ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି କରୁଥିବା ସମୟରେ ବ୍ରେନଷ୍ଟ୍ରୋକ୍‌ରେ ଗୁରୁବାର ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ବିଏସ୍‌ଏଫ୍‌ର ଏକ ଟିମ୍‌ ମୃତ ଅଜୟଙ୍କ ମୃତଦେହକୁ ସଡ଼କ ପଥରେ ଆଣି ପୁଟୁଝରି ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଏସ୍‌ଏଫ୍‌ ବାଟାଲିୟମର ସ୍ପେଶାଲ ଗାର୍ଡ ଅଫ୍‌ ଅନରରେ ଗାର୍ଡ କମାଣ୍ଡର ନରେଶ କୁମାର ଓ୍ବାର୍ଡ ଅଫ୍‌ କମାଣ୍ଡରେ ସଲାମୀ ଦିଆଯାଇଛି। ପାର୍ଟି କମାଣ୍ଡର ଏ ସାଇ ନାରାୟଣ ମାର୍ଥାଙ୍କ ଅଧ୍ୟକ୍ଷତାରେ ତାଙ୍କ ପରିବାରବର୍ଗଙ୍କୁ ନ୍ୟାଶନାଲ ଫ୍ଲାଗ ହସ୍ତାନ୍ତର କରାଗଲା ପରେ ୧୦/୩୦ ସମୟରେ ତାଙ୍କ ମର ଶରୀରକୁ ନିଜ ବାସ ଭାବନରେ ସତ୍କାର କରାଯାଇଛି। ଦେଶରକ୍ଷାରେ ନିୟୋଜିତ ଥିବା ଅଜୟଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ହଜାର ହଜାର ଲୋକ ତାଙ୍କ ଶେଷଦର୍ଶନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ: ୧୫ ବୁଥ୍‌ରେ ପୁନଃ ମତଦାନ ନିର୍ଦ୍ଦେଶ, ଗଣତି ପୂର୍ବରୁ କୋଲକାତାରେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ରାଜ୍ୟରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାରେ ଲାଗିଛି। ମେ ୪ ତାରିଖରେ…

କାଳ ସାଜିଲା କାଳବୈଶାଖୀ, ଗଛ ଉପୁଡ଼ି ପଡ଼ିଲା ଦୋକାନ ଉପରେ, ଚାଲିଗଲା…

ଗଜପତି,୧।୫(ଗିରିଧାରୀ ପରିଛା): ଗଜପତି ଜିଲାରେ ଶୁକ୍ରବାର କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋସାଣି ବ୍ଲକ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri