ଦଖଲ କରିନେଲେଣି ଦଲାଲ

ବଇଣ୍ଡା,୨୩ା୭(ପରିକ୍ଷିତ ସାହୁ)

ସରକାରୀ ଜମି ଉପରେ ପଡ଼ିଛି ଦଲାଲଙ୍କ ଦୃଷ୍ଟି। ବିଭିନ୍ନ କୌଶଳ କରି ସେମାନେ ଅକ୍ତିଆର କରିନେଉଛନ୍ତି ଦଣ୍ଡା, ଗୋଚର, ଶ୍ମଶାନ ଓ ପାଣି ମାହାରା। ଏପରି କି ରାଜପଥ ପାର୍ଶ୍ୱରେ ଥିବା ସରକାରୀ ଜମି ମଧ୍ୟ ସେମାନଙ୍କ ଦଖଲକୁ ଚାଲିଯାଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ପଦକ୍ଷେପ କେବଳ ନୋଟିସ ଓ ଜରିମାନାରେ ଅଟକିଥିବାରୁ ବାଧାପ୍ରାପ୍ତ ହେଉଛି ବିକାଶ କାର୍ଯ୍ୟ। ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଅଭାବ ପଡ଼ିଲାଣି ଜାଗା। ଏହାକୁ ନେଇ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାରେ ଦେଖାଦେଇଛି ଜନଅସନ୍ତୋଷ।
ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଅଞ୍ଚଳରେ ଦୀର୍ଘଦିନରୁ ସରକାରୀ ଜମି ଜବରଦଖଲ ସମସ୍ୟା ବଢିବାରେ ଲାଗିଛି। ଏକର ଏକର ଜମିକୁ ଜବରଦଖଲ ସହ ଘର ନିର୍ମାଣ କରାଯାଉଛି। ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଛକ ପଡୁଥିବାରୁ ସହର ପରି ସୁବିଧା ପାଇବାକୁ ବାହାର ଅଞ୍ଚଳର ଲୋକେ ଏଠାରେ ବସତି ସ୍ଥାପନ ନିମନ୍ତେ ଆଗଭର ହେଉଛନ୍ତି। ଏହାର ସୁଯୋଗ ନେଇ ଦଲାଲମାନେ ସରକାରୀ ଜମିକୁ ଗୁଣ୍ଠ ପ୍ରତି ମାତ୍ର ୫୦ ହଜାର ଟଙ୍କାରେ ସେମାନଙ୍କୁ ବିକ୍ରି କରିଦେଉଛନ୍ତି। ବହୁ ସରକାରୀ ଚାକିରିଆ, ବଡ଼ ବ୍ୟବସାୟୀ, ଠିକାଦାର ସରକାରୀ ଜମି କିଣି ଘର ଠିଆ କରିଛନ୍ତି। ରାଜସ୍ବ ବିଭାଗର କେତେଜଣ କର୍ମଚାରୀଙ୍କୁ ବହୁ ପୂର୍ବରୁ ହାତ କରି ଦଲାଲମାନେ ନୁନୁକାପଶି ଅଞ୍ଚଳର ପ୍ଳଟ ନମ୍ବର ୧୦୪୭, ୫, ୧୧୧୪, ୩୬୫, ୧୧୬୯, ୧୧୭୦, ୩୬୭, ୬୭୬, ୩୬୫, ୬୭୭, ୩୬୭, ୬୭୦ ଓ ୯୭୯ ଆଦିକୁ ନିଜ ଅକ୍ତିଆରରେ ରଖିଛନ୍ତି। ସେହିପରି କଦଳୀମୁଣ୍ଡା, ଶରଧାମୁଣ୍ଡା, ବୈଷ୍ଠବସାହି, ବଇଣ୍ଡା ଛକ ମୌଜାରେ ସରକାରୀ ଜମି ଜବରଦଖଲ କରିଛନ୍ତି। ଚନ୍ଦନ ପୋଖରୀକୁ ବହି ଆସିଥିବା ପାଣି ମାହାରା, ଗୁମୁଖୀନାଳରୁ ବହିଥିବା ପାଣି ମାହାରା ଓ ଶିବ ମନ୍ଦିର ଦେଇ ଆସିଥିବା ପାଣି ମାହାରାକୁ ମଧ୍ୟ ଜବରଦଖଲ କରାଯାଇଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ବଇଣ୍ଡା ଅଞ୍ଚଳର ରାସ୍ତା ପାର୍ଶ୍ୱରେ ଥିବା ଅନେକ ସରକାରୀ କାର୍ଯ୍ୟାଳୟ ଭଙ୍ଗାଯାଇଛି। ହେଲେ ସରକାରୀ ଜମି ଜବରଦଖଲ ଯୋଗୁ ଏସବୁ କାର୍ଯ୍ୟାଳୟ ଅନ୍ୟତ୍ର ନିର୍ମାଣ ନିମନ୍ତେ ସ୍ଥାନାଭାବ ଦେଖାଦେଇଛି। ବେଆଇନ ଜମି ଦଖଲ ବିରୋଧରେ ବଇଣ୍ଡା ଗ୍ରାମବାସୀ ତା ୧୦ ଏପ୍ରିଲ ୨୦୧୬ ଓ ୧୮ ଅଗଷ୍ଟ ୨୦୧୮ରେ ଜିଲାପାଳ ଏବଂ ରାଜସ୍ବ ସଚିବଙ୍କୁ ଅଭିଯୋଗ କରିଥିଲେ। ୨୦୨୦ ମସିହାରେ ବଇଣ୍ଡା ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ଜମିରେ ଘର କରିଥିବା ୨୫୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମରେ ତହସିଲ କାର୍ଯ୍ୟାଳୟରେ ମାମଲା କରାଯାଇଥିଲା। ଜରିମାନା ଦେବାକୁ ନୋଟିସ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୩୫ ଜଣ ୫୩ ହଜାର ଟଙ୍କା ଜରିମାନା ଦେଇଥିଲେ। ସେବେଠାରୁ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ବଇଣ୍ଡା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବଇଣ୍ଡା ଆରଆଇ ଆନଦ ଚନ୍ଦ୍ର ସାହୁ କହିଛନ୍ତି, ଜବରଦଖଲ ଚିହ୍ନଟ କରାଯାଇଛି। ସେଠାରେ ନିର୍ମାଣ କରାଯାଇଥିବା ଘରଗୁଡିକ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚାଲିଛି।
ବିକାଶରେ ବ୍ୟବହାର କରାଯାଉ
ଜବରଦଖଲ ଯୋଗୁ ବଇଣ୍ଡାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ବାହାର ଅଞ୍ଚଳର ଲୋକେ ଆସି ଜମି ମାଫିଆଙ୍କୁ ଧରି ସରକାରୀ ଜମିରେ ଘର ନିର୍ମାଣ କରୁଛନ୍ତି। ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହଁି। ଜବରଦଖଲ ଉଚ୍ଛେଦ ସହ ବିକାଶ କାର୍ଯ୍ୟରେ ଜମି ବ୍ୟବହାର କରାଯାଉ।
-ରାଜା ଶର୍ମା, ବଇଣ୍ଡା
ମାଡ଼ି ବସିଛନ୍ତି ଶ୍ମଶାନ, ଗୋଚର
ନୁନୁକାପଶି ସହ ଅନ୍ୟ ମୌଜାରେ ଥିବା ସରକାରୀ ଜମି, ଶ୍ମଶାନ ଓ ଗୋଚର ଆଦି ଜବରଦଖଲ କରାଯାଇଛି। ସେଥିମଧ୍ୟରୁ ଅନେକ ସ୍ଥାନରେ ଲୋକେ ଘର ନିର୍ମାଣ କରିଛନ୍ତି। ସେସବୁ ଉଚ୍ଛେଦ ଦିଗରେ ତହସିଲ ପକ୍ଷରୁ ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଅଧିକ ସମସ୍ୟା ଦେଖାଦେବ।
-ଭଗବାନ ଘିୱାଲା, ନୁନୁକାପଶି
ସଙ୍କଟ ପୂର୍ବରୁ ସମାଧାନ ହେଉ
ରାଜସ୍ବ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତକରି ଦଲାଲମାନେ ବଇଣ୍ଡା ନିକଟରେ ଥିବା ସରକାରୀ ଜମିଗୁଡିକ ଜବରଦଖଲ କରୁଛନ୍ତି। ଏହି କାରଣରୁ ବିକାଶ କାର୍ଯ୍ୟ ପାଇଁ ବଇଣ୍ଡାରେ ଜମି ଅଭାବ ପଡ଼ୁଛି। ଅଧିକ ସଙ୍କଟ ଆସିବା ପୂର୍ବରୁ ଉଚ୍ଛେଦ କରାଯାଉ।
-ରମେଶ କୁମାର ବେହେରା, କଦଳୀମୁଣ୍ଡା
ବର୍ଷା ଜଳ ନିଷ୍କାସନ ହୋଇପାରୁନି
କେବଳ ସରକାରୀ ଜମି ନୁହେଁ, ବଇଣ୍ଡା ଅଞ୍ଚଳରେ ଥିବା ବହୁ ପାଣି ମାହାର ଜବରଦଖଲ କରାଯାଇଛି। ଏହି କାରଣରୁ ବର୍ଷା ଜଳ ଠିକ୍‌ ଭାବେ ନିଷ୍କାସନ ହୋଇପାରୁନାହିଁ। ଅନେକ ଲୋକଙ୍କ ଘରେ ପାଣି ପଶିଯାଉଥିବାରୁ ସେମାନେ ସମସ୍ୟା ଭୋଗୁଛନ୍ତି। ଜବରଦଖଲ ଉଚ୍ଛେଦ ଜରୁରୀ ହୋଇପଡ଼ିଛି।
-ଜଳଧର ସାହୁ, ସରପଞ୍ଚ
ମାମଲା ସହ ଗିରଫ କରାଯିବ
ସରକାରୀ ଜମି ଜବରଦଖଲ ସମ୍ପୂର୍ଣ୍ଣ ବେଆଇନ। ଏପରି ଲୋକଙ୍କୁ ଚିହ୍ନଟ କରାଯାଇ ଉଚ୍ଛେଦ ନିମନ୍ତେ ଶୀଘ୍ର ପଦକ୍ଷେପ ନିଆଯିବ। ପାଣି ମାହାରା ମାଡ଼ି ବସିଥିବା ବ୍ୟକ୍ତିମାନଙ୍କ ନାମରେ ମାମଲା କରାଯିବ। ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯିବ।
-ଶାନ୍ତି ସ୍ବରୂପ ମିଶ୍ର, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri