କାଳବୈଶାଖୀର କରାଳ ରୂପ: ଉଡ଼ିଗଲା ଗରିବଙ୍କ ଘରର ଛାତ, ଗଛ ପଡ଼ି ଗାଈ- ବାଛୁରୀର ମୃତ୍ୟୁ

ଥୁଆମୂଳ ରାମପୁର, ୨।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ୩୦ ତାରିଖ ରାତିରୁ ଆରମ୍ଭ କରି ୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ଝଡ଼ତୋଫାନ ଓ ପ୍ରବଳ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରକୃତିର ଏହି ତାଣ୍ଡବଲୀଳା ଯୋଗୁ ଅଞ୍ଚଳର ଏକାଧିକ ପଞ୍ଚାୟତରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ପ୍ରବଳ ପବନ ଯୋଗୁ ସିନ୍ଧିପଦର ଗ୍ରାମପଞ୍ଚାୟତର ଶ୍ରୀମସ୍କା ଗ୍ରାମର ସିଦାସ ନାଏକ ଓ ମହେଶ୍ୱର ନାଏକଙ୍କ ପରିବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ପବନର ବେଗ ଏତେ ଶକ୍ତିଶାଳୀ ଥିଲା ଯେ ଉଭୟଙ୍କ ଘରର ଆଜବେଷ୍ଟସ ଛାତ ଉଡ଼ିଯିବା ସହ ବର୍ଷା ଜଳରେ ଘରର ସମସ୍ତ ଆସବାବପତ୍ର ଓ ଲୁଗାପଟା ଭିଜି ନଷ୍ଟ ହୋଇଯାଇଛି। ସେହିପରି ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ତିଲିସିଂ ମାଝୀଙ୍କ ଘରର ଆଜବେଷ୍ଟସ ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି। ସର୍ବସ୍ବ ହରାଇ ଏହି ଗରିବ ପରିବାରଗୁଡ଼ିକ ଏବେ ଅସହାୟ ହୋଇପଡ଼ିଛନ୍ତି।

୧ ତାରିଖ ମଧ୍ୟାହ୍ନରେ ପୁଣିଥରେ ହୋଇଥିବା ପ୍ରବଳ ବର୍ଷା ଓ ପବନରେ ପଶୁ ସମ୍ପଦର ମଧ୍ୟ କ୍ଷୟକ୍ଷତି ଘଟିଛି। ତଳଝାପି ଗ୍ରାମର ବିନୋଦ ଗୌଡ଼ଙ୍କ ଗାଈଗୁଡ଼ିକ ଗାଁ ପାଖ ଜଙ୍ଗଲରେ ଥିବାବେଳେ ଏକ ବିଶାଳ ଗଛ ସେମାନଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଗାଈ ଗୁରୁତର ଭାବେ ଆହତ ହୋଇଛି।

୩୦ ତାରିଖ ରାତିରେ ହୋଇଥିବା ବର୍ଷା ଯୋଗୁ ମୋତାଚୁଆଁ, କାଠକୁରା ଓ ବଡ଼ ବଣ୍ଡେଲ ଆଦି ଗ୍ରାମରେ ଅନେକ ବିରାଟକାୟ ଗଛ ରାସ୍ତା ଉପରେ ଉପୁଡ଼ି ପଡ଼ିଥିଲା। ୧ ତାରିଖ ସକାଳୁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ ସବୁ କାଟି ରାସ୍ତା ସଫା କରି ଯୋଗାଯୋଗ ସ୍ବାଭାବିକ କରିଥିଲେ। ଅନ୍ୟପଟେ ୧ ତାରିଖ ମଧ୍ୟାହ୍ନର ଝଡ଼ତୋଫାନରେ ବିଦ୍ୟୁତ ସରବରହ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚନ୍ଦ୍ରଗିରି ଓ ବଡ଼ଛତରଙ୍ଗ ଲାଇନ ସମେତ ଗୋପାଳପୁର ଫିଡରର ସେମେଲପଦର, ବାଲିସରା, ପୋଖରୀଗୁଡ଼ା ଓ ରାଣୀଡୁମେର ମେନ ଲାଇନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସିଲେଟ ପଞ୍ଚାୟତର ଦାଣ୍ଡପଦର ସଂଯୋଗୀକରଣ ବ୍ରିଜ ଉପରେ ଆମ୍ବ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହେବା ଫଳରେ ୧ ତାରିଖ ସନ୍ଧ୍ୟା ୬ଟାରୁ ସମସ୍ତ ପ୍ରକାର ନେଟୱର୍କ ସେବା ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ ବିଭାଗ କର୍ମଚାରୀମାନେ ମରାମତି କାର୍ଯ୍ୟ ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟରେ କିଛିଟା ଦାୟିତ୍ୱହୀନତା ଦେଖାଦେଇଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ସମୟ ପରେ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ବିଦ୍ୟୁତ ସଂଯୋଗ ଫେରିବା ପରେ ନେଟୱର୍କ ସେବା ସ୍ବାଭାବିକ ହୋଇଥିଲା।

ଅଞ୍ଚଳରେ ହୋଇଥିବା ଏହି ବ୍ୟାପକ କ୍ଷୟକ୍ଷତି ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରିବାକୁ ଦାବି ହେଉଛି। କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସରକାରୀ ସହାୟତା ଓ ବାସଗୃହ ଯୋଗାଇ ଦେବା ସହ ନିଜର ରୋଜଗାରର ମାଧ୍ୟମ ହରାଇଥିବା ବିନୋଦ ଗୌଡ଼ଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି କରାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

କଟକରେ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ,୧୯ା୯(କାର୍ତ୍ତିକ ସାହୁ): ସାମାଜିକ, ରାଜନୈତିକ ଓ ପ୍ରଶାସନିକ ଇତିହାସରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତ୍ୟନ୍ତ ସ୍ବତନ୍ତ୍ର। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଶା ରାଜନୀତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?