Odisha Elections 2024

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁନର୍ଜୀବିତ କରିବାକୁ ପ୍ରୟାସ; ଉତ୍ତରପ୍ରଦେଶ ଗଲେ ୧୫ ଗ୍ରାମର ବାସିନ୍ଦା

ବନ୍ତଳା, ୨୩ା୯ (ଡି.ଏନ.ଏ.) ମହାବଳ ବାଘ ମହାବୀରର ମୃତ୍ୟୁପରଠାରୁ ଅନୁଗୋଳ ଜିଲା ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡ଼ିଛି। ବାଘୁଣୀ ସୁନ୍ଦରୀ ୧୦ମାସ ହେଲାଣି ବନ୍ଦୀ ଜୀବନ କାଟୁଛି। ଏପରି ସ୍ଥିତିରେ ଏବେ ସୁନ୍ଦରୀକୁ ବନ ବିଭାଗ ସାତକୋଶିଆ ଜଙ୍ଗଲ ମଧ୍ୟରେ ଛାଡ଼ିବାକୁ ଯୋଜନା କରୁଛି। ତେବେ ଏଥିପୂର୍ବରୁ ଅଭୟାରଣ୍ୟ ନିକଟରେ ରହୁଥିବା ଲୋକଙ୍କ ମନରେ ପ୍ରଥମେ ବିଶ୍ୱାସ ଜନ୍ମାଇବା ପାଇଁ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ଗ୍ରାମବାସୀଙ୍କୁ ଉତ୍ତରପ୍ରଦେଶସ୍ଥିତ ପିଲିଭିଟ୍‌ ବ୍ୟାଘ୍ର ପ୍ରକଳ୍ପ ପରିଦର୍ଶନରେ ନେଇଛନ୍ତି ବନ କର୍ତ୍ତୃପକ୍ଷ। ସାତକୋଶିଆର ଗଇଁଦି, ହାତିବାରି, ଛୋଟକେଇ, ଟୁଲୁକା, ତରଭା, ଟିକରପଡ଼ା, ମଝିପଡ଼ା ଗ୍ରାମର ୮ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ଛାମୁଣ୍ଡିଆ, କୁସଙ୍ଗ ଆଦି ଗ୍ରାମରୁ ୭ଜଣ ଗ୍ରାମବାସୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ବ୍ୟାଘ୍ର ପ୍ରକଳ୍ପ ନିକଟରେ ଲୋକେ କିପରି ବସବାସ କରୁଛନ୍ତି, ତାକୁ ନିକଟରୁ ଦେଖିବେ ସାତକୋଶିଆବାସୀ। ଏହା ହିଁ ପରିଦର୍ଶନର ପ୍ରମୁଖ ଉଦ୍ଦେଶ୍ୟ। ସମ୍ପୃକ୍ତ ଗ୍ରାମବାସୀ ଅନୁଗୋଳରୁ କଟକ ଏବଂ କଟକରୁ ଉତ୍ତରପ୍ରଦେଶକୁ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏସିଏଫ୍‌ ରାଜକିଶୋର ସ୍ବାଇଁ କହିଛନ୍ତି।
ଗ୍ରାମବାସୀ ପିଲିଭିଟ୍‌ ବ୍ୟାଘ୍ର ଅଭୟାରଣ୍ୟ ବୁଲିବେ। ସେଠାକାର ପରିବେଶ ଓ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିବା ଅଧିବାସୀଙ୍କ ସହ ମିଶିବେ। ସେଠାରେ ରାତ୍ରିଯାପନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୁଇଦିନ ଅଭୟାରଣ୍ୟ ବୁଲିବା ପରେ ଉତ୍ତରାଖଣ୍ଡର କୋର୍‌ବେଟ୍‌ ବ୍ୟାଘ୍ର ଅଭୟାରଣ୍ୟ ପରିଭ୍ରମଣ କାର୍ଯ୍ୟକ୍ରମ ରହିଛି। ଲୋକଙ୍କ
ଚାଲିଚଳଣି ଓ ବ୍ୟାଘ୍ର ପ୍ରକଳ୍ପ ଦ୍ବାରା ଜମି ହରାଇଥିବା ଲୋକେ କେମିତି ସେହି ପ୍ରକଳ୍ପ ଦ୍ବାରା ରୋଜଗାରକ୍ଷମ ହୋଇପାରିଛନ୍ତି ସେଠାରେ ଲୋକେ ତାହା ଶିକ୍ଷା କରିବେ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି। ୨ ଫରେଷ୍ଟର, ଜଣେ ଡେପୁଟି ରେଞ୍ଜର, ଜଣେ ରେଞ୍ଜର, ଜଣେ ଏସିଏଫ୍‌ଙ୍କ ସମେତ ମୋଟ ୨୦ଜଣ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଯାତାୟାତ, ରହଣି, ଖାଇବା ଖର୍ଚ୍ଚ ଏନ୍‌ଟିସିଏ ବହନ କରିବ ବୋଲି
ଏସିଏଫ୍‌ ସୂଚନା ଦେଇଛନ୍ତି।
ଏ ବିଷୟରେ ସାତକୋଶିଆ ଡିଏଫଓ ରାମସ୍ବାମୀ ପି କୁହନ୍ତି ଶନିବାର ରାତି ୧୨ଟା ୩୦ରେ କଟକ ଓ ଭୁବନେଶ୍ୱର ଷ୍ଟେଶନରୁ ଜଗନ୍ନାଥ ଏକ୍ସପ୍ରେସ୍‌ରେ ସାତକୋଶିଆ ବନଖଣ୍ଡ ଓ ମହାନଦୀ ବନଖଣ୍ଡ ଅଧୀନର ଗ୍ରାମର ବାସିନ୍ଦା ସହ ଜଣେ ରେଞ୍ଜର, ଡେପୁଟି ରେଞ୍ଜର, ଫରେଷ୍ଟର ଯାଇଛନ୍ତି। ସୋମବାର ପୂର୍ବାହ୍ନ ସାଢେ ୧୧ଟାରେ ବରେଲି ଷ୍ଟେଶନଠାରେ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ସେପ୍ଟେମ୍ବର ୨୪, ୨୫, ୨୬, ୨୭ ତାରିଖ ଚାରିଦିନ ସେଠାରେ ରହି ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହିତ ବାଘ ଓ ମଣିଷ ସହିତ ସମ୍ପର୍କ, ରୋଜଗାର, ବିକାଶ ଓ ଅନ୍ୟାନ୍ୟ ପର୍ଯ୍ୟଟନର ଉନ୍ନତି ବିଷୟରେ ଜାଣିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟଦାନରୁ ବଞ୍ଚିତ ହେଲେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

ଢେଙ୍କାନାଳ,୨୬ା୫(ରତନ ନାୟାର): ଢେଙ୍କାନାଳର ବିଶିଷ୍ଟ ସାହିତି୍ୟକ, ଗବେଷକ ଓ ଭାଷାବିତ୍‌ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଶନିବାର ଭୋଟଦାନରୁ ବଞ୍ଚିତ ହୋଇଛନ୍ତି। ସେ ଓ ତାଙ୍କ...

ସାତକୋଶିଆରେ ଜନ୍ମନେଲେ ୩୫ ଘଡ଼ିଆଳ ଶାବକ

ବୌଦ୍ଧ,୨୬ା୫(ଅଜିତ କୁମାର ବାରିକ): ସାତକୋଶିଆ ଗଣ୍ଡରେ ୩୫ ଘଡ଼ିଆଳ କୁମ୍ଭୀର ଶାବକ ଜନ୍ମ ନେଇଥିବା ଜଣାପଡ଼ିଛି। ଗତ ଗୁରୁବାର ସାତକୋଶିଆର ବଳଦମଡ଼ା ନିକଟରେ ଏକ ଘଡ଼ିଆଳ...

ଇଭିଏମ୍‌ ଭାଙ୍ଗି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା/ ବୋଲଗଡ଼, ୨୬ା୫ (ପ୍ରଭାତ ପାଣିଗ୍ରାହୀ/ ଦେବବ୍ରତ ହୋତା): ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ଶନିବାର...

ଇଭିଏମ୍‌ ସିଲ୍‌ ପୂର୍ବରୁ ଚେତା ହରାଇଲେ ପୋଲିଂ ଅଫିସର

ପାଟଣା,୨୫ା୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ନିର୍ବାଚନ କାର୍ଯ୍ୟ କରୁଥିବା ଜଣେ ଫାଷ୍ଟ ପୋଲିଂ ଅଫିସର ଶନିବାର ରାତିରେ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ମୃତ ଭାବି ଥାନାରେ ଆତ୍ମସମର୍ପଣ କଲେ ଦୁଇ ଆକ୍ରମଣକାରୀ

ଛତ୍ରପୁର,୨୫ା୫(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣ ନେଇ...

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା

କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର...

ବାତ୍ୟା ଭୟ: ଉପକୂଳରେ ହାଇଆଲର୍ଟ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୋଗରାଇ,୨୫ା୫(ପ୍ରଦୀପ ଦାସ): ମଧ୍ୟବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ରେମାଲ’ ନାମକ ସାମୁଦ୍ରିକ ଝଡ଼ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳଆଡ଼କୁ ଘଣ୍ଟାକୁ ୧୭ କିମି ବେଗରେ...

ଭୋଟ୍‌ ଦେବାକୁ ଆସି ଫେରିଗଲେ ଭୋଟର

ନିରାକାରପୁର,୨୫ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଶାନ୍ତିଶୃଙ୍ଖଳାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri