ଅଣ୍ଟା ଭାଙ୍ଗି ଖଟରେ ପଡ଼ିଛନ୍ତି ରୋଜଗାରିଆ ପୁଅ: ଅର୍ଥ ଅଭାବରୁ ଅଧାରେ ଚିକିତ୍ସା

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି): ବଡ଼ ବଡ଼ କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ କେମିତି ଜଣେ ଗରିବ ପରିବାରର ହସଖୁସି ଛଡ଼ାଇ ନିଏ, ତାହାର କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ପଞ୍ଚାୟତର ରଣପୁର ଗ୍ରାମରେ। ଜିଓ କମ୍ପାନୀ ଖୋଳିଥିବା ଗାତରେ ପଡ଼ି ଅଣ୍ଟା ହାଡ଼ ଭାଙ୍ଗିଯିବା ପରେ ଆଜି ପରିବାରର ଏକମାତ୍ର ରୋଜଗାରିଆ ପୁଅ ନେକା ମାଝୀ (୩୪) ଦୀର୍ଘ ଦିନ ଧରି ଖଟରେ ପଡ଼ିଛନ୍ତି। ଅର୍ଥ ଅଭାବରୁ ଉତ୍ତମ ଚିକିତ୍ସା ହୋଇପାରୁ ନଥିବା ବେଳେ ପରିବାର ପ୍ରତିପୋଷଣ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

ସୂଚନା ମୁତାବକ, ଗତ କିଛି ଦିନ ତଳେ ଗଣମାଧ୍ୟମରେ ଖବର ପ୍ରସାର ପରେ ଜିଓ କମ୍ପାନୀ JCB ଲଗାଇ ଗାତଗୁଡ଼ିକୁ ପୋତି ଦେଇଛି ସତ, କିନ୍ତୁ ସେହି ଗାତ ଯୋଗୁ ନଷ୍ଟ ହୋଇଯାଇଥିବା ନେକାଙ୍କ ଜୀବନ ପ୍ରତି କମ୍ପାନୀ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। କାମ ସାରି ଫେରୁଥିବା ବେଳେ ଗଭୀର ଗାତରେ ପଡ଼ି ନେକାଙ୍କ ଅଣ୍ଟା ଏବଂ ଜଙ୍ଘ ହାଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ରେଫର କରାଯାଇଥିଲେ ହେଁ, ଅର୍ଥ ସାଜିଛି ବଡ଼ ବାଧକ। ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ଖର୍ଚ୍ଚ ତୁଲାଇବା ନେକାଙ୍କ ବୃଦ୍ଧ ପିତାମାତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି।

ଆଶ୍ଚର୍ଯ୍ୟର ବିଷୟ, ଏହି ଘଟଣା ସମ୍ପର୍କରେ ଜିଲା ପ୍ରଶାସନଙ୍କ ଜନ ଅଭିଯୋଗ ଶୁଣାଣିରେ ଫେରାଦ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ବିଶେଷ କରି ରଣପୁର ଗ୍ରାମ ଯେଉଁ ଗୁଣୁପୁର ପଞ୍ଚାୟତ ଅଧୀନରେ ଆସୁଛି, ସେଠାକାର ସମିତି ସଭ୍ୟ, ସରପଞ୍ଚ, ଜିଲା ପରିଷଦ ଏବଂ ବ୍ଲକ ଅଧ୍ୟକ୍ଷ ମଧ୍ୟ ସେହି ସମାନ ଅଞ୍ଚଳର ହୋଇଥିବା ସତ୍ତ୍ୱେ ଜଣେ ଅସହାୟ ଯୁବକଙ୍କ ପାଇଁ ସ୍ବର ଉତ୍ତୋଳନ ନକରିବା ଦୁର୍ଭାଗ୍ୟଜନକ। ଲୋକଙ୍କ ଭୋଟ୍‌ରେ ଜିତିଥିବା ଏହି ଜନପ୍ରତିନିଧିମାନେ କେବେ ନେକାଙ୍କ ପାଖରେ ପହଞ୍ଚିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଏବେ ‘ଡବଲ ଇଞ୍ଜିନ’ ସରକାର ଥିବା ବେଳେ ଗରିବଙ୍କୁ ଉଚିତ୍‌ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି। ତେଣୁ ଜିଲା ପ୍ରଶାସନ କିମ୍ବା ଶାସକ ଦଳର ନେତୃତ୍ୱ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ନେକାଙ୍କୁ ଉଚ୍ଚକୋଟୀର ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଜିଓ କମ୍ପାନୀ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଏହି ଅଭିଯାନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri