ଚୋରି ବଢ଼ୁଥିବାରୁ ପଶିଲା ଚେତା

ଅନୁଗୋଳ ଅଫିସ, ୨୦ା୭ – ଚାରିଆଡ଼େ ସିସିଟିଭି ଲଗାଯାଇଛି। ଘରୋଇ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଘନ ଘନ ଚୋରି ଚାଲିଛି। କେତେଜଣ ଠିକା ସଫେଇ କର୍ମଚାରୀ କେତେବେଳେ କେଉଁ ସାମଗ୍ରୀ ଚୋରାଇ ନେଉଛନ୍ତି, ତାହାର ଠିକ୍‌ ଠିକଣା ପାଉନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ। ଘଟଣା ପଦାକୁ ଆସିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତେବେ ବାରମ୍ବାର ଚୋରି ପରେ ଏବେ ପ୍ରଶାସନର ଚେତା ଉଦୟ ହୋଇଛି। କାର୍ଯ୍ୟରତ ଠିକା ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ଚରିତ୍ର ପ୍ରମାଣପତ୍ର ସହ ପୋଲିସ ଭେରିଫିକେଶନ ସାର୍ଟିଫିକେଟ୍‌ ଦେବାକୁ ମେଡିକାଲ ପ୍ରଶାସନ ପକ୍ଷରୁ ଠିକା ସଂସ୍ଥାକୁ ଚିଠି କରାଯାଇଛି। କିଛିଦିନ ତଳେ ମେଡିକାଲର କରୋନା ଆଇସୋଲେଶନ୍‌ ୱାର୍ଡରୁ ଅକ୍ସିଜେନ୍‌ ସିଲିଣ୍ଡର ଚୋରି ହୋଇଥିଲା। ଏଥିରେ ଜଣେ ଠିକା ସଫେଇ କର୍ମଚାରୀଙ୍କ ହାତ ଥିବା ଜଣାପଡ଼ିଥିଲା। ସେହିପରି ଅନେକ ସମୟରେ ଟେବୁଲ ଚେୟାର ଠାରୁ ଆରମ୍ଭ କରି ଅନ୍ୟ ସାମଗ୍ରୀମାନ ଚୋରି ହେଉଛି। ସିସିଟିଭି ଫୁଟେଜ୍‌ରେ ଏସବୁ ଚୋରିର ଦୃଶ୍ୟ ରହିଛି। କିନ୍ତୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଏପରି ଚୋରି ଘଟଣା ବଢ଼ିବାରେ ଲାଗିଛି। ଧରାପଡ଼ିଥିବା ଜଣେ ଠିକା କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଠିକା ସଂସ୍ଥା ପକ୍ଷରୁ ତାହା ପାଳନ କରାଯାଉନାହିଁ। ଏହାକୁ ନେଇ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିଭଳି ମେଡିକାଲରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀମାନେ ମଧ୍ୟ ଏପରି ଢିଲା ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ବିଭିନ୍ନ ସାମଗ୍ରୀ ବାହାରକୁ ନିଆଯାଉଥିବା ବେଳେ ତାହା କିପରି ସେମାନଙ୍କ ଦୃଷ୍ଟିକୁ ଆସୁନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଳମ୍ବରେ ହେଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଚୋରି ଘଟଣାକୁ ନେଇ ଚିନ୍ତିତ ହୋଇଛନ୍ତି। ସଫେଇ ଓ ସୁରକ୍ଷା କର୍ମୀ ନିୟୋଜିତ କରିଥିବା ଠିକା ସଂସ୍ଥାକୁ ସମସ୍ତଙ୍କ ଚରିତ୍ର ପ୍ରମାଣପତ୍ର ଦେବାକୁ ଚିଠି ଲେଖିଛନ୍ତି। ସେହିପରି ପୋଲିସ ଭେରିଫିକେସନ୍‌ ସାର୍ଟିଫିିକେଟ୍‌ ମଧ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚୋରି ହେଲେ ଠିକା ସଂସ୍ଥା ଦାୟୀ ରହିବ
ମେଡିକାଲରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। କେତେଜଣ ସଫେଇ କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ୁଛି। ତେଣୁ ସେମାନଙ୍କ ଚରିତ୍ର ସାର୍ଟିଫିକେଟ୍‌ ସହ ପୋଲିସ ଭେରିଫିକେଶନ୍‌ ଦେବାକୁ କୁହାଯାଇଛି। ସେହିପରି ସୁରକ୍ଷାକର୍ମୀ ନିୟୋଜିତ କରିଥିବା ଠିକା ସଂସ୍ଥାକୁ ମଧ୍ୟ ଚିଠି କରାଯାଇଛି। ସେମାନଙ୍କୁ ୧୫ ଦିନ ସମୟ ଦିଆଯାଇଛି। ସାର୍ଟିଫିକେଟ୍‌ ନ ଦେଲେ ଆଗାମୀ ଦିନରେ ମେଡିକାଲରେ ଚୋରି ହେଲେ ଉକ୍ତ ସଂସ୍ଥା ଦାୟୀ ରହିବେ।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)
ସାର୍ଟିଫିକେଟ୍‌ ପ୍ରଦାନ କରାଯିବ
ଟେଣ୍ଡର ସମୟରେ ଏହି ଚରିତ୍ର ପ୍ରମାଣପତ୍ର ମଗାଯାଇ ନ ଥିଲା। ଏବେ ମେଡିକାଲ କର୍ତ୍ତୃପକ୍ଷ ଏସବୁ ସାର୍ଟିଫିକେଟ୍‌ ମାଗିଛନ୍ତି। ଏହାକୁ ୧୫ ଦିନ ମଧ୍ୟରେ ପ୍ରଦାନ କରାଯିବ। ଏପରି କି ସଫେଇ କର୍ମଚାରୀଙ୍କୁ ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ ନ ରହିବା ପାଇଁ କୁହାଯାଇଛି। ସାର୍ଟିଫିକେଟ୍‌ ପ୍ରଦାନ ସହ କିଭଳି ମେଡିକାଲରେ ସୁରୁଖୁରୁରେ କାର୍ଯ୍ୟ ହେବ, ସେ ନେଇ ଦୃଷ୍ଟି ଦିଆଯିବ।
-ଶାନ୍ତନୁ ସ୍ବାଇଁ, ଠିକା ସଂସ୍ଥା ସୁପରଭାଇଜର
ପୂର୍ବରୁ ଏଭଳି ହୋଇଆସୁଛି
ଏହି ଘଟଣା ନୂଆ ନୁହେଁ। ବହୁ ପୂର୍ବରୁ ମେଡିକାଲରୁ ଚୋରି ହୋଇଆସୁଛି। ବାରମ୍ବାର ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ ପ୍ରଶାସନ କାହିଁକି କଠୋର ହେଉନାହାନ୍ତି, ତାହା ସମସ୍ତଙ୍କୁ ଚକିତ କରୁଛି। ଏଥିପ୍ରତି ଅଧିକ ସତର୍କ ହେବା ସହ ଯେଉଁମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
-ସରିତା ମିଶ୍ର, ଅନୁଗୋଳ ବାସିନ୍ଦା
ମୁଖ୍ୟ ଚିକିତ୍ସାଳୟର ସୁନାମ କମିବ
ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ସହ ପଡ଼ୋଶୀ ଜିଲାର ଲୋକମାନେ ନିର୍ଭର କରୁଛନ୍ତି। ସେମାନେ ମେଡିକାଲକୁ ଆସି ଠକାମିର ଶିକାର ହେଉଥିବା ଅନେକ ସମୟରେ ଅଭିଯୋଗ ଆସୁଛି। ଏହାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏଠାରେ ଥିବା କେତେଜଣ ଅସାଧୁ କର୍ମଚାରୀଙ୍କୁ ତୁରନ୍ତ ବିଦା କରାଯିବା ଦରକାର। ମେଡିକାଲ ପ୍ରଶାସନ ଯଦି କଠୋର ହେଉନାହିଁ, ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ଆବଶ୍ୟକ।
-ଅଭୟ ରାୟ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri