ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ମଧ୍ୟ ରାଜ୍ୟର ଅନ୍ୟ ଜିଲାଠାରୁ ଅଧିକ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ ତ ଆଉ କେବେ ରୋଗପୋକ ଉପଦ୍ରବ ଯୋଗୁ ଜିଲାର ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଛି। କେବଳ ସେତିକି ନୁହେଁ, ଜିଲାରେ ଫସଲ ଉପତ୍ାଦନ ଭଲ ହୋଇଥିଲେ ବିକ୍ରି ସମସ୍ୟା ଚାଷୀମାନଙ୍କୁ ଅଡୁଆ ସାଜିଛି। ବର୍ତ୍ତମାନ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନୁରୂପ ସମସ୍ୟା ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଜିଲାର ଚାଷୀମାନେ ମାସେ ପୂର୍ବରୁ ଧାନ ଅମଳ କରି ସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଅମଳ ଧାନ ବିକ୍ରି କରି ପାରି ନ ଥିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଏକ ମାସ ବିଳମ୍ବରେ ମଣ୍ଡି ଖୋଲି ଥିଲେ ହେଁ ଜିଲାର ଅଧିକାଂଶ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳି ନାହିଁ। ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀଙ୍କୁ ଧାନବିକ୍ରି ତାରିଖ ବିଳମ୍ବିତ ରହିଛି। ସେହିପରି ଟୋକନ ଆଧାରରେ ମଣ୍ଡିକୁ ଧାନ ନେଉଥିଲେ ସୁଦ୍ଧା ତାହା ବିକ୍ରି ହେଉ ନାହିଁ ଏବଂ ଯେଉଁ ଚାଷୀଙ୍କ ଧାନ ବିକ୍ରି ହୋଇ ସାରଛି, ସେମାନଙ୍କୁ ଏପର୍ଯ୍ୟନ୍ତ ବିକ୍ରିଧାନର ପ୍ରାପ୍ୟରାଶି ମିଳି ପାରି ନ ଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲାର ବରଗଁା ସମେତ ଅନେକ ଧାନମଣ୍ଡି ଉପରେ ନିର୍ଭରଶୀଳ ଚାଷୀଙ୍କ କ୍ଷେତ୍ରରେ ଅନୁରୂପ ସମସ୍ୟା ଲାଗି ରହିଛି ଏବଂ ଜିଲାରେ ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି।
ସୋମବାର ବରଗଁା ଅଞ୍ଚଳର ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଅନୁରୂପ ଅଭିଯୋଗ କରିଥିଲେ। ସେମାନଙ୍କ ସମସ୍ୟା ନେଇ ଜିଲାପାଳ ଗୋୟଲଙ୍କୁ ସେମାନେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ବରଗାଁ ଧାନ କ୍ରୟକେନ୍ଦ୍ର(ମଣ୍ଡି)ରେ ଚାଷୀମାନେ ଏପର୍ଯ୍ୟନ୍ତ ପ୍ରାୟ ୧୦ହଜାର କୁଇଣ୍ଟାଲ ଧାନ ଗଚ୍ଛିତ ରଖିଛନ୍ତି। ଆହୁରି ଅନେକ ଚାଷୀ ସ୍ଥାନାଭାବରୁ ମଣ୍ଡିକୁ ଧାନ ଆଣି ପାରୁ ନାହାନ୍ତି। ଚାଷୀଙ୍କ କ୍ଷେତ, ଖଳାରେ ତାହା ପଡ଼ି ରହିଛି। ତେବେ ଏହି ଧାନକ୍ରୟ କେନ୍ଦ୍ରରେ ଧାନବିକ୍ରି ପାଇଁ ୪୮୪ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ୭୨ଜଣଙ୍କ ପାଖକୁ କେବଳ ୨୫୦୦କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି। ହେଲେ ଧାନବିକ୍ରି ସମସ୍ୟା ଏହି ମଣ୍ଡିରେ ଲାଗି ରହିଛି। ଉକ୍ତ ମଣ୍ଡିରେ ଧାନବିକ୍ରି ଲକ୍ଷ୍ୟ ୪୦ହଜାର କୁଇଣ୍ଟାଲ ରହିଛି। କିନ୍ତୁ ଏତେଦିନ ଧରି ଏଠାରେ ଧାନ କିଣାବିକାରେ ଅଚଳାବସ୍ଥା ଲାଗି ରହିଥିବାରୁ ତୁରନ୍ତ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସ୍ମାରକପତ୍ରରେ ବରଗାଁ ସରପଞ୍ଚ ଋଷଭ ସେଟ୍‌ଙ୍କ ସମେତ ଧୀରେନ୍ଦ୍ର ଖମାରୀ, ଠିକାଦାର ଭୋଇ ପ୍ରମୁଖଙ୍କ ସ୍ବାକ୍ଷର ରହିଛି।
ସେହିପରି କଟାପାଲି ଧାନ ସଂଗ୍ରହ ପ୍ରକ୍ରିୟାରେ ଅଚଳାବସ୍ଥାକୁ ନେଇ ଧାନକ୍ରୟ କେନ୍ଦ୍ରରେ ସୋମବାର ଚାଷୀଙ୍କ ଏକ ବୈଠକ ବସିଥିଲା। ଗତମାସ ୨୮ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଉକ୍ତ ଧାନ କ୍ରୟକେନ୍ଦ୍ରରୁ ଗୋଟିଏ ବସ୍ତା ଧାନବିକ୍ରି ନ ହେବାକୁ ନେଇ ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ବୈଠକକୁ ଜିଲା ଯୋଗାଣ କାର୍ଯ୍ୟାଳୟର କର୍ମଚାରୀ କବିରାଜ ଧରୁଆ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ତେବେ ମଙ୍ଗଳବାର ସୁଦ୍ଧା ଉକ୍ତ ମଣ୍ଡିରେ ଧାନ କିଣାବିକା ସ୍ବାଭାବିକ ନ ହେଲେ ଚାଷୀମାନେ କୌଣସି ମୁହୂର୍ତ୍ତରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। ଏହାପରେ ମଙ୍ଗଳବାରରୁ ଉକ୍ତ ମଣ୍ଡିରୁ ଧାନକିଣା ଆରମ୍ଭ ହେବ ବୋଲି ଧରୁଆ କହିଥିଲେ। ମାତ୍ର ଏହି ପ୍ରତିଶ୍ରୁତିର ଖିଲାପ ହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚାଷୀମାନେ ରୋକଠୋକ୍‌ ଶୁଣାଇ ଦେଇଥିଲେ। ବୈଠକରେ ଚାଷୀ ବୃନ୍ଦାବନ ଭୋଇ, କିଶୋର ପ୍ରଧାନ, ଭଲ ସାହୁ, ମହେନ୍ଦ୍ର ପ୍ରଧାନ, ସୁଦୀପ୍ତ ଦାସ, ଦଶରଥ ସେଠ, ବୀରବର ମଲ୍ଲିକ, ସଫେଦ ଭୋଇ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri