ଦଖଲ କରିନେଲେଣି ଦଲାଲ

ବଇଣ୍ଡା,୨୩ା୭(ପରିକ୍ଷିତ ସାହୁ)

ସରକାରୀ ଜମି ଉପରେ ପଡ଼ିଛି ଦଲାଲଙ୍କ ଦୃଷ୍ଟି। ବିଭିନ୍ନ କୌଶଳ କରି ସେମାନେ ଅକ୍ତିଆର କରିନେଉଛନ୍ତି ଦଣ୍ଡା, ଗୋଚର, ଶ୍ମଶାନ ଓ ପାଣି ମାହାରା। ଏପରି କି ରାଜପଥ ପାର୍ଶ୍ୱରେ ଥିବା ସରକାରୀ ଜମି ମଧ୍ୟ ସେମାନଙ୍କ ଦଖଲକୁ ଚାଲିଯାଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ପଦକ୍ଷେପ କେବଳ ନୋଟିସ ଓ ଜରିମାନାରେ ଅଟକିଥିବାରୁ ବାଧାପ୍ରାପ୍ତ ହେଉଛି ବିକାଶ କାର୍ଯ୍ୟ। ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଅଭାବ ପଡ଼ିଲାଣି ଜାଗା। ଏହାକୁ ନେଇ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାରେ ଦେଖାଦେଇଛି ଜନଅସନ୍ତୋଷ।
ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଅଞ୍ଚଳରେ ଦୀର୍ଘଦିନରୁ ସରକାରୀ ଜମି ଜବରଦଖଲ ସମସ୍ୟା ବଢିବାରେ ଲାଗିଛି। ଏକର ଏକର ଜମିକୁ ଜବରଦଖଲ ସହ ଘର ନିର୍ମାଣ କରାଯାଉଛି। ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଛକ ପଡୁଥିବାରୁ ସହର ପରି ସୁବିଧା ପାଇବାକୁ ବାହାର ଅଞ୍ଚଳର ଲୋକେ ଏଠାରେ ବସତି ସ୍ଥାପନ ନିମନ୍ତେ ଆଗଭର ହେଉଛନ୍ତି। ଏହାର ସୁଯୋଗ ନେଇ ଦଲାଲମାନେ ସରକାରୀ ଜମିକୁ ଗୁଣ୍ଠ ପ୍ରତି ମାତ୍ର ୫୦ ହଜାର ଟଙ୍କାରେ ସେମାନଙ୍କୁ ବିକ୍ରି କରିଦେଉଛନ୍ତି। ବହୁ ସରକାରୀ ଚାକିରିଆ, ବଡ଼ ବ୍ୟବସାୟୀ, ଠିକାଦାର ସରକାରୀ ଜମି କିଣି ଘର ଠିଆ କରିଛନ୍ତି। ରାଜସ୍ବ ବିଭାଗର କେତେଜଣ କର୍ମଚାରୀଙ୍କୁ ବହୁ ପୂର୍ବରୁ ହାତ କରି ଦଲାଲମାନେ ନୁନୁକାପଶି ଅଞ୍ଚଳର ପ୍ଳଟ ନମ୍ବର ୧୦୪୭, ୫, ୧୧୧୪, ୩୬୫, ୧୧୬୯, ୧୧୭୦, ୩୬୭, ୬୭୬, ୩୬୫, ୬୭୭, ୩୬୭, ୬୭୦ ଓ ୯୭୯ ଆଦିକୁ ନିଜ ଅକ୍ତିଆରରେ ରଖିଛନ୍ତି। ସେହିପରି କଦଳୀମୁଣ୍ଡା, ଶରଧାମୁଣ୍ଡା, ବୈଷ୍ଠବସାହି, ବଇଣ୍ଡା ଛକ ମୌଜାରେ ସରକାରୀ ଜମି ଜବରଦଖଲ କରିଛନ୍ତି। ଚନ୍ଦନ ପୋଖରୀକୁ ବହି ଆସିଥିବା ପାଣି ମାହାରା, ଗୁମୁଖୀନାଳରୁ ବହିଥିବା ପାଣି ମାହାରା ଓ ଶିବ ମନ୍ଦିର ଦେଇ ଆସିଥିବା ପାଣି ମାହାରାକୁ ମଧ୍ୟ ଜବରଦଖଲ କରାଯାଇଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ବଇଣ୍ଡା ଅଞ୍ଚଳର ରାସ୍ତା ପାର୍ଶ୍ୱରେ ଥିବା ଅନେକ ସରକାରୀ କାର୍ଯ୍ୟାଳୟ ଭଙ୍ଗାଯାଇଛି। ହେଲେ ସରକାରୀ ଜମି ଜବରଦଖଲ ଯୋଗୁ ଏସବୁ କାର୍ଯ୍ୟାଳୟ ଅନ୍ୟତ୍ର ନିର୍ମାଣ ନିମନ୍ତେ ସ୍ଥାନାଭାବ ଦେଖାଦେଇଛି। ବେଆଇନ ଜମି ଦଖଲ ବିରୋଧରେ ବଇଣ୍ଡା ଗ୍ରାମବାସୀ ତା ୧୦ ଏପ୍ରିଲ ୨୦୧୬ ଓ ୧୮ ଅଗଷ୍ଟ ୨୦୧୮ରେ ଜିଲାପାଳ ଏବଂ ରାଜସ୍ବ ସଚିବଙ୍କୁ ଅଭିଯୋଗ କରିଥିଲେ। ୨୦୨୦ ମସିହାରେ ବଇଣ୍ଡା ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ଜମିରେ ଘର କରିଥିବା ୨୫୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମରେ ତହସିଲ କାର୍ଯ୍ୟାଳୟରେ ମାମଲା କରାଯାଇଥିଲା। ଜରିମାନା ଦେବାକୁ ନୋଟିସ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୩୫ ଜଣ ୫୩ ହଜାର ଟଙ୍କା ଜରିମାନା ଦେଇଥିଲେ। ସେବେଠାରୁ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ବଇଣ୍ଡା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବଇଣ୍ଡା ଆରଆଇ ଆନଦ ଚନ୍ଦ୍ର ସାହୁ କହିଛନ୍ତି, ଜବରଦଖଲ ଚିହ୍ନଟ କରାଯାଇଛି। ସେଠାରେ ନିର୍ମାଣ କରାଯାଇଥିବା ଘରଗୁଡିକ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚାଲିଛି।
ବିକାଶରେ ବ୍ୟବହାର କରାଯାଉ
ଜବରଦଖଲ ଯୋଗୁ ବଇଣ୍ଡାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ବାହାର ଅଞ୍ଚଳର ଲୋକେ ଆସି ଜମି ମାଫିଆଙ୍କୁ ଧରି ସରକାରୀ ଜମିରେ ଘର ନିର୍ମାଣ କରୁଛନ୍ତି। ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହଁି। ଜବରଦଖଲ ଉଚ୍ଛେଦ ସହ ବିକାଶ କାର୍ଯ୍ୟରେ ଜମି ବ୍ୟବହାର କରାଯାଉ।
-ରାଜା ଶର୍ମା, ବଇଣ୍ଡା
ମାଡ଼ି ବସିଛନ୍ତି ଶ୍ମଶାନ, ଗୋଚର
ନୁନୁକାପଶି ସହ ଅନ୍ୟ ମୌଜାରେ ଥିବା ସରକାରୀ ଜମି, ଶ୍ମଶାନ ଓ ଗୋଚର ଆଦି ଜବରଦଖଲ କରାଯାଇଛି। ସେଥିମଧ୍ୟରୁ ଅନେକ ସ୍ଥାନରେ ଲୋକେ ଘର ନିର୍ମାଣ କରିଛନ୍ତି। ସେସବୁ ଉଚ୍ଛେଦ ଦିଗରେ ତହସିଲ ପକ୍ଷରୁ ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଅଧିକ ସମସ୍ୟା ଦେଖାଦେବ।
-ଭଗବାନ ଘିୱାଲା, ନୁନୁକାପଶି
ସଙ୍କଟ ପୂର୍ବରୁ ସମାଧାନ ହେଉ
ରାଜସ୍ବ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତକରି ଦଲାଲମାନେ ବଇଣ୍ଡା ନିକଟରେ ଥିବା ସରକାରୀ ଜମିଗୁଡିକ ଜବରଦଖଲ କରୁଛନ୍ତି। ଏହି କାରଣରୁ ବିକାଶ କାର୍ଯ୍ୟ ପାଇଁ ବଇଣ୍ଡାରେ ଜମି ଅଭାବ ପଡ଼ୁଛି। ଅଧିକ ସଙ୍କଟ ଆସିବା ପୂର୍ବରୁ ଉଚ୍ଛେଦ କରାଯାଉ।
-ରମେଶ କୁମାର ବେହେରା, କଦଳୀମୁଣ୍ଡା
ବର୍ଷା ଜଳ ନିଷ୍କାସନ ହୋଇପାରୁନି
କେବଳ ସରକାରୀ ଜମି ନୁହେଁ, ବଇଣ୍ଡା ଅଞ୍ଚଳରେ ଥିବା ବହୁ ପାଣି ମାହାର ଜବରଦଖଲ କରାଯାଇଛି। ଏହି କାରଣରୁ ବର୍ଷା ଜଳ ଠିକ୍‌ ଭାବେ ନିଷ୍କାସନ ହୋଇପାରୁନାହିଁ। ଅନେକ ଲୋକଙ୍କ ଘରେ ପାଣି ପଶିଯାଉଥିବାରୁ ସେମାନେ ସମସ୍ୟା ଭୋଗୁଛନ୍ତି। ଜବରଦଖଲ ଉଚ୍ଛେଦ ଜରୁରୀ ହୋଇପଡ଼ିଛି।
-ଜଳଧର ସାହୁ, ସରପଞ୍ଚ
ମାମଲା ସହ ଗିରଫ କରାଯିବ
ସରକାରୀ ଜମି ଜବରଦଖଲ ସମ୍ପୂର୍ଣ୍ଣ ବେଆଇନ। ଏପରି ଲୋକଙ୍କୁ ଚିହ୍ନଟ କରାଯାଇ ଉଚ୍ଛେଦ ନିମନ୍ତେ ଶୀଘ୍ର ପଦକ୍ଷେପ ନିଆଯିବ। ପାଣି ମାହାରା ମାଡ଼ି ବସିଥିବା ବ୍ୟକ୍ତିମାନଙ୍କ ନାମରେ ମାମଲା କରାଯିବ। ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯିବ।
-ଶାନ୍ତି ସ୍ବରୂପ ମିଶ୍ର, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri