ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା ଉପରବେଢ଼ା ଗାଁରେ।
ତେବେ କାରଟି ସେପ୍ଟେମ୍ବରରୁ ନିଖୋଜ ଥିବା ବିଶୋୟୀ ଅଞ୍ଚଳର ଜଣେ ଓକିଲଙ୍କର ବୋଲି କୁହାଯାଉଛି। କାରରୁ ଦୁର୍ଗନ୍ଧ ବାହାରୁଥିବା ବେଳେ କେହି ତା ଭିତରେ ସଢ଼ି ଯାଇଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।


