Odisha Elections 2024

ଫନୀକୁ ବିତିଲା ସାଢେ ୫ ମାସ: ପ୍ରଭାବିତ କାରିଗରଙ୍କୁ ମିଳିଲାନି କ୍ଷତିପୂରଣ, ଆନ୍ଦୋଳନ ପାଇଁ ସଜବାଜ ଶିଳ୍ପୀ ମହାସଂଘ

ଯାଜପୁର ଅଫିସ,୧୭|୯- କୁଟୀର ଶିଳ୍ପ ତଥା ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଯାଜପୁର ଜିଲାର କାରିଗରମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଜିଲାର ଏହି ହସ୍ତଶିଳ୍ପ ପାଇଁ ଗୁରୁଦାୟିତ୍ୱ ବହନ କରିଥିବା ଜିଲା ଶିଳ୍ପ କେନ୍ଦ୍ର(ଡିଆଇସି) ନିଷ୍କ୍ରିୟ ହୋଇ ପଡିଥିବାରୁ କାରିଗରଙ୍କ ଜୀବନଧାରଣର ମାନ ଅପରିବର୍ତ୍ତିତ ରହିଛି। ଶତାଧିକ ହସ୍ତଶିଳ୍ପ ଓ ୨ ପୌରାଞ୍ଚଳରେ ୩୦୬୭ ଜଣ କାରିଗର ଫନୀ ଯୋଗୁ ପ୍ରଭାବିତ ହୋଇଛନ୍ତି। ଏଥିରେ କୋରେଇ ବ୍ଲକର ୩୮ଜଣ, ବ୍ୟାସନଗର ପୌରାଞ୍ଚଳର ୧୮ଜଣ, ବରୀ ବ୍ଲକର ୧୨୨ଜଣ, ରସୁଲପୁର ବ୍ଲକର ୬୧୩ ଜଣ, ସୁକିନ୍ଦା ବ୍ଲକର ୯୧ଜଣ, ଦାନଗଦୀ ବ୍ଲକର ୩୧ ଜଣ, ବିଞ୍ଝାରପୁର ବ୍ଲକର ୨୧୦ଜଣ, ଦଶରଥପୁର ବ୍ଲକର ୬୧ଜଣ, ଯାଜପୁର ବ୍ଲକର ୭୨୭ ଜଣ, ଯାଜପୁର ପୌରାଞ୍ଚଳର ୩୬ ଜଣ, ଧର୍ମଶାଳା ବ୍ଲକର ୭୭୫ ଜଣ ଓ ବଡଚଣା ବ୍ଲକର ୩୪୫ ଜଣ କାରିଗର ପ୍ରଭାବିତ ହୋଇଛନ୍ତି ା ଏଥିରେ ହସ୍ତଶିଳ୍ପଙ୍କ ବିଭିନ୍ନ କଞ୍ଚାମାଳ, ନିର୍ମାଣ ସାମଗ୍ରୀ, କର୍ମଶାଳା, ମୂର୍ତ୍ତି, କୋଇଲା, ବୈଦ୍ୟୁଦିକ ଯନ୍ତ୍ରପାତି ଆଦି ନଷ୍ଟ ହୋଇଥିଲା। କାରିଗରଙ୍କ କାଇଁଚ, ନିର୍ମାଣ ସାମଗ୍ରୀ, ପଥର କାରିଗରଙ୍କ କଞ୍ଚାମାଳ ଓ କର୍ମଶାଳା ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହାବାଦ କଂସା ପିତ୍ତଳ ଏବଂ ଟେରାକୋଟା ନିର୍ମାଣରେ କୁଣ୍ଡପାଟଣା, ବାଲିପାଟଣା, ଅତଲାପୁର, ସାମନ୍ତପୁର, ବୈଦ୍ୟରାଜପୁର, ବୁଗୁଡି, ପଣସୁଧା, ଲକ୍ଷ୍ମୀନଗର, ପ୍ରଥମାଖଣ୍ଡି, ଗୋପାଳପୁର, ଲକ୍ଷ୍ମୀନଗର ଆଦି ଗ୍ରାମର କାରିଗରମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏନେଇ କାରିଗରଙ୍କ ପକ୍ଷରୁ ସଂଗଠନ ସମ୍ପାଦକ ପ୍ରିୟରଞ୍ଜନ କରଙ୍କ ନେତୃତ୍ୱରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଡିଆନ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏଯାଏ କୌଣସି ସୁଫଳ ନ ମିଳିବାରୁ ଫନୀ ପ୍ରଭାବିତ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାବାଦ ୨୦୧୮ ମାର୍ଚ୍ଚରେ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଏବଂ ଉନ୍ନୟନ ପରିଷଦ ଗଠନ ହୋଇଛି। ଏଥିପାଇଁ ୨୦କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। କିନ୍ତୁ ବିଡମ୍ବନା ଯେ, ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଅସହଯୋଗ କାରଣରୁ ଏହି ପରିଷଦ ଏଯାଏ ସକ୍ରିୟ ହୋଇପାରି ନାହିଁ ା ଫଳରେ ମଞ୍ଜୁର ହୋଇଥିବା ଅର୍ଥ କାରିଗରଙ୍କ ହିତରେ ଆସିପାରି ନାହିଁ। ଏପରିକି ହସ୍ତଶିଳ୍ପୀଙ୍କ ଉପତ୍ାଦିତ କଳାକୃତି କିଣିବାରେ ରାଜ୍ୟ ହସ୍ତଶିଳ୍ପ ସମବାୟ ନିଗମ ପକ୍ଷରୁ ଅନାଗ୍ରହ ପ୍ରକାଶ ପାଉଛି। ଏନେଇ ଗତ ୧୩ ତାରିଖରେ ରାଜ୍ୟ ହସ୍ତଶିଳ୍ପ ସମବାୟ ନିଗମ (ଉକତ୍ଳିକା) ସମ୍ମୁଖରେ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଗଣଧାରଣା ଦିଆଯାଇଛି। ସେହିପରି ଫନୀ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ମହାସଂଘ ସଭାପତି ଉଦୟନାଥ ମହାନ୍ତି ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ନିରଞ୍ଜନ ନାୟକଙ୍କୁ ପଚାରିବାରେ, ସେ କହିଛନ୍ତି ଫନୀ ପ୍ରଭାବିତଙ୍କ ତାଲିକା ଓ କ୍ଷୟକ୍ଷତିର ପରିମାଣ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦିଆଯାଇଛି ା ଅନୁଦାନ ଆସିଲେ କ୍ଷତିପୂରଣ ପ୍ରଦାନ କରାଯିବ।
ଫଟୋ ଅଛି-


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri