥିଲେ। ଫଳରେ ସ୍ବଚ୍ଛ ତାଲିକାରେ ଅନୁଗୋଳ ସ୍ଥାନ ପାଇପାରି ନ ଥିଲା। ଉକ୍ତ ସର୍ଭେର ଦୀର୍ଘମାସ ପରେ ବି ଜିଲା ମୁଖ୍ୟ ଚିକିତ୍ସାଳୟର ସୌନ୍ଦର୍ଯ୍ୟକରଣ ଓ ପରିମଳ ଦିଗରେ ସେପରି କାର୍ଯ୍ୟ କରାଯାଇ ନାହିଁ। ଏଥିଯୋଗୁ ପୂର୍ବରୁ ହୋଇଥିବା କାର୍ଯ୍ୟ ଏବେ ନଷ୍ଟ ହେବାକୁ ବସିଛି। ଫୁଲ ଗଛଗୁଡ଼ିକ ମରିଯାଉଥିବା ବେଳେ ତାହାର ରକ୍ଷଣାବେକ୍ଷଣ କରାଯାଉ ନାହିଁ। ପଡ଼ିରହୁଥିବା ଆବର୍ଜନା ଉଠାଯାଉ ନାହିଁ। ଏହାକୁ ନେଇ ରୋଗୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ସଫେଇ କର୍ମଚାରୀ କର୍ଣ୍ଣପାତ କରୁନାହାନ୍ତି
ଉପଯୁକ୍ତ ଯତ୍ନ ନିଆ ନ ଯିବାରୁ କୁଣ୍ଡରେ ଲଗାଯାଇଥିବା ଗଛ ଗୁଡ଼ିକ ନଷ୍ଟ ହେଉଛି। ଠିକା ସଂସ୍ଥା ଦାୟିତ୍ୱ ନେଇଥିଲେ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏଥିସହ ନିର୍ମଳ ଯୋଜନାରେ ପରିମଳ କାର୍ଯ୍ୟ ଠିକା ସଂସ୍ଥାକୁ ଦିଆଯାଇଛି। କିନ୍ତୁ ସଫେଇ କର୍ମଚାରୀମାନେ କର୍ଣ୍ଣପାତ କରୁନାହାନ୍ତି।
-ଦେବାଶିଷ ଦାସ, ମେଡିକାଲ ପରିଚାଳକ
ଲିଖିତ ଭାବେ ଦିଆଯାଇନାହିଁ
ମେଡିକାଲ ପରିସରରେ ଲଗାଯାଇଥିବା ଗଛର ଦାୟିତ୍ୱ ଆମର ନୁହେଁ। ସଂସ୍ଥା ନିକଟରେ ମାଳୀ ନାହିଁ। ଏ ନେଇ କେହି ନିଯୁକ୍ତି ମଧ୍ୟ ହୋଇନାହାନ୍ତି। କର୍ତ୍ତୃପକ୍ଷ ଲିଖିତ ନୁହେଁ, କେବଳ ମୌଖିକ ଭାବେ ଗଛ ଗୁଡ଼ିକର ଯତ୍ନ ନେବାକୁ କହିଛନ୍ତି। ଆମେ ତାହା କରୁଛୁ। ସଫେଇ କାର୍ଯ୍ୟ ଠିକ୍‌ ଚାଲିଛି।
-ଶାନ୍ତନୁ ସ୍ବାଇଁ, ଠିକା ସଂସ୍ଥା ସୁପରଭାଇଜର
ସ୍ଥାୟୀ ବ୍ୟବସ୍ଥା କରାଯିବ
ମେଡିକାଲର ପରିମଳ ବ୍ୟବସ୍ଥା ଠିକ୍‌ ନାହିଁ। ଏ ନେଇ ପୌରପାଳିକାକୁ କୁହାଯାଇଛି। ପୌର କର୍ମଚାରୀ ଆସି ଅଳିଆ ଉଠାଇବେ। କୁଣ୍ଡରେ ଲଗାଯାଇଥିବା ଗଛର ଯତ୍ନ ନିଆ ନ ଯିବାରୁ ସେଗୁଡ଼ିକ ମରି ଯାଇଛି। ଏ ନେଇ ଠିକା ସଂସ୍ଥାକୁ ତାଗିଦ୍‌ କରାଯାଇଛି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କିପରି ଜାରି ରହିବ ତାହାର ସ୍ଥାୟୀ ପ୍ରତିକାର କରାଯିବ।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)
ସୁଧାର ଆସିବା ଆବଶ୍ୟକ
ମେଡିକାଲ ପରିସରରେ ଅଳିଆ ଆବର୍ଜନା ଗଦାହୋଇ ରହିଛି। ଏଥିରେ ସୁଧାର ଆସିବା ଆବଶ୍ୟକ। କରୋନା ମହାମାରୀ ସମୟରେ ପରିମଳ ଅବସ୍ଥା ଦେଖିଲେ ସେଠାରେ ପାଦ ଦେବାକୁ ଭୟ ଲାଗୁଛି। ଏପରି ସ୍ଥିତିରେ ରୋଗୀମାନଙ୍କ ଚିକିତ୍ସା କିପରି ଚାଲିଥିବ ଓ ସେମାନେ କେତେଶୀଘ୍ର ସୁସ୍ଥ ହେଉଥିବେ ତାହା ଜଣାପଡ଼ୁଛି।
-ସବିତା ଦାସ, ଅନୁଗୋଳବାସୀ
ଆନ୍ତରିକତା ଅଭାବରୁ ବିପର୍ଯ୍ୟସ୍ତ
ପରିମଳ ବ୍ୟବସ୍ଥାରେ ସୁଧାର ସହ ଡ୍ରେନ୍‌ ପାଇଁ ମାଷ୍ଟର ପ୍ଲାନ ଦୁଇ ବର୍ଷ ପୂର୍ବରୁ ହୋଇସାରିଛି। କିନ୍ତୁ ଏହା କାର୍ଯ୍ୟକାରୀ ହୋଇନାହିଁ। ଏହା ନୂଆ କଥା ନୁହେଁ। ସରକାରୀ ଅର୍ଥ ଖର୍ଚ୍ଚ କରି ଉନ୍ନୟନ କରିବାକୁ ଉଦ୍ୟମ କରାଗଲେ ମଧ୍ୟ କେତେଜଣ କର୍ମଚାରୀ ଏହାକୁ ବଦ୍‌ନାମ୍‌ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ବିପଦସଙ୍କୁଳ କୋଠରୀରେ ପିଲାଙ୍କ ବିଷ୍ୟତ: ବାରଣ୍ଡାରେ ଚାଲିଛି ପାଠପଢ଼ା

ଜମନକିରା, ୨୧/୮ (ରବୀନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟାଳୟ ଗୃହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri