ମେଡିକାଲର ୩ଶହ କର୍ମଚାରୀ ନେଲେ ତାଲିମ: ପଢ଼ିଲେ ଅଗ୍ନି ନିରାପତ୍ତା ପାଠ

ଅନୁଗୋଳ ଅଫିସ, ୧୫।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ମଚାରୀଙ୍କୁ ଶନିବାର ଅଗ୍ନି ନିରାପତ୍ତା ପାଠ ପଢ଼ାଯାଇଛି। କୌଣସି ସ୍ଥାନରେ ଅଗ୍ନି ସଂଯୋଗ ହେଲେ କିପରି ତୁରନ୍ତ ରୋକାଯାଇ ପାରିବ ସେ ସମ୍ପର୍କରେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଏହି ପାଠ ପଢ଼ାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ୫ ମହଲା ଅଟ୍ଟାଳିକା ନିକଟରେ ୩ଶହ କର୍ମଚାରୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ଅନୁଗୋଳ ଅଗ୍ନିଶମ ଅଧିକାରୀ ସର୍ବେଶ୍ୱର ବରାଳଙ୍କ ସମେତ ଅନ୍ୟମାନେ ମେଡିକାଲ ପରିସରରେ ମକ୍‌୍‌ ଡ୍ରିଲ କରି ଅଗ୍ନି ନିରାପତ୍ତା ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସହ ମ୍ୟାନେଜର ଉପସ୍ଥିତ ଥିଲେ।
ମେଡିକାଲ କାନ୍ଥରେ ଝୁଲୁଥିବା ଅଗ୍ନି ନିରାପତ୍ତା ସିଲିଣ୍ଡରକୁ କିପରି ବ୍ୟବହାର କରାଯିବ ସେ ନେଇ କର୍ମଚାରୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ବୁଝାଯାଇଥିଲା। ସେହିପରି ବିଦ୍ୟୁତ୍‌ ଶଟସର୍କିଟକୁ କିପରି ଆୟତ୍ତ କରାଯିବ ଓ ଲୋକଙ୍କୁ ସୁରକ୍ଷିତ ରଖାଯିବ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା। ମେଡିକାଲ କର୍ମଚାରୀ, ନର୍ସ, ସୁରକ୍ଷା କର୍ମଚାରୀ ଓ ଅନ୍ୟମାନେ ଏହି ତାଲିମ ନେଇଥିଲେ। ଅଗ୍ନିଶମ ଅଧିକାରୀ ବରାଳଙ୍କ ସମେତ ରବୀନ୍ଦ୍ର କୁମାର ନାୟକ, ରାଜେନ୍ଦ୍ର କୁମାର ଦେଓ, କ୍ଷୀରୋଦ ପ୍ରସାଦ ସାହୁ, ରଶ୍ମିରଞ୍ଜନ ଲେଙ୍କାଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଦ୍ୟାବଧି ଅଗ୍ନି ନିରାପତ୍ତା ନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇନାହିଁ। ୨୦୧୬ ପୂର୍ବରୁ ମିଳିଥିବା ପ୍ରମାଣପତ୍ରକୁ ଧରି କର୍ତ୍ତୃପକ୍ଷ ଚିକିତ୍ସାଳୟ ପରିଚାଳନା କରୁଛନ୍ତି। ତେବେ ୨୦୧୭ ନଭେମ୍ବରରୁ ନୂଆ ନିୟମ ଆସିଥିଲେ ମଧ୍ୟ କର୍ତ୍ତୃପକ୍ଷ ଅଗ୍ନିନିରାପତ୍ତା ପାଇଁ ଆବେଦନ କରିନାହାନ୍ତି। ଏ ନେଇ ଅଗ୍ନିଶମ ଅଧିକାରୀ ଏଡିଏମ୍‌ଓ ମେଡିକାଲ ବିଶୋଇଙ୍କୁ ଜଣାଇବା ସହ ତୁରନ୍ତ ଫର୍ମ ୩ରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ୪ ଦିନ ମଧ୍ୟରେ ମେଡିକାଲର ଅଗ୍ନି ନିରାପତ୍ତା ପାଇଁ ଆବେଦନ କରାଯିବ ବୋଲି ଏଡିଏମ୍‌ଓ ମେଡିକାଲ ବିଶୋଇ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri